• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କଟକ ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନର ଶତବାର୍ଷିକୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

FNN WEB by FNN WEB
December 24, 2024
in ଓଡ଼ିଶା, ମୁଖ୍ୟ ଖବର
0
କଟକ ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନର ଶତବାର୍ଷିକୀ ସମାରୋହରେ କେନ୍ଦ୍ରମନ୍ତ୍ରୀ
0
SHARES
2
VIEWS

ଓଡ଼ିଶାରେ ଶିକ୍ଷକ ଶିକ୍ଷାର ବିକାଶ ହେବ: ଧର୍ମେନ୍ଦ୍ର ପ୍ରଧାନ


କଟକ: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶାରେ ଶିକ୍ଷକ ଶିକ୍ଷାର ବିକାଶ ହେବ । ଶିକ୍ଷକମାନଙ୍କର ଆବଶ୍ୟକତା, ଯୁବକ ଯୁବତୀଙ୍କ ସ୍ୱାର୍ଥ ଓ ରାଜ୍ୟର ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଦାୟିତ୍ୱ ନିଆଯିବ ବୋଲି ମଙ୍ଗଳବାର କଟକ ସ୍ଥିତ ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ(ଆର୍‌ଏନ୍‌ଆଇଏଏସ୍‌ଇ)ର ଶତବାର୍ଷିକୀ ସମାରୋହରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରତିଷ୍ଠାନର ଶତବାର୍ଷିକୀ ପୂରଣ ହେବା ଅବସରରେ ଶୁଭେଚ୍ଛା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶ କରିବା ଲକ୍ଷ୍ୟରେ ୧୮୬୯ରେ କଟକ ନର୍ମାଲ ସ୍କୁଲ୍‌ ପ୍ରତିଷ୍ଠା ହେଲା । ପରେ ଏହାର ନାମ ବଦଳି କଟକ ଟ୍ରେନିଂ ସ୍କୁଲ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କଟକ ଟ୍ରେନିଂ କଲେଜ୍ ହୋଇଥିଲା । ତେବେ ୧୯୨୩ରୁ ଏହି କଲେଜ ରାଧାନାଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଡ୍‌ଭାନ୍‌ସଡ୍‌ ଷ୍ଟଡି ଇନ୍ ଏଜୁକେସନ ନାମରେ ଦୀର୍ଘ ୧୦୦ ବ‌ର୍ଷ ଧରି ଅନେକ ଦକ୍ଷ ତଥା ପ୍ରଶିକ୍ଷିତ ଶିକ୍ଷକ ସୃଷ୍ଟି କରି ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶରେ ପ୍ରମୁଖ ଭୂମିକା ନିର୍ବାହ କରିଆସୁଛି । ରେଭେନ୍ସା ବିଶ୍ୱବିଦ୍ୟାଳୟର କନିକା ଲାଇବ୍ରେରୀ ପରେ ଏହି ପ୍ରତିଷ୍ଠାନରେ ଥିବା ଲାଇବ୍ରେରୀ ଉଚ୍ଚକୋଟୀର । ଏହି ଅନୁଷ୍ଠାନରେ ବିଇଡି, ଏମଇଡି, ଏମଫିଲ୍ ଆଦି ପାଠ୍ୟକ୍ରମ ରହିଥିବା ବେଳେ ଏଠାରୁ ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ରାଜ୍ୟ, ଦେଶ ତଥା ‌ଦେଶ ବାହାରେ କାର୍ଯ୍ୟ କରି ସୁନାମ ଆଣିଛନ୍ତି । ଏହି ଅନୁଷ୍ଠାନକୁ ଶହେ ବର୍ଷ ପୂରଣ ହେବା ଆମ ରାଜ୍ୟ ପାଇଁ ଏକ ଗୌରବମୟ ଉପଲବ୍ଧି ।

ଏହି ସମାରୋହରେ ଶ୍ରୀ ପ୍ରଧାନ ନାକ୍ ଅଧିସ୍ୱୀକୃତି ପାଇଁ ଆବେଦନ କରିବାକୁ ପ୍ରତିଷ୍ଠାନର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେବା ସହ କହିଛନ୍ତି, ଏହି ଅନୁଷ୍ଠାନ ନାକ୍ ମାନ୍ୟତା ପାଇପାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଏଠାରେ ଶିକ୍ଷକଙ୍କ ତାଲିମ ପାଇଁ ନୂଆ ପାଠ୍ୟକ୍ରମ ସହ ଚାରିବର୍ଷିଆ ଇଣ୍ଟିଗ୍ରଟେଡ୍ ଟିଚର୍ ଏଜ୍ୟୁକେସନ ପ୍ରୋଗ୍ରାମ(ଆଇଟିଇପି) ବା ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇପାରିବ । ଅନ୍ତଃ-ବିଭାଗୀୟ ପାଠ୍ୟକ୍ରମ ପ୍ରଚଳନ ହୋଇପାରିବ ।

ପୂର୍ବ ସରକାର ଦାୟିତ୍ୱହୀନ କାରଣରୁ ଶିକ୍ଷକ ଅଭାବ ଓ ନିଯୁକ୍ତିର ବାହାନା ଦେଖାଇ ଏହି ପ୍ରତିଷ୍ଠାନକୁ ବନ୍ଦ କରି ଅନ୍ୟ କଲେଜ ସହ ମିଶାଇ ଦେବା ପାଇଁ ଯୋଜନା କରିଥିଲେ । ମାତ୍ର ପ୍ରତିବାଦ ହେବାରୁ ସରକାର ତାଙ୍କ ନିଷ୍ପତି ବଦଳାଇବା ପାଇଁ ବାଧ୍ୟ ହୋଇଥିଲେ । ଆମ ପିଲାମାନଙ୍କ ପାଖରେ ଦକ୍ଷତା ଅଛି, ଯାହା ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ପୂରଣ କରିବ । ଓଡ଼ିଆ ଛାତ୍ରଛାତ୍ରୀମାନେ କର୍ଣ୍ଣାଟକ, ଝାଡଖଣ୍ଡ ଓ ଛତିଶଗଡକୁ ଯାଇ ସେଠାରେ ବିଇଡି ପାଠ ପଢୁଥିବା ବେଳେ ଏଠାରେ କାହିଁକି ପୂର୍ବ ସରକାର ବିଇଡି ପାଠ୍ୟକ୍ରମକୁ ପ୍ରତ୍ସାହିତ କରିପାରିଲେ ନାହିଁ ? ବର୍ତ୍ତମାନ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଅଛି । ଆଗାମୀ ଦିନରେ ଦୁଇବର୍ଷିଆ କିମ୍ବା ଚାରିବର୍ଷିଆ ବିଇଡି ପାଠ ପଢିବା ପାଇଁ ଅଧିକ ଅନୁଷ୍ଠାନ ଖୋଲିବା ନିମନ୍ତେ ରାଜ୍ୟ ସରକାରଙ୍କ ସହ ଆଲୋଚନା ହେବ । ଓଡ଼ିଶାର ଭବିଷ୍ୟତ ସୁରକ୍ଷା ଓ ଯୁବକ ଯୁବତୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ନୀତି ପ୍ରଣୟନ କରିବା ନେଇ ମଧ୍ୟ ଆଲୋଚନା ହେବ ।

ଏକବିଂଶ ଶତାବ୍ଦୀରେ ଶିକ୍ଷାର ମହତ୍ତ୍ୱ ଯେତିକି ବଢ଼ିଛି, ଶିକ୍ଷକମାନଙ୍କର ଗୁରୁଦାୟିତ୍ୱ ତା’ ଠାରୁ ଯଥେଷ୍ଟ ବେଶି ବୃଦ୍ଧି ପାଇଛି । ଶିକ୍ଷକଙ୍କ ଆବଶ୍ୟକତା ପୂରଣ ନହେଲେ ସେମାନେ ସମ୍ଭବତଃ ଭଲ ଶିକ୍ଷାଦାନ କରିପାରିବେ ନାହିଁ । ଯେତେବେଳେ ଆମେ ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ର ଲକ୍ଷ୍ୟ ପୂରଣ କରିବା ଦିଗରେ ଅଗ୍ରସର ହେଉଛେ, ସେ ସମୟରେ ଶିକ୍ଷାର ବିକାଶ ଏବଂ ଶିକ୍ଷାନୁଷ୍ଠାନର ଉନ୍ନତିକରଣକୁ ଆମକୁ ଗୁରୁତ୍ୱ ଦେବାକୁ ହେବ । ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସମସ୍ତ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଆମର ଲକ୍ଷ୍ୟ ଓ ଦାୟିତ୍ୱ ।

ସ୍କୁଲରେ ଡ୍ରପ ଆଉଟ ହାର ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଡ୍ରପ ଆଉଟ ହାରକୁ ହ୍ରାସ କରିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରୟାସ କରୁଛନ୍ତି । ପରୀକ୍ଷାକୁ ଚାପମୁକ୍ତ କରିବା ପାଇଁ ପଡିବ । ଏହି ଲକ୍ଷ୍ୟରେ ‘ପରୀକ୍ଷା ପେ ଚର୍ଚ୍ଚା’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ପରୀକ୍ଷା ସହ ଜଡ଼ିତ ଚାପକୁ ଦୂର କରିବା ଏବଂ ‘ଏଗଜାମ୍ ଓ୍ୱାରିୟର୍ସ’ଙ୍କ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ସହ ଆଲୋଚନା କରୁଛନ୍ତି । ଶ୍ରେଣୀଗୃହ, ଆବଶ୍ୟକ ଶିକ୍ଷକ ଓ ଆନୁଷଙ୍ଗିକ ବ୍ୟବସ୍ଥା ଏବଂ ଭିତ୍ତିଭୂମିକୁ ସୁବ୍ୟବସ୍ଥିତ କରି ଡ୍ରପ୍ ଆଉଟ କମାଇବା ପାଇଁ ଆମ ସରକାରଙ୍କ ପ୍ରଚେଷ୍ଟା ରହିବ । ଏହି ଶତବାର୍ଷିକୀ ସମାରୋହରେ ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ସୂରଜ ସୂର୍ଯ୍ୟବଂଶୀ, ସାଂସଦ ଭର୍ତ୍ତୃହରି ମହତାବ ଏବଂ ବିଧାୟକମାନେ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ପାରାଦ୍ବୀପ ହେବ ପୂର୍ବୋଦୟ ମିଶନର ବିକାଶ ଦୀପ: ଧର୍ମେନ୍ଦ୍ର

Next Post

କଂଗ୍ରେସ ସାରା ଦେଶବାସୀଙ୍କୁ କ୍ଷମା ମାଗୁ: ମୋହନ

FNN WEB

FNN WEB

Next Post
ଅଗ୍ନିବୀରଙ୍କୁ ରାଜ୍ୟର ୟୁନିଫର୍ମ ସେବାରେ ମିଳିବ ୧୦% ସଂରକ୍ଷଣ: ମୁଖ୍ୟମନ୍ତ୍ରୀ

କଂଗ୍ରେସ ସାରା ଦେଶବାସୀଙ୍କୁ କ୍ଷମା ମାଗୁ: ମୋହନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.