ଭୁବନେଶ୍ବର: ଗତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ବେଳେ ମତଦାନ ସଂଖ୍ୟାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ମତଦାନ ସଂଖ୍ୟାକୁ ନେଇ ପ୍ରିଜାଇଡିଂ ଅଫିସର ଏବଂ ରିଟର୍ଣ୍ଣିଂ ଅଫିସର ଭିନ୍ନଭିନ୍ନ ତଥ୍ୟ ଦେଇଥିଲେ। ପୁଣି କେତେକ ନିର୍ବାଚନମଣ୍ଡଳୀରେ ଯେତେ ଭୋଟ୍ ପଡ଼ିଥିଲା, ଗଣତି ବେଳେ ଏହି ସଂଖ୍ୟା ଆହୁରି ବଢ଼ିଯାଇଥିଲା। ସବୁଠାରୁ ସୁରକ୍ଷିତ ଓ ସ୍ବଚ୍ଛ କୁହାଯାଉଥିବା ଇଭିଏମ୍ରେ ମତଦାନ ସତ୍ତ୍ବେ ଭୋଟ ସଂଖ୍ୟାରେ ଏଭଳି ବ୍ୟବଧାନ କାହିଁକି ଦେଖାଦେଲା ବୋଲି ପ୍ରଶ୍ନ ଉଠାଇଛି ବିଜେଡି। ବିଜେଡିର ଏକ ପ୍ରତିନିଧି ଦଳ ଗତକାଲି ଭାରତର ନିର୍ବାଚନ କମିସନଙ୍କୁ ଭେଟି ଏସଂପର୍କରେ ଆପତ୍ତି ଜଣାଇବା ସହିତ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଦାବି କରିଛି।
ଏହି ଜାଲିଆତି ଘଟଣା ସାମ୍ନାକୁ ଆଣିବା ପାଇଁ ୬ ମାସର ସମୟ କାହିଁକି ଲାଗିଲା ବୋଲି ବିଜେଡି ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛି। ନିର୍ବାଚନ ସରିବା ପରେ ସବୁ ବୁଥ ପାଇଁ ଜିଲ୍ଲାପାଳମାନଙ୍କୁ ତଥ୍ୟ ମାଗିଥିଲୁ। ହେଲେ ସେମାନେ ଦେଇ ନ ଥିଲେ। ଏହି ତଥ୍ୟ ପାଇବା ଅଧିକାର ସମସ୍ତଙ୍କର ଅଛି। ବୋଧେ ଅଲିଖିତ ନିର୍ଦ୍ଦେଶ ଦିଆଯାଇଛି ରାଜ୍ୟ ସରକାରଙ୍କ ପକ୍ଷରୁ ତଥ୍ୟ ନ ଦେବାକୁ। ଆମେ ୬ ମାସ ରିସର୍ଚ୍ଚ କରି ତଥ୍ୟ ସଂଗ୍ରହ କରିଛୁ। RTI ରେ ବି ତଥ୍ୟ ଦେଲେନି। ଫର୍ମ-୧୭-ସି ପାର୍ଟ ୱାନ ଫର୍ମରେ ବୁଥରେ ଭୋଟର ଓ ଭୋଟ ସଂଖ୍ୟା ତଥ୍ୟ ତାଳମେଳ ନ ଥିବା ଦେଖିଲୁ। ଗଣତି ସମୟରେ ଫର୍ମ -୨୦ ରେ ପୂରଣ ହେବ ବୁଥରେ କେତେ ଭୋଟର ଓ କେତେ ଭୋଟ ପଡିଛି। ଫର୍ମ-୧୭-ସି ପାର୍ଟ ୱାନ ରେ ଲେଖିଛନ୍ତି ଗୋଟେ ସଂଖ୍ୟା। ହେଲେ କେଉଁଠି ପାଞ୍ଚ ଅଧି । କେଉଁଠି ଜିରୋ।
ସନ୍ଦେହ ଦୂର କରିବା ଦାୟିତ୍ୱ ECI ଙ୍କର। ସେ ଯଦି ସ୍ୱଚ୍ଛ, ଏହା ଜଣାଇବା ଦରକାର। ଯଦି ECI ଠିକ, ତେବେ ତଥ୍ୟ କାହିଁକି ଦେଉନ ବୋଲି ବିଜେଡ଼ି ପ୍ରଶ୍ନ କରିଛି । କେଉଁ ଅଦୃଶ୍ୟ ଚାପରେ ଚେପା ହୋଇଛ ବୋଲି ବିଜେଡ଼ି ପଚାରିଛି। ଏହା ଗୋପନୀୟ ନୁହେଁ । ତଥ୍ୟ ଦେବା ଦରକାର। ଭୋଟ ଦିନ ସନ୍ଧ୍ୟା ୫ରେ କ୍ଲୋସ ଅଫ ପୋଲ ହୁଏ। ଆଉ ଗୋଟେ ଏଣ୍ଡ ଅଫ ପୋଲ। ରାତି ୧୧:୪୫ ମିନିଟରେ ଏହା ଦେଖାଯାଏ। ରିପୋର୍ଟ ପର ଦିନ ସକାଳେ ଦେବା କଥା। ECI କାହିଁକି ଏହା ଦେବାରେ ଦୁଇ ଦିନ ଡେରି କଲେ ବୋଲି ବିଜେଡ଼ି ପ୍ରଶ୍ନ କରିଛି।
୨୦୨୪ ରେ ନେଟୱର୍କ ଭଲ ଥିବାବେଳେ ଯଦି କହିବେ ତଥ୍ୟ ଆସି ନ ଥିଲା । ଏହା ଅପରାଧ। ଏଣ୍ଡ ଅଫ ପୋଲରେ ତଥ୍ୟ ଭୁଲ ଆସିଲା । ଫରକ ୨ % ହୋଇପାରେ। ହେଲେ ଏଥର ୨୫-୩୦% ଫରକ ଅଛି। EVM ରେ ୭୦୦ ଜଣ ଭୋଟ ଦେଲେ ଗଣତି ବେଳେ ୭୩୫ କେମିତି ହେଉଛି ବା ୬୦୦ କେମିତି ହେଉଛି ବିଜେଡ଼ି କହିଛି। ପ୍ରିଜାଇଡିଂ ଅଫିସର ଏମିତି ରିପୋର୍ଟ କେମିତି ଦେଲେ ? ମଣିଷ EVM ଚଳାଏ। ମଣିଷ ଜାଲିଆତି କଲେ ଜାଲିଆ ଦଳ ଆସିବ। ECI ପ୍ରଶ୍ନ କଲେ ବିଜେପି କାହିଁକି ଚିହିଁକି ଉଠିଲା ବୋଲି ବିଜେଡ଼ି ପ୍ରଶ୍ନ କରିଛି । ଆମେ ତ ବିଜେପି ନାଁ ନେଇ ନଥିଲୁ। ଠାକୁର ଘରେ କିଏ, ମୁଁ କଦଳୀ ଖାଇନି। ଆମେ ତ ECI ର ନିରପେକ୍ଷତା ଉପରେ ପ୍ରଶ୍ନ କରିଥିଲୁ। ଯଦି ଜାଲିଆତି ନାହିଁ ପ୍ରମାଣ କରିବେ। ଆମେ ଭାବିବୁ ଗଣତନ୍ତ୍ର ଠିକ ଅଛି। ଆଜି ବି ନବୀନ ପଟ୍ଟନାୟକ ଯେଉଁ ସଭାକୁ ଯାଉଛନ୍ତି ଲୋକେ ଝୁରି ଝୁରି କାନ୍ଦୁଛନ୍ତି। ଲୋକେ କହୁଥିଲେ ନବୀନ ଜିତିବେ। ତେଣୁ ଲୋକଙ୍କ ମନରେ ସନ୍ଦେହ ଆସିଲା । ଆମେ ୬ ମାସ ରିସର୍ଚ୍ଚ କରି ଏ ସବୁ ତଥ୍ୟ ପାଇଛୁ ବୋଲି ବିଜେଡ଼ି ବିଧାୟକ ଅରୁଣ ସାହୁ କହିଛନ୍ତି।
ଜାଲିଆତି ହୋଇଥିଲେ, ଜାଲିଆତି ଦଳ ହିଁ ସରକାର କରିବେ। ଏକାମ୍ରରେ ଗୋଟେ ବୁଥରେ ୮୬୩ ଭୋଟ ଦେଲେ। ଯାହା ଫର୍ମ ଫର୍ମ-୧୭-ସି ପାର୍ଟ ୱାନରେ ଦିଆଗଲା । ହେଲେ ୮୨୧ ଭୋଟ ଫର୍ମ ୨୦ ରେ ଦିଆଗଲା କେମିତି ବୋଲି ବିଜେଡି ପ୍ରଶ୍ନ କରିଛି। ଭାରତ ନିର୍ବାଚନ ଇତିହାସରେ ଏପରି ଘଟଣା ପ୍ରଥମ। ପ୍ରିଯାଇଡିଙ୍ଗ ଅଫିସର ଓ ରିଟର୍ନିଙ୍ଗ ଅଫିସରଙ୍କ ଦୁଇ ତଥ୍ୟ କେମିତି ଏତେ ଅଲଗା ? ସବୁ ନିର୍ବାଚନ ମଣ୍ଡଳୀରୁ ତଥ୍ୟ ଆସିନି । ଫର୍ମ-୧୭-ସି ର ତଥ୍ୟ ସର୍ବସାଧାରଣରେ ଆସି ପାରିବ। ହେଲେ ଅଧିକାର ଅନୁସାରେ ମିଳିଲା ନାହିଁ। RTI ରେ ମାଗିଲେ ବି ମିଳିଲାନି। ପୂର୍ବରୁ ଅତିକମରେ ୨ % ବ୍ୟବଧାନ ଥାଏ । ହେଲେ ୨୦୨୪ରେ ୨୫% ରହିଛି। କଣ୍ଟାମାଳରେ ୨୮% ରହିଛି। ମୋହନ ମାଝୀଙ୍କ ନିର୍ବାଚନ ମଣ୍ଡଳୀରେ ୩୦.୬% ଫରକ ରହିଛି। ECI ଙ୍କ ଶେଷ ରିପୋର୍ଟରେ ୧୦ % ଫରକ ରହିଛି। ଯାହା ବହୁ ବଡ଼। ଓଡ଼ିଶାର ୨୧ ସଂସଦୀୟ କ୍ଷେତ୍ର ଓ ତାହା ଅଧୀନ ୭ ବିଧାନସଭାରେ ଦୁଇଟି ଭୋଟ ହୁଏ। ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ୪ ହଜାର ୫୬ ବ୍ୟବଧାନ ରହିଛି। କନ୍ଧମାଳରେ ୩ ହଜାର ୫୨୧ 3521 ଓ ଯାଜପୁରରେ ୧୫୮୭ ରହିଛି। ଏ ସବୁ ବ୍ୟବଧାନ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ତେଣୁ ECI ଙ୍କ ପାଖରେ ସ୍ପଷ୍ଟୀକରଣ ପାଇଁ ବିଜେଡି ଫେରାଦ ହୋଇଛି ବୋଲି ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ କହିଛନ୍ତି।














