• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଅକ୍ଷୟ ଶକ୍ତିର ଯୋଗଦାନ ୪୫ ପ୍ରତିଶତ

FNN WEB by FNN WEB
January 9, 2025
in ଓଡ଼ିଶା, ମୁଖ୍ୟ ଖବର
0
ଅକ୍ଷୟ ଶକ୍ତିର ଯୋଗଦାନ ୪୫ ପ୍ରତିଶତ
0
SHARES
1
VIEWS

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସବୁଜ ଶକ୍ତି ଲକ୍ଷ୍ୟ ହାସଲ ଦିଗରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ବର୍ତ୍ତମାନ ଦେଶରେ ଉତ୍ପାଦିତ ଶକ୍ତିରେ ଅକ୍ଷୟ ଶକ୍ତିର ଭାଗ ୪୫ ପ୍ରତିଶତ ରହିଛି ବୋଲି କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଆଜି ପ୍ରବାସୀ ଭାରତୀୟ ଦିବସ ସମାରୋହରେ ‘‘ସବୁଜ ସଂଯୋଗ: ଦୀର୍ଘସ୍ଥାୟୀ ବିକାଶରେ ପ୍ରବାସୀଙ୍କ ଯୋଗଦାନ’’ ବିଷୟବସ୍ତୁ ଉପରେ ମତ ରଖି ସେ କହିଛନ୍ତି, ସବୁଜ ଶକ୍ତି ଏବଂ ଦୀର୍ଘସ୍ଥାୟୀ ବିକାଶ ପାଇଁ ପ୍ରଯୁକ୍ତିର ବିକାଶ ଗୁରୁତ୍ୱପୂର୍ଣ୍ଣ। ଭାରତ ଏହି କ୍ଷେତ୍ରରେ ଅଧିକ ଆଗକୁ ବଢ଼ିବା ପାଇଁ ପ୍ରଯୁକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ । ଭାରତ ଆଜି ନୂଆ ପ୍ରଯୁକ୍ତି ଉଦ୍ଭାବନ କ୍ଷେତ୍ରରେ ଏକାଗ୍ରଚିତ୍ତ ହୋଇ କାମ କରୁଛି ।

ଶ୍ରୀ ବୈଷ୍ଣବ କହିଛନ୍ତି, ବିଶ୍ୱରେ ମାତ୍ର ୪ଟି ଦେଶ ପାଖରେ ହାଇଡ୍ରୋଜେନ ଇନ୍ଧନ ପରିଚାଳିତ ଟ୍ରେନ ରହିଛି । ଅଧିକାଂଶ ଦେଶ ୫୦୦ରୁ ୬୦୦ ଅଶ୍ୱଶକ୍ତି ବିଶିଷ୍ଟ ଟ୍ରେନ୍‌ ବିକଶିତ କରିଛନ୍ତି । କିନ୍ତୁ ଭାରତ ନିଜସ୍ୱ ଇଞ୍ଜିନିୟର ଏବଂ ସରଞ୍ଜାମ ଉପଯୋଗ କରି ୧୨୦୦ ଅଶ୍ୱଶକ୍ତି ଉତ୍ପାଦନ କରୁଥିବା ହାଇଡ୍ରୋଜେନ୍‌ ଟ୍ରେନ ବିକଶିତ କରିଛି । ଅନ୍ୟପକ୍ଷରେ ଭାରତ ପରିବହନ କ୍ଷେତ୍ରରେ ବିକଳ୍ପ ସ୍ୱଚ୍ଛ ଇନ୍ଧନ ଉପଯୋଗ କରିବା ଉପରେ ମଧ୍ୟ ଜୋର ଦେଉଛି ବୋଲି ଶ୍ରୀ ବୈଷ୍ଣବ କହିଥିଲେ । ସେ କହିଥିଲେ, ଅନ୍ୟ ପରିବହନ ମାଧ୍ୟମ ତୁଳନାରେ ରେଳ ମାଧ୍ୟମରେ ମାଲ୍‌ ପରିବହନ ଦ୍ୱାରା ୯୦ ପ୍ରତିଶତ କମ୍‌ ଅଙ୍ଗାରକାମ୍ଳ ନିର୍ଗମନ ହୋଇଥାଏ।

ରେଳ ଟ୍ରାକ ଗୁଡ଼ିକର ଶତପ୍ରତିଶତ ବିଦ୍ୟୁତିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦୃଢ଼ ନିଷ୍ପତ୍ତି ଗ୍ରହଣ କରିଥିଲେ। ୨୦୧୪ରେ ବର୍ଷକୁ ମାତ୍ର ୫୦୦ କିଲୋମିଟର ରେଳ ମାର୍ଗର ବିଦ୍ୟୁତିକରଣ ହେଉଥିବା ବେଳେ ବର୍ତ୍ତମାନ ବାର୍ଷିକ ପ୍ରାୟ ୬ହଜାର କିଲୋମିଟର ରେଳ ମାର୍ଗର ବିଦ୍ୟୁତିକରଣ ହେଉଛି । ରାଜପଥରେ ଡିଜେଲ୍‌ ଇନ୍ଧନ ବ୍ୟୟ କରି ଟ୍ରକରେ ମାଲ ପରିବହନ ଦ୍ୱାରା ଯେତିକି ପ୍ରଦୂଷଣ ହୋଇଥାଏ, ଏହା ତୁଳନାରେ ବିଦ୍ୟୁତ ଚାଳିତ ଟ୍ରେନରେ ୯୮ ପ୍ରତିଶତ କମ୍‌ ପ୍ରଦୂଷଣ ହୋଇଥାଏ ବୋଲି ଶ୍ରୀ ବୈଷ୍ଣବ କହିଥିଲେ ।

ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ଲାଗି ଆହ୍ୱାନ କରି ଶ୍ରୀ ବୈଷ୍ଣବ କହିଥିଲେ, ଆମେ ଦୀର୍ଘସ୍ଥାୟୀ ଶକ୍ତି ଉତ୍ପାଦନ ମୂଲ୍ୟ ଶୃଙ୍ଖଳାର ମୂଳ ସରଞ୍ଜାମ ପ୍ରସ୍ତୁତ କରିବା ଲାଗି ସକ୍ଷମ ହେବା ଉଚିତ୍‌। ହାଇଡ୍ରୋଜେନ୍‌ ଶକ୍ତି ଉତ୍ପାଦନ ପାଇଁ ଆବଶ୍ୟକ ଉପକରଣ, ଆୟନ ଓ ଲିଥିୟମ ସେଲ୍‌ ନିର୍ମାଣ ଭଳି ପ୍ରଯୁକ୍ତି ହାସଲ କରିବା ଦିଗରେ ଭାରତ ପ୍ରୟାସ କରୁଥିବା ସେ କହିଥିଲେ । ଅଧିବେଶନ ଅବସରରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଆମ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରାଯିବା ବହୁତ ଖୁସିର ବିଷୟ। ସାରା ବିଶ୍ୱର ଭାରତୀୟ ବଂଶୋଦ୍ଭବମାନେ ଆସି ଓଡ଼ିଶାର ସଂସ୍କୃତିକୁ ଉପଭୋଗ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହଯୋଗକ୍ରମେ ଆମେ ଆସନ୍ତା ୨ରୁ ୩ ବର୍ଷ ଭିତରେ ଓଡ଼ିଶାକୁ ସୂଚନା ପ୍ରଯୁକ୍ତି (ଆଇଟି)ର ଏକ ପ୍ରମୁଖ ପେଣ୍ଠସ୍ଥଳୀରେ ପରିଣତ କରିବୁ ।

ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଏଆଇ, ମେସିନ୍‌ ଲର୍ଣ୍ଣିଂ, ଆଇଓଟି, ଇଣ୍ଡଷ୍ଟ୍ରି ୨.୦ରେ ରାଜ୍ୟର ଯୁବବର୍ଗଙ୍କୁ କୁଶଳୀ କରିବା ପାଇଁ ଲକ୍ଷ୍ୟ ରହିଛି । ଅଳ୍ପ କିଛି ମାସ ମଧ୍ୟରେ ଏ ଦିଗରେ ପ୍ରଥମ ପଦକ୍ଷେପ ନିଆଯିବା ଲାଗି ଆଜି ଆଲୋଚନା ହୋଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ ପାଇଁ ୧ଲକ୍ଷ କୋଟି ଟଙ୍କା ବ୍ୟୟ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭୩ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ କାମ ଜାରି ରହିଛି । ସେ ବିଷୟରେ ଏବଂ ନୂଆ ରେଳ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ବିସ୍ତୃତ ଆଲୋଚନା ହୋଇଛି । ମହାକୁମ୍ଭ ପାଇଁ ଓଡ଼ିଶାରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଥିଲେ।

Previous Post

ମେଗା ଆଇଟି ହବ୍ ହେବ ଓଡ଼ିଶା

Next Post

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

FNN WEB

FNN WEB

Next Post
ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.