• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମହିଳା ନେତୃତ୍ୱାଧିନ ସଶକ୍ତିକରଣକୁ ପ୍ରାଧାନ୍ୟ, ବିଭିନ୍ନ କ୍ଷେତ୍ରରେ ଦକ୍ଷତାକୁ ଗୁରୁତ୍ୱ

FNN WEB by FNN WEB
January 10, 2025
in ଓଡ଼ିଶା, ମୁଖ୍ୟ ଖବର
0
ମହିଳା ନେତୃତ୍ୱାଧିନ ସଶକ୍ତିକରଣକୁ ପ୍ରାଧାନ୍ୟ, ବିଭିନ୍ନ କ୍ଷେତ୍ରରେ ଦକ୍ଷତାକୁ ଗୁରୁତ୍ୱ
0
SHARES
6
VIEWS

ଭୁବନେଶ୍ୱର : ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମେଳନର ଅନ୍ତିମ ଦିବସ “ଆଦର୍ଶ ମହିଳା ପ୍ରବାସୀ:ମହିଳାଙ୍କ ନେତୃତ୍ୱ ଓ ପ୍ରଭାବ – ନାରୀ ଶକ୍ତି” ପ୍ରସଙ୍ଗ ଆଧାରିତ ପୂର୍ଣ୍ଣାଙ୍ଗ ଅଧିବେଶନରୁ ପ୍ରାରମ୍ଭ ହୋଇଥିଲା । ଏହି ଅଧିବେଶନରେ ଅଧ୍ୟକ୍ଷତା କରି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ. ଏସ୍. ଜୟଶଙ୍କର ବିକଶିତ ଭାରତ ନିର୍ମାଣରେ ନାରୀ ଶକ୍ତିର ମହତ୍ତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ନାରୀ ପୁରୁଷ ଲିଙ୍ଗଗତ ବିବିଧତାକୁ ଆଧାରକୁ ନ ନେଇ ବିଭିନ୍ନ କ୍ଷେତ୍ରରେ ଦକ୍ଷତାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଥିଲେ ।

କେନ୍ଦ୍ର ମନ୍ତ୍ରୀ ଡଃ. ଏସ୍. ଜୟଶଙ୍କର କହିଥିଲେ ଯେ, ମହିଳାମାନଙ୍କ ପୁଷ୍ଟି, ସ୍ୱାସ୍ଥ୍ୟ, ଶିକ୍ଷା ସୁନିଶ୍ଚିତ କରିବା ସହ ସାମାଜିକ ବୈଷମ୍ୟ ଦୂର କରି ସେମାନଙ୍କ ଦକ୍ଷତାକୁ ଉଚିତ ସମ୍ମାନ ଜଣାଇବା ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ।ଭାରତ ସରକାରଙ୍କ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ଵରୂପ ମାତୃତ୍ଵକାଳୀନ ଛୁଟି ଅବଧିକୁ ୨୬ସପ୍ତାହକୁ ବୃଦ୍ଧି, ମୁଦ୍ରା ଯୋଜନାରେ ୩୦ କୋଟି ମହିଳା ଉଦ୍ୟୋଗୀଙ୍କୁ ଋଣ, ଉଚ୍ଚ ଶିକ୍ଷାକ୍ଷେତ୍ରରେ ମହିଳାଙ୍କ ସଂଖ୍ୟାରେ ୨୮% ବୃଦ୍ଧି, ସୁକନ୍ୟା ସମୃଦ୍ଧି ଯୋଜନାରେ ୩୨ ନିୟୁତ ବ୍ୟାଙ୍କ ଖାତା ଖୋଲାଯାଇଛି ।

ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଅନ୍ତର୍ଗତ ୧୦୦ ନିୟୁତରୁ ଊର୍ଦ୍ଧ୍ଵ ଧୂଆଁମୁକ୍ତ ପାକଶାଳା, ୪୦ ନିୟୁତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ମଧ୍ୟରେ ୭୨ % ମହିଳା ଥିବା ସେ ପ୍ରକାଶ କରିଥିଲେ। ମହିଳା ସଶକ୍ତିକରଣ ସହିତ ମହିଳା ନେତୃତ୍ଵ ଦ୍ୱାରା ବିକାଶକୁ ସେ ଗୁରୁତ୍ୱ ପ୍ରଦାନକରିଥିଲେ। ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆଦର୍ଶ ମହିଳା ପ୍ରବାସୀମାନଙ୍କୁ ସେ ପ୍ରଶଂସା କରିବା ସହ ସେମାନଙ୍କ ଉପଲବ୍ଧି ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ। ଜି-୨୦ ସମ୍ମେଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କ ଦକ୍ଷତା ବୃଦ୍ଧି ସୁନିଶ୍ଚିତ କରିବା ପାଇଁ ଭବିଷ୍ୟତରେ ଏହି ବିଶ୍ୱ ସମ୍ମିଳନୀକୁ ଏକ ମଞ୍ଚ ଭାବେ ବ୍ୟବହାର କରିବା ପାଇଁ ଆହ୍ୱାନ ଦେଇଥିବା ସେ ସ୍ମରଣ କରିଥିଲେ।

ଇସ୍ରୋର ବୈଜ୍ଞାନିକ ତଥା ଭାରତର ରକେଟ୍ ମହିଳା ଭାବେ ପରିଚିତ ଡ. ରିତୁକରି ଧାଲଙ୍କ ସଂଚାଳନରେ ଅନୁଷ୍ଠିତ ଏହି ଅଧିବେଶନରେ ଜାମାଇକା ପ୍ରୋମୋଶନ ସ୍କର୍ପୋରେସନର ଅଧ୍ୟକ୍ଷା ଶୁଲ୍ଲେଟ୍କକ୍ସ, ପିଟିଇନ୍ଫୋ ଟେକସଲ୍ୟୁସନର ନିର୍ଦେଶିକା ଓ ସହ ସତ୍ତ୍ଵାଧିକାରିଣୀ, ଜାକର୍ତ୍ତାର ଇଣ୍ଡୋ ଇଣ୍ଡିଆନ୍ସ ଡଟ୍ କମ ସଂସ୍ଥାପିକା, ଇଣ୍ଡୋନେସିଆ ଇଣ୍ଡିଆ ବିଜନେସ୍ ଫୋରମ (ଆଇଆଇବିଏଫ)ର ଅଧ୍ୟକ୍ଷା ତଥା ଅନ୍ତଃରାଷ୍ଟ୍ରୀୟ ମହିଳାଙ୍କ ଔଦ୍ୟୋଗିକ ସମସ୍ୟାର ବୈଶ୍ଵିକ ରାଜଦୂତ ପୁନମ ସାଗର, ତାଞ୍ଜାନିଆରେ ବିବିଧ କମ୍ପାନୀ ସମୂହର ପ୍ରତିଷ୍ଠାତ୍ରୀ, ଖ୍ୟାତନାମା ଉଦ୍ୟୋଗପତି ତଥା ବିଶିଷ୍ଟ ସାମାଜିକ କର୍ମୀ ସୁଦ୍ଧା ମାଜିଥିଆ, ପ୍ରଥମ ମହିଳା ପଣ୍ଡିତ ଭାବେପ ରିଚିତା ବିଶିଷ୍ଟ ଶିକ୍ଷା, ସଂସ୍କୃତି ଏବଂ ନାରୀଶକ୍ତି କର୍ମୀ, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ- ତ୍ରିନିଦାଦ ଓ ଟୋବାଗୋର ପ୍ରାଧ୍ୟାପିକା ଡ . ଇନ୍ଦ୍ରାଣୀ ରାମପ୍ରସାଦ, ଅଦ୍ଦିଶ ଅବାବାର ଅନେକ ସମାଜ କଲ୍ୟାଣ ପ୍ରକଳ୍ପର ଅନୁଭବ ତଥା ବନ୍ୟା ପ୍ରଶମନ ଏବଂ ଭିନ୍ନ ଭିନ୍ନ ଟିମଙ୍କ ସହବନ୍ଧନରେ ପର୍ଯ୍ୟଟନସ୍ଥଳୀ ପୁନରୁଦ୍ଧାର ସଂପର୍କିତ ଅଭିଜ୍ଞତା ରଖିଥିବା ମୈତ୍ରୀ ଯୋଶୀ, ଦୋହା ମାର୍କେଟରେ ଅଭିନବ ବ୍ୟବସାୟିକ ଅନୁଭବ ସହ ବଳିଷ୍ଠ ଲୋକ ସମ୍ପର୍କ ଦକ୍ଷତା ଥିବା ସକଲା ଆପ୍ପାଚ୍ୟୁ ଦେବ୍ରାଜ୍, ଭାରତର ସମୃଦ୍ଧ ହସ୍ତଶିଳ୍ପକୁ ବିଦେଶରେ ଅନେକ ବିକ୍ରୟସ୍ଥଳ ଶୃଙ୍ଖଳର ସ୍ୱତ୍ୱାଧିକାରିଣୀ ଥିବା ଶ୍ଲୋଭେନିଆର କୋକି ଭେବେର, ନରୱେର ସେଣ୍ଟର ଫର ଡାଇଭର୍ସିଟି ଲିଡରଶିପ “ସୀମା”ର ପ୍ରତିଷ୍ଠାତା ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଲଭଲିନ ବ୍ରେନ୍ନା ପ୍ରମୁଖ ଉକ୍ତ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ନିଜ ନିଜର ଅନୁଭବ ଏବଂ ମୂଲ୍ୟବାନ ମତରଖିଥିଲେ।

Previous Post

ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Next Post

ଓଡ଼ିଶାର ପରମ୍ପରାକୁ ବିଶ୍ୱବିଦିତ କରିବାର ପ୍ରୟାସ ଅତୀବ ପ୍ରଶଂସନୀୟ: ଧର୍ମେନ୍ଦ୍ର

FNN WEB

FNN WEB

Next Post
ଓଡ଼ିଶାର ପରମ୍ପରାକୁ ବିଶ୍ୱବିଦିତ କରିବାର ପ୍ରୟାସ ଅତୀବ ପ୍ରଶଂସନୀୟ: ଧର୍ମେନ୍ଦ୍ର

ଓଡ଼ିଶାର ପରମ୍ପରାକୁ ବିଶ୍ୱବିଦିତ କରିବାର ପ୍ରୟାସ ଅତୀବ ପ୍ରଶଂସନୀୟ: ଧର୍ମେନ୍ଦ୍ର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.