• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼, ସଶକ୍ତ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ’

FNN WEB by FNN WEB
January 21, 2025
in ଓଡ଼ିଶା, ମୁଖ୍ୟ ଖବର
0
ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼, ସଶକ୍ତ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ’
0
SHARES
0
VIEWS


ଭୁବନେଶ୍ୱର : ଓଡ଼ିଶା ସରକାର ରାଜ୍ୟରେ ଜାତୀୟ ଶିକ୍ଷା ନୀତି -୨୦୨୦କୁ ସଫଳ ଭାବେ କ୍ରିୟାନ୍ୱୟନ କରିବା ଦିଗରେ ଆଜି ଯେଉଁ କର୍ମଶାଳାର ଆୟୋଜନ କରିଛନ୍ତି, ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ରାଜ୍ୟରେ ପାଠ୍ୟ ଖସଡ଼ା ପ୍ରସ୍ତୁତ ହେବା ଦରକାର ବୋଲି ମଙ୍ଗଳବାର ଓଡ଼ିଶା ସରକାରଙ୍କ ଜାତୀୟ ଶିକ୍ଷା ନୀତି ପ୍ରଣୟନ ସମ୍ପର୍କିତ ତିନିଦିନିଆ ରାଷ୍ଟ୍ରୀୟ କର୍ମଶାଳାର ଉଦଘାଟନୀ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ କହିଛନ୍ତି ପ୍ରାଚୀନ କାଳରୁ ଓଡ଼ିଆ ଜାତି ବିଶ୍ୱକୁ ଅନ୍ୱେଷଣ କରିଆସିଛି । ଆମର ସଭ୍ୟତା ଓ ନୌବାଣିଜ୍ୟ ପରମ୍ପରା ମଧ୍ୟ ପୁରୁଣା । ବୌଦ୍ଧ ଧର୍ମର ମାର୍ଗ ଓଡ଼ିଶା ଜରିଆରେ ହିଁ ଉଭା ହୋଇଛି । କଳିଙ୍ଗ ଯୁଦ୍ଧ ହଜାର ବଜାର ବର୍ଷ ପୂର୍ବରୁ ସଂଗଠିତ ହୋଇଥିଲା । ସେ ସମୟରୁ ଓଡ଼ିଆ ଲୋକମାନେ ନିଜକୁ ଶିକ୍ଷା ଓ ସୁସଂସ୍କୃତ ସମାଜ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ଓଡ଼ିଶାର ମୂଳ ପୁଞ୍ଜି ଗଣିତ ଶିକ୍ଷା ବୋଲି ମାନ୍ୟବର ରାଷ୍ଟ୍ରପତି କହିଛନ୍ତି ।

ମହାନ ଜ୍ୟୋତିର୍ବିଦ ପଠାଣୀ ସାମନ୍ତ ବାଉଁଶ ନଳୀ ସାହାଯ୍ୟରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ଗଣନା କରିଥିଲେ । ଓଡ଼ିଶାରେ ନିର୍ମିତ କୋଣାର୍କ ମନ୍ଦିର, ଲିଙ୍ଗରାଜ ମନ୍ଦିର, ହୀରାକୁଦ ବନ୍ଧ ପରି ଓଡ଼ିଆ ଜାତିର ବୌଦ୍ଧିକ ଓ ବୈଜ୍ଞାନିକ ଦକ୍ଷତାକୁ ପ୍ରମାଣିତ କରୁଛି । ଏହା କେବଳ କଳା ଓ ସଂସ୍କୃତି ନୁହେଁ ବଂର ବିଜ୍ଞାନ ଓ ଗଣିତର ସମଷ୍ଟି । ଏଥିରୁ ଅନୁମେୟ, ଓଡ଼ିଆ ଜାତିରେ ମୂଳଭୂତ ତତ୍ତ୍ୱ ଅଛି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (ଏନସିଏଫ) ଉନ୍ମୋଚନ ହୋଇସାରିଛି । ଆଗାମୀ ଦିନରେ ଏନସିଏଫ ଓଡ଼ିଶାର ରାଜ୍ୟ ପାଠ୍ୟକ୍ରମ ଢାଞ୍ଚାର ଆଧାର ଭାବେ କାର୍ଯ୍ୟ କରିବ । ପାଠ୍ୟକ୍ରମ ଓ ଶିକ୍ଷାଦାନ ବିଷୟ ଯେପରି ଓଡ଼ିଶାର ସଭ୍ୟତା ଓ ସାଂସ୍କୃତିକ ମୂଲ୍ୟବୋଧ, ଇତିହାସ, ଐତିହ୍ୟ ଓ ଜ୍ଞାନ ପରମ୍ପରା ସହିତ ସମ୍ପୂର୍ଣ୍ଣ ପ୍ରାସଙ୍ଗିକ ହେବ, ସେଥିପ୍ରତି ଏନସିଇଆରଟିକୁ ନିଶ୍ଚିତ କରିବାକୁ ପଡ଼ିବ । ପାଠ୍ୟ ଖସଡା ଏପରି ପ୍ରସ୍ତୁତ ହେବା ଦରକାର ଯାହା ଓଡିଆ ସଂସ୍କୃତି ଏବଂ ଐତିହ୍ୟକୁ ନେଇ ହେବ । ଓଡ଼ିଆ ମାତୃଭାଷା, ବୀରଗାଥା, ନୌବାଣିଜ୍ୟ ଓ ସ୍ଥପତିକୁ ଗୁରୁତ୍ୱ ଦେଉଥିବ ।

ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏଙ୍କ ବୀରତ୍ୱ କାହଣୀ, ବିଜ୍ଞାନରେ ପଠାଣୀ ସାମନ୍ତଙ୍କ ଉଦାହରଣ, ଓଡ଼ିଆ ଜାତିର ସମୃଦ୍ଧମୟ ନୌବାଣିଜ୍ୟ ପରମ୍ପରାର କଥା ରହିବ । ଯଦି ଧର୍ମ ନିରପେକ୍ଷତା ଉପରେ ଶିକ୍ଷାଦାନ ହୁଏ ତେବେ ତାହା ଆମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ହେବା ଦରକାର । ଖ୍ରୀଷ୍ଟିଆନ ଧର୍ମରେ ରହି ମଧ୍ୟ କୁଳବୃଦ୍ଧ ମଧୁସୂଦନ ଦାସ ଓଡ଼ିଆ ଜାତି ପାଇଁ ଲଢେଇ କରିଥିଲେ । ଏ ସବୁର ମୂଳ ବିଷୟକୁ ଅନ୍ତର୍ଭୁକ୍ତ କରାଯିବା ଦରକାର । ଆମ ଗଣିତ ପଢେଇ ପାରିବା କିନ୍ତୁ ଉଦାହରଣ ପଠାଣି ସାମନ୍ତଙ୍କ ପରି ବ୍ୟକ୍ତିଙ୍କ ଭଳି ସ୍ଥାନୀୟ ବିଭୁତିଙ୍କ ଉଦାହରଣ ଦେବା ଦରକାର । ଆମେ ବିଜ୍ଞାନରେ ଗତି ପଢେଇବା କିନ୍ତୁ ଉଦାହରଣ ଆମେ ପୁରୀ ସମୁଦ୍ରର ଲହଡ଼ିକୁ ନେଇ ପାରିବା। କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ଗୁଣାତ୍ମକ, ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଉତ୍ତରଦାୟୀ, ଭଳି ୫ଟି ସ୍ତମ୍ଭ ଉପରେ ପ୍ରସ୍ତୁତ । ଏ ପ୍ରକାର ଶିକ୍ଷା ମାଧ୍ୟମରେ ରାଜ୍ୟରେ ଆମେ ଏକ ନୂଆ ବାତାବରଣ ତିଆରି କରିବା । ପରୀକ୍ଷା ପ୍ରକ୍ରିୟାକୁ ସରଳ କରିବା, ମୂଲ୍ୟାୟନକୁ ପାରଦର୍ଶୀ କରିବା, ଶିକ୍ଷଣ ଫଳାଫଳକୁ ପ୍ରାଥମିକତା ଦେବାକୁ ହେବ । ଶିକ୍ଷକଙ୍କ ଦକ୍ଷତା ବଢାଇବାକୁ ପଡିବ । ଟେକ୍ନୋଲୋଜି ଜରିଆରେ ସ୍କୁଲ ଶିକ୍ଷା ପ୍ରଦାନ କରିବା ସହ ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦେବା । ସ୍କୁଲରେ ଡ୍ରପ୍ ଆଉଟ ହାର କମାଇବା ପାଇଁ ଯୋଜନା କରିବା । ଶିକ୍ଷା ଓ ଦକ୍ଷତା ପରିସଂସ୍ଥାନରେ ମାନବ ସମ୍ବଳକୁ ଉଚ୍ଚ ମାନବ ସମ୍ବଳ କରାଇବା ।

ପୂର୍ବ ସରକାର ଶିକ୍ଷାର ରୂପାନ୍ତରଣ କଲେ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ନ ସଜାଡି ସ୍ମାର୍ଟ ସ୍କୁଲ କଲେ। ୫ଟି ବ୍ୟବସ୍ଥା ଲାଗୁ କଲେ। ପୁରୁଣା କାନ୍ଥରେ ରଙ୍ଗଦେଲେ ରୂପାନ୍ତରଣ ହୁଏ ନାହିଁ। ଶିକ୍ଷା ବ୍ୟବସ୍ଥାକୁ ବ୍ୟାପକ ଅବ୍ୟବସ୍ଥା ମଧ୍ୟକୁ ଠେଲି ଦିଆଯାଇଥିଲା। ୨୪ବର୍ଷର ଶାସନ କାଳରେ ଦୁର୍ଭାଗ୍ୟଜନକ ସ୍ଥିତି ଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ରାଜ୍ୟରେ ବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ଼ ନାହିଁ। ଶିକ୍ଷକ ମାନବ ସମ୍ବଳରେ ଆମେ ପଛରେ ଅଛୁ। ପୂର୍ବ ସରକାର ସମୟରେ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉନଥିଲେ। କିଛି ବିଦ୍ୟାଳୟରେ ଆଦୌ ଭିତ୍ତିଭୂମି ନାହିଁ। ଭଙ୍ଗା କୁଡ଼ିଆରେ, ବାରଣ୍ଡାରେ ଏବଂ ଗଛମୂଳରେ ଶିକ୍ଷାଦାନ ଦିଆଯାଉଛି। ଏହାକୁ ସ୍ୱୀକାର କରିବାକୁ ପଡ଼ିବ। ନୂଆ ସରକାର ଏହାକୁ ଗୁରୁତର ସହିତ ନେଇଛନ୍ତି। ଏଥି ପାଇଁ ୧୩.୪ % ଅଧିକ ବଜେଟ ରଖିଛନ୍ତି। ପୂର୍ବରୁ ଗୋଟେ ଶ୍ରେଣୀରେ ଚାରୋଟି ଶ୍ରେଣୀର ପାଠପଢ଼ା ହେଉଥିଲା। ପିଲାମାନଙ୍କୁ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ମୁହଁ କରି ବସାଯାଇ ପାଠ ପଢ଼ାଯାଉଥିଲା। ଦେଶର ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତିର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଉଭୟ କେନ୍ଦ୍ର ଏବଂ ରାଜ୍ଯର ସହଯୋଗରେ ଆୟୋଜିତ ଏହି ତିନି ଦିନିଆ କର୍ମଶାଳା ରାଜ୍ଯରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବାରେ ବିଶେଷ ଗୁରୁତ୍ଵ ବହନ କରୁଛି।

ଅତୀତରେ ଓଡ଼ିଶା ସରକାର ଶିକ୍ଷାନୁଷ୍ଠାନରେ ନାଚ ଗୀତ କରାଇବାରେ ବ୍ୟସ୍ତ ରହିଲେ । ବର୍ତ୍ତମାନର ସରକାର ପିଏମ ଶ୍ରୀ ସ୍କୁଲ ସହ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାରେ ପ୍ରତି ପଞ୍ଚାୟତର ଗୋଟିଏ ଲେଖାଏଁ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରାଯିବାର ଯୋଜନା ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଆଧୁନିକ ଶିକ୍ଷା ଦାନ ମିଳିବ। ଓଡ଼ିଆ ପିଲାକୁ ସ୍ଥାନୀୟ ପିଲାକୁ ମାତୃଭାଷାରେ ଶିକ୍ଷାଦାନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଓଡ଼ିଶାରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନକୁ ବିଶେଷ ଭାବରେ ପ୍ରାଥମିକତା ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି ।

Previous Post

୧୩ରୁ ବିଧାନସଭାର ଅଧିବେଶନ, ୧୭ରେ ବଜେଟ୍‌

Next Post

ଓଡ଼ିଶାରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ

FNN WEB

FNN WEB

Next Post
ଓଡ଼ିଶାରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଓଡ଼ିଶାରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

June 25, 2026
ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

June 25, 2026

Recent News

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

June 25, 2026
ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

June 25, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.