• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପାଞ୍ଚଟି ନଦୀର ଜଳ ପ୍ରଦୂଷିତ ହେବା ସହିତ ଚିଲିକା ମଧ୍ୟ ପ୍ରଭାବିତ: ବିଜେଡି

FNN WEB by FNN WEB
January 22, 2025
in ଓଡ଼ିଶା, ମୁଖ୍ୟ ଖବର
0
ପାଞ୍ଚଟି ନଦୀର ଜଳ ପ୍ରଦୂଷିତ ହେବା ସହିତ ଚିଲିକା ମଧ୍ୟ ପ୍ରଭାବିତ: ବିଜେଡି
0
SHARES
1
VIEWS

ଭୁବନେଶ୍ୱର: ପୁରୀ ଜିଲ୍ଲାର କଣାସ ବ୍ଲକରେ ଡାଇରିଆରେ ୪ ଜଣଙ୍କ ମୃତ୍ୟୁ ଓ ଶତାଧିକ ଆକ୍ରାନ୍ତ ଘଟଣାରେ ପ୍ରଦୂଷିତ ପାନୀୟ ଜଳ ମୁଖ୍ୟ କାରଣ ହୋଇଥିବା ବେଳେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ, ବର୍ଜ୍ୟ ଜଳ ମିଶି ୫ଟି ନଦୀର ଜଳ ପ୍ରଦୂଷିତ ହେବା ସହିତ ଚିଲିକା ହ୍ରଦର ଜଳ ମଧ୍ୟ ପ୍ରଦୂଷିତ ହେଉଛି ବୋଲି ଅଭିଯୋଗ କରିଛନ୍ତି। ପ୍ରଦୂଷିତ ଜଳ ମିଶିବା କାରଣରୁ ଚିଲିକାର ଜୈବ ବିବିଧତା ପ୍ରଭାବିତ ହେବା ସହିତ ଚିଲିକା ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ, ଚିଲିକାର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ଡଲଫିନ ଓ ବିଦେଶାଗତ ପକ୍ଷୀମାନଙ୍କ ଉପରେ ବିପଦ ସୃଷ୍ଟି ହୋଇଛି।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ଦାସବର୍ମା କହିଥିଲେ, ଭୁବନେଶ୍ୱର ଉପକଣ୍ଠରେ ଥିବା ବର୍ଜ୍ୟବସ୍ତୁ ପରିଚାଳନା ସ୍ଥଳରୁ ବର୍ଜ୍ୟ ଜଳ ଗଙ୍ଗୁଆ ନଦୀରେ ମିଶୁଛି। ଗଙ୍ଗୁଆର ପ୍ରଦୂଷିତ ଜଳ ପରେ ମକରା, ରାଜୁଆ, ଭାର୍ଗବୀ, ରତ୍ନଚିରା ଓ ଲୁଣା ନଦୀରେ ମିଶୁଛି। ଏହି ନଦୀର ଜଳ ଶେଷରେ ଚିଲିକାରେ ମିଶୁଥିବାରୁ, ଚିଲିକାର ଜଳ ପ୍ରଦୂଷିତ ହେଉଛି। ଗତକାଲି ଏ ସମଗ୍ର ଅଞ୍ଚଳ ଗସ୍ତ କରି ଜଳ ପ୍ରଦୂଷଣ ହୋଇ ଚିଲିକାକୁ କିପରି ପ୍ରଭାଭିତ କରୁଛି ତାର ଭିଡିଓ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରଦର୍ଷିତ କରିଥିଲେ।

ଶ୍ରୀ ଦାସବର୍ମା କହିଥିଲେ, ସମ୍ପ୍ରତି ଦୟା ନଦୀର ପ୍ରଦୂଷିତ ଜଳକୁ ପିଇବା ଦ୍ୱାରା କଣାସ ଅଞ୍ଚଳରେ ଡାଇରିଆ ବ୍ୟାପିଛି, ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି, ଦୁଇ ଜଣ ସଙ୍କଟାପନ୍ନ ସ୍ଥିତିରେ ଅଛନ୍ତି ଓ ୨୫୦ ଲୋକ ଆକ୍ରାନ୍ତ ହୋଇଛନ୍ତି। ଦୁଃଖ ଓ ପରିତାପର ବିଷୟ, ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ। ଘଟଣାକୁ ୧୦ ଦିନ ବିତିଯିବା ପରେ ଗତକାଲି ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାକୁ ତୁରନ୍ତ ଏକ ବିଶେଷ ମେଡିକାଲ ଟିମ୍‌ ପଠାଇବା ସହିତ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ। ସେହିପରି ଆକ୍ରାନ୍ତ ହୋଇଥିବା ଲୋକମାନଙ୍କୁ ଚିକିତ୍ସା ସୁବିଧା କରାଯାଉ ବୋଲି ସେ କହିଥିଲେ। ତାଛଡା ଦୟା, ମକରା, ରାଜୁଆ, ଭାର୍ଗବୀ, ରତ୍ନଚିରା, ଲୁଣା ଓ ମଙ୍ଗଳା ନଦୀରେ ସୃଷ୍ଟି ହୋଇଥିବା ପ୍ରଦୂଷଣକୁ କିଭଳି ରୋକା ଯାଇପାରିବ, ସେଥିପାଇଁ ତୁରନ୍ତ ଅନୁଧ୍ୟାନ କରାଯାଉ।

ଚିଲିକାର ଜଳ ପ୍ରଦୂଷିତ ହୋଇ ଜୈବ ବିବିଧତା ନଷ୍ଟ ହେବାର ଆଶଙ୍କା ଉପୁଜି ଥିବାରୁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଏହାର ତୁରନ୍ତ ସମୀକ୍ଷା କରି ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ମୋର ନିବେଦନ ଓ ଦାବି ବୋଲି ଶ୍ରୀ ଦାସବର୍ମା କହିଥିଲେ। ଚିଲିକାକୁ ସୁରକ୍ଷିତ ରଖିବା ପାଇଁ ତୁରନ୍ତ ଗୋଟିଏ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ରାଜ୍ୟର ଜଳସମ୍ପଦ ବିଭାଗ, ନଗର ଉନ୍ନୟନ ବିଭାଗ ଓ ଜଙ୍ଗଲ ପରିବେଶ ବିଭାଗକୁ ସମ୍ମିଳିତ କରି ଏକ ଦୀର୍ଘସୁତ୍ରୀ କାର୍ଯ୍ୟକ୍ରମ ସ୍ଥିର କରାଯାଉ। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ଜଙ୍ଗଲ ପରିବେଶ ବିଭାଗ ଚିଲିକାର ପର୍ଯ୍ୟାବରଣର ସୁରକ୍ଷା ସହିତ କ୍ଷତିଗ୍ରସ୍ତ ହେବାକୁ ଯାଉଥିବା ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ, ଇକୋ ସେନସିଟିଭ ଏରୱାରଡ଼ି ଡଲଫିନର ସୁରକ୍ଷା, ମତ୍ସ୍ୟ ସମ୍ପଦର ସୁରକ୍ଷା, ଚିଲିକାର ପରିବେଶ ସନ୍ତୁଳନ ସମ୍ପର୍କରେ ଗୁରୁତର ସହିତ ଏକ ଟାସ୍କଫୋର୍ସ ଗଠନ କରି ଏ ଦିଗରେ ପଦକ୍ଷେପ ନିଅନ୍ତୁ।

ଶ୍ରୀ ଦାସବର୍ମା କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପୁରୀ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ପ୍ରାୟ ୮୦ ପ୍ରତିଶତ କାମ ଶେଷ ହୋଇଯାଇଥିଲେ ମଧ୍ୟ ନୂଆ ସରକାର ଆସିବା ପରେ ଏହି କାମ ଗୁଡିକ ବନ୍ଦ ରହିଛି। ଏହି କାମ ଗୁଡିକୁ ତୁରନ୍ତ ଆରମ୍ଭ କରି ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଆରମ୍ଭ କରାଯାଉ ବୋଲି ସେ କହିଥିଲେ। ସେହିପରି ପୂର୍ବତନ ବିଧାୟକ ଶ୍ରୀ ରୁଦ୍ର ପ୍ରତାପ ମହାରଥୀ କହିଥିଲେ, ପିପିଲି, ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଥିବା ୧୫ଟି ପଞ୍ଚାୟତ ଦୟା ନଦୀ ଉପରେ ନିର୍ଭର କରନ୍ତି। ଦୁଃଖର ବିଷୟ ଗଙ୍ଗୁଆ ନଦୀ ବର୍ତ୍ତମାନ ଗଙ୍ଗୁଆ ନାଳରେ ପରିଣତ ହୋଇଛି। ଗଙ୍ଗୁଆର ପ୍ରଦୂଷିତ ଜଳ ଦୟା ଓ ଅନ୍ୟ ନଦୀ ଗୁଡିକୁ ପ୍ରଦୂଷିତ କରୁଛି। ଅପରପକ୍ଷରେ ପାନୀୟ ଜଳ ପ୍ରକଳ୍ପ ଗୁଡିକର କାର୍ଯ୍ୟ ପ୍ରାୟତଃ ଶେଷ ହୋଇଥିଲେ ହେଁ ନୂଆ ସରକାର।

Previous Post

ୟୁନିୟନର ବିଶାଳ ଶ୍ରମିକ ସମାବେଶ: ଯୋଗଦେଲେ ଏମପି ବିଭୁପ୍ରସାଦ ତରାଇ

Next Post

ଉପରାଷ୍ଟ୍ରପତି-ଗୃହମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟପାଳ

FNN WEB

FNN WEB

Next Post
ଉପରାଷ୍ଟ୍ରପତି-ଗୃହମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟପାଳ

ଉପରାଷ୍ଟ୍ରପତି-ଗୃହମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟପାଳ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

June 25, 2026
ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

June 25, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.