• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କ୍ୟାବିନେଟରେ ୧୦ ପ୍ରସ୍ତାବ ଉପରେ ମୋହର

FNN WEB by FNN WEB
January 22, 2025
in ଓଡ଼ିଶା, ମୁଖ୍ୟ ଖବର
0
କ୍ୟାବିନେଟରେ ୧୦ ପ୍ରସ୍ତାବ ଉପରେ ମୋହର
0
SHARES
6
VIEWS

ବିକଶିତ ଗାଁ, ବିକଶିତ ଓଡ଼ିଶା ପ୍ରସ୍ତାବକୁ ମଞ୍ଜୁରୀ
ମେଡିକାଲ ଏବଂ ସ୍ବାସ୍ଥ୍ୟ ସେବା ନିୟମାବଳୀ ୨୦୧୭ର ସଂଶୋଧନ
ହଟିବ ଆଇନ ଆୟୋଗର ନିଯୁକ୍ତି ପାଇଁ ବୟସ ସୀମା

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ବୈଠକ ପରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି l ମୋଟ ୯ ଟି ବିଭାଗର ୧୦ ଟି ପ୍ରସ୍ତାବ ଆଗତ କରାଯାଇଥିଲା ଓ ସମସ୍ତ ପ୍ରସ୍ତାବ ଗୁଡ଼ିକ ଆଲୋଚନା ପରେ ଅନୁମୋଦନ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରଥମ ପ୍ରସ୍ତାବ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ତଦନୁଯାୟୀ ଉଚ୍ଚ ବିଦ୍ୟାଳୟ କୁ ସ୍ମାର୍ଟ କରିବା ପାଇଁ ପ୍ରତି ପଞ୍ଚାୟତର ଗୋଟିଏ ସ୍କୁଲ କୁ ମଡେଲ ସ୍କୁଲ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଉପରେ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହା କରାଯିବ । ୬୭୯୪ ଗ୍ରାମ ପଂଚାୟତ ରେ ଗୋଟିଏ ଗୋଟିଏ ସ୍ମାର୍ଟ ସ୍କୁଲ କରିବେ ସରକାର । ଗୋଟିଏ ବିଦ୍ୟାଳୟ ପିଛା ୪ ରୁ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୪ ବର୍ଷ ରେ ଏହା ଶେଷ ହେବ। ୧୧୪ ପ୍ରାଥମିକ ବିଦ୍ୟାଳୟରୁ ଏହାର ଶୁଭାରମ୍ଭ ହେବ ଚଳିତ ଆର୍ଥିକ ବର୍ଷରୁ। ଏଥିପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର। ୨୦୨୮ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ।

ଅର୍ଥ ବିଭାଗର ପାରିତ ପ୍ରସ୍ତାବ ଅନୁଯାୟୀ ଷୋଡ଼ଶ ଅର୍ଥ କମିଶନ ଫେବୃଆରୀ ୫, ୬, ୭ ତାରିଖରେ ଓଡ଼ିଶା ଆସିବେ । ପାଞ୍ଚ ବର୍ଷ ର ଯୋଜନା ନେଇ ସରକାର ଦାବି ଉପସ୍ଥାପନ କରିବେ । ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବି ରଖିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିଭଳି ସେମି କଣ୍ଡକଟର ନିର୍ମାଣ ପାଇଁ ଆର ଆଇ ଆର ପାୱାର କମିଶନ ଲିମିଟେଡ଼ କୁ ଅଧିକ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର। ପୂର୍ବରୁ ୩୦ ପ୍ରତିଶତ ଆର୍ଥିକ ସହାୟତା ଦିଆଯାଉ ଥିବା ବର୍ତ୍ତମାନ ଆଉ ୨୦ ପ୍ରତିଶତ ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ୧୧୦ କୋଟି ଟଙ୍କା ବ୍ୟୟ କରିବେ । ରାଜ୍ୟରେ ଶୀତଳ ଭଣ୍ଡାର ପାଇଁ ଆର୍ଥିକ ବ୍ୟବସ୍ଥା ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ପୁଞ୍ଜି ବିନିଯୋଗ ସବସିଡି ଜରିଆରେ ୬୦ ପ୍ରତିଶତ ସବସିଡ଼ି ଯୋଗାଇ ଦେବେ ସରକାର । ସହ ୬ କୋଟି ୫୦ ଲକ୍ଷ ଟଙ୍କା ର ଆର୍ଥିକ ସହାୟତା ଉପରେ ସବସିଡି ଦେବେ ସରକାର । ୪ ଟି ସ୍ଲାବ ରେ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର । ବିଦ୍ୟୁତ ସବସିଡି ବି ଯୋଗାଇ ଦେବେ ସରକାର । ଅଣ କାର୍ଯ୍ୟକ୍ଷମ ଶୀତଳ ଭଣ୍ଡାର କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ତଦନ୍ତ କରି ଚୟନ କରାଯିବ । ସେହି କ୍ଷେତ୍ରରେ ମଧ୍ୟ ଆର୍ଥିକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ । ଦେଢ଼ କୋଟି ଟଙ୍କା ର ଆର୍ଥିକ ସହାୟତା ବି ରାଜ୍ୟ ସରକାର ଯୋଗାଇ ଦେବେ ।

ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପାରିତ ପ୍ରସ୍ତାବ ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ୧୦୦୦ କୋଟି ଟଙ୍କା ର ବ୍ୟୟ ବରାଦ କରାଯାଇଛି । ପ୍ରତି ବର୍ଷ ୧୦୦୦ କୋଟି ଟଙ୍କାର ବ୍ୟୟ ବରାଦ ହେବ । ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ସବୁ ନିଷ୍ପତ୍ତି ଗ୍ରାମସଭା ଦ୍ୱାରା ନିର୍ଣ୍ଣୟ ହେବ । ପରେ ତାହା ଜିଲ୍ଲାପାଳ ଙ୍କ ଅନୁମୋଦନ ହେବ। ଏଥିପାଇଁ ୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟ ସେବା ନିୟମାବଳୀ କୁ ରାଜ୍ୟ କ୍ୟାବିନେଟ ରେ ସଂଶୋଧନ କରାଯାଇଛି । ଓଡିଶା ମେଡିକାଲ ଏବଂ ସ୍ବାସ୍ଥ୍ୟ ସେବା (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତ) ନିୟମାବଳୀ, ୨୦୧୭ରେ ସଂଶୋଧନ ପାଇଁ ଓଡିଶା କ୍ୟାବିନେଟ ବୁଧବାର ଦିନ ଅନୁମୋଦନ କରିଛି। ଏହି ସଂଶୋଧନର ଲକ୍ଷ୍ୟ ହେଉଛି ଓଡ଼ିଶା ମେଡିକାଲ୍ ଏବଂ ସ୍ୱାସ୍ଥ୍ୟ ସେବା (ଓଏମଏଚଏସ) କ୍ୟାଡରରେ ଡାକ୍ତରୀ ଅଧିକାରୀଙ୍କ ନିଯୁକ୍ତି, ପଦୋନ୍ନତି ଏବଂ ସେବା ସର୍ତ୍ତାବଳୀକୁ ନିୟନ୍ତ୍ରଣ କରିବା। ଡାକ୍ତର ନିଯୁକ୍ତି ଅଭାବ କୁ ଦୂର କରି ଡାକ୍ତର ସମସ୍ୟା ଦୂର ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ୫୦୦୦ ନୂଆ ଡାକ୍ତର ଏବଂ ୧୨୬ ଦନ୍ତ ଚିକିତ୍ସିକ କୁ ନିଯୁକ୍ତି ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଶକ୍ତି ବିଭାଗର ଗୋଟିଏ ପ୍ରସ୍ତାବ କୁ ମଧ୍ୟ ରାଜ୍ୟ କ୍ୟାବିନେଟ ମୋହର ମାରିଛି ।

ସେହିପରି ଆଇନ ବିଭାଗର ଗୋଟିଏ ସଂଶୋଧନ କୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଓଡ଼ିଶା ଆଇନ ଆୟୋଗଙ୍କର ଅଧ୍ୟକ୍ଷ, ଫୁଲ୍ ଟାଇମ୍ ଅଣ-ଅଫିସିଆଲ ସଦସ୍ୟ ଏବଂ ପାର୍ଟ ଟାଇମ୍ ସଦସ୍ୟ ଚୟନ ପାଇଁ ବୟସ ସର୍ତ୍ତକୁ ରଦ୍ଦ କରିବା ନେଇ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ନିଷ୍ପତ୍ତି ସମ୍ପୃକ୍ତ ପଦବୀଗୁଡିକ ପାଇଁ ଚୟନ ମାନଦଣ୍ଡର ୧୬ ମାର୍ଚ୍ଚ ୨୦୧୬ ତାରିଖର ରିଜୋଲ୍ୟୁସନ୍ ଉପରେ ଗ୍ରହଣ କରାଯାଇଛି। ଆୟୋଗ, ଆଇନ, ପ୍ରଶାସନ ଏବଂ ବୈଷୟିକ ପ୍ରସଙ୍ଗରେ ବ୍ୟାପକ ଜ୍ଞାନ ଥିବା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଚିହ୍ନଟ ଏବଂ ନିଯୁକ୍ତ କରିବାରେ ଆହ୍ବାନର ସମାଧାନ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ବିକଶିତ ଗାଁ, ବିକଶିତ ଓଡ଼ିଶା ପ୍ରସ୍ତାବକୁ ୫ ବର୍ଷ ଯାଏ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନା ପାଇଁ ୫ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଗ୍ରାମାଞ୍ଚଳରେ ମୌଳିକ ଭିତ୍ତିଭୂମିର ବିକାଶ ନିମନ୍ତେ ବିଭିନ୍ନ ସ୍ଥାୟୀ ଉନ୍ନୟନମୂଳକ ପ୍ରକଳ୍ପମାନ ଯଥା ଅପହଞ୍ଚ ଗାଁକୁ ରାସ୍ତା ଦ୍ୱାରା ସଂଯୋଗୀକରଣ , ସର୍ବସାଦାରଣଙ୍କ ସୁବିଧା ପାଇଁ ସମ୍ପଦ ସୃଷ୍ଟି କରିବା, ଶିକ୍ଷା ଏବଂ କ୍ରୀଡା ଭିତ୍ତିଭୂମିର ଉନ୍ନତିକରଣ , କ୍ଷୁଦ୍ର ପର୍ଯ୍ୟଟନ ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିବ । ଆବଶ୍ୟକତା ଭିତ୍ତିରେ ପାଞ୍ଚ ବର୍ଷ ସମ୍ଭାବ୍ୟ ପ୍ରକଳ୍ପ ତାଲିକା ଏବଂ ପ୍ରତ୍ୟେକ ଆର୍ଥିକ ବର୍ଷ ପାଇଁ ବାର୍ଷିକ କାର୍ଯ୍ୟ ଯୋଜନା ଗ୍ରାମ ସଭା ଦ୍ୱାରା ପ୍ରସ୍ତୁତ ହେବ ଏବଂ ଗ୍ରାମ ପଞ୍ଚାୟତ ଦ୍ୱାରା ବ୍ଲକକୁ ସୁପାରିଶ କରାଯିବ । ଏହିପରି ଭାବେ ୧୦ ଟି ପ୍ରସ୍ତାବ କୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି ।

Previous Post

ଭାରତ-ଇଂଲଣ୍ଡ କ୍ରିକେଟ୍ ମ୍ୟାଚ୍‌ର ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

Next Post

‘ଦୂଆ’ ଓ ‘ଦାୱତ’ ସହ ଶେଷ ହେଲା ରାଜ୍ୟ ସ୍ତରୀୟ ତବ୍‌ଲିଗି ଇଜ୍‌ତେମା

FNN WEB

FNN WEB

Next Post
‘ଦୂଆ’ ଓ ‘ଦାୱତ’ ସହ ଶେଷ ହେଲା ରାଜ୍ୟ ସ୍ତରୀୟ ତବ୍‌ଲିଗି ଇଜ୍‌ତେମା

‘ଦୂଆ’ ଓ ‘ଦାୱତ’ ସହ ଶେଷ ହେଲା ରାଜ୍ୟ ସ୍ତରୀୟ ତବ୍‌ଲିଗି ଇଜ୍‌ତେମା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

June 25, 2026
ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

June 25, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.