ପାରାଦୀପ: ପାରାଦୀପର ପୁରୁଖା ଟ୍ରେଡ ୟୁନିୟନ (ପାରାଦୀପ ପୋର୍ଟ ଆଣ୍ଡ ଡକ୍ ମଜଦୂର ୟୁନିୟନ)ର ଏକ ବିଶାଳ ଶ୍ରମିକ ସମାବେଶ ସୋମବାର ସନ୍ଧ୍ୟାରେ ହୋଇଛି।ସ୍ଥାନୀୟ ଜୟଦେବ ସଦନ ସମ୍ମୁଖ ପଡିଆରେ ଆୟୋଜିତ ଏହି ସମାବେଶରେ ପ୍ରଥମକରି ଏମପି ବିଭୁପ୍ରସାଦ ତରାଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସର୍ବଭାରତୀୟ ଶ୍ରମିକନେତା ତନ୍ମୟ ଜେନା, ୟୁନିୟନ ଉପସଭାପତି ଆର ଏନ ଦାସ, ସମ୍ପାଦକ ସନାତନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଏମପି ତରାଇ ଓ ତନ୍ମୟ ଙ୍କୁ ବଡପଡିଆ ଠାରୁ ଶୋଭାଯାତ୍ରାରେ ମଞ୍ଚ ପର୍ଯ୍ୟନ୍ତ ଅଣାଯାଇଥିଲା। ସୂଚନାଯୋଗ୍ୟ, ଡକ୍ ମଜଦୂର ୟୁନିୟନ ନେତା ଥିଲେ ଘନଶ୍ୟାମ ଜେନା।ତାଙ୍କ ସମୟରେ କୌଣସି ଭାଜପା ନେତା ସମାବେଶରେ ଯୋଗ ଦେବାର ଦୃଷ୍ଟାନ୍ତ ନାହିଁ।ଏବେ ପାରାଦୀପରେ ଶିଳ୍ପ ମନ୍ତ୍ରୀ ସମର୍ଥକ ଜରିଆରେ ଏକ ୟୁନିୟନ ପ୍ରଭାବ ବିସ୍ତାର କରିବାରେ ଲାଗିଛି।ସେହି ସମୟରେ ଦଳର ଏମପି ଅନ୍ୟ ଏକ ୟୁନିୟନର ସଭାପତି ହେବା ଏବଂ ୟୁନିୟନ ବୈଠକରେ ଯୋଗ ଦେବା ଘଟଣାକୁ ନେଇ ରାଜନୈତିକ ଆଲୋଚନା ହୋଇଛି।