• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଜାତୀୟ

ସରିଲା ପ୍ରଥମ ଲଢ଼େଇ; ୧୦୨ ଆସନ ସହ ୧,୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

FNN WEB by FNN WEB
April 19, 2024
in ଜାତୀୟ, ମୁଖ୍ୟ ଖବର, ରାଜନୀତି
0
ସରିଲା ପ୍ରଥମ ଲଢ଼େଇ; ୧୦୨ ଆସନ ସହ ୧,୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍
0
SHARES
0
VIEWS

ନୂଆଦିଲ୍ଲୀ: ସରିଲା ୨୪ ମହାସଂଗ୍ରାମର ପ୍ରଥମ ଲଢ଼େଇ । ପଶ୍ଚିମବଙ୍ଗ ଓ ମଣିପୁରର କିଛି ଛୋଟମୋଟ ହିଂସାକୁ ଛାଡ଼ି ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ଆଜି ଭୋଟ୍ ପଡ଼ିଛି । ଇଭିଏମରେ ସିଲ୍ ହୋଇଛି ୮ କେନ୍ଦ୍ରମନ୍ତ୍ରୀ ୨ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧,୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ।

ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତର ସବୁଠୁ ବଡ଼ ଗଣତାନ୍ତ୍ରିକ ପର୍ବରେ ସାମିଲ ହେବାର ଉତ୍କଣ୍ଠା । ନେତା, ଜନତା, ଅଭିନେତା…ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ବୁଥ ଆଗରେ ଲମ୍ବା ଲାଇନ୍ । ପ୍ରଥମ ଥର ଭୋଟ୍ ଦେଉଥିବା ଯୁବ ମତଦାତାଙ୍କଠାରୁ ଆରମ୍ଭ କରି ଶତାୟୁଙ୍କ ମନରେ ସେଇ ଉତ୍ସାହ … ଗୋଟିଏ ଇଚ୍ଛା, ନିଜ ମନ ମୁତାବକ ପ୍ରାର୍ଥୀକୁ ଭୋଟ ଦେଇ ଆମରି ଭାଗ୍ୟ ଆମ ହାତେ ଗଢ଼ିବୁ ।

ସେଥିପାଇଁ ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେୱାଡ଼ା, ସୁକମା ହେଉ କିମ୍ବା କିଛିଦିନ ତଳେ ହିଂସା ପ୍ରପୀଡ଼ିତ ମଣିପୁରରେ ଦେଖିବାକୁ ମିଳିଛି ଭୋଟିଂ ବୁଥ୍ ଆଗରେ ଭିଡ଼। ଆସାମ ଜୋରହାଟରେ ତ ଡଙ୍ଗାରେ ନଈ ପାର୍ ହୋଇ ଲୋକେ ଅତି ଆଗ୍ରହରେ ଭୋଟ ଦେବାକୁ ଆସିଛନ୍ତି । ସେପଟେ ଭୋଟ୍ ଆଗ, ତା’ପରେ ବିବାହ ।

ଏହା ଭାବି ଉତ୍ତରପ୍ରଦେଶ ମୁଜାଫରନଗରରେ ଆଗେ ବୁଥ୍ କୁ ଆସିଲେ, ଭୋଟ୍ ଦେବା ପରେ ବେଦୀକୁ ଯାଇଥିଲେ ବର-କନ୍ୟା । ସେହିପରି ନାଗପୁରରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ବିଶ୍ୱର ସବୁଠୁ କମ୍ ଉଚ୍ଚତା ମହିଳା ଜ୍ୟୋତି ଅମଗୋ । ତାମିଲନାଡୁରେ ଭୋଟ ଦେଇଛନ୍ତି ଜଣେ ୧୦୨ ବର୍ଷର ମହିଳା ।

ସେହିପରି ନିର୍ବାଚନ ପର୍ବରେ ସାମିଲ ହୋଇ ଆଜି ଭୋଟ ଦେଇଛନ୍ତି ସୁପର ଷ୍ଟାର୍ ରଜନୀକାନ୍ତ, କମଲ ହାସନଙ୍କଠାରୁ ଆରମ୍ଭ କରି ସୂରିୟା, ଥଲାପତି ବିଜୟ, ଧନୁଷ, ବିଜୟ ସେତୁପତି, ଅଜିତ ଓ ଅଭିନେତ୍ରୀ ତ୍ରିଷା । ନାଗପୁରରେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ନିଜ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ହରିଦ୍ୱାରରେ ଭୋଟ ଦେଇଛନ୍ତି ବାବା ରାମଦେବ ।

୨୪ ମହାସଂଗ୍ରାମର ପ୍ରଥମ ଚରଣ ଲଢ଼େଇରେ ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଆସନରେ ଭୋଟ ପଡ଼ିଛି । ଏଥିରେ ରହିଛି ତାମିଲନାଡୁର ସମସ୍ତ ୩୯ ସିଟ୍ ସମେତ ରାଜସ୍ଥାନର ୧୨ଟି, ଉତ୍ତର ପ୍ରଦେଶର ୮ଟି, ମଧ୍ୟପ୍ରଦେଶର ୬ଟି, ମହାରାଷ୍ଟ୍ର, ଆସାମ ଓ ଉତ୍ତରାଖଣ୍ଡର ୫ଟି ଲେଖାଏଁ ଆସନ ।

ମୈଦାନରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି, ଅର୍ଜୁନ ମେଘାୱାଲଙ୍କ ଭଳି କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧,୬୨୫ ପ୍ରାର୍ଥୀ । ତେଣୁ ନୀତିନ ଗଡ଼କରି ନାଗପୁର ସ୍ଥିତ ଏକ ବୁଥରେ ଭୋଟ୍ ଦେଇଥିଲା ବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ, ତାମଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇ, ସୌନ୍ଦର୍ଯ୍ୟରାଜନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ବରମ ପ୍ରମୁଖ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ବାଇକରେ ଆସି ଭୋଟ ଦେଇଛନ୍ତି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍.ରଙ୍ଗାସ୍ୱାମୀ । ଆଜି ଏକା ସାଙ୍ଗରେ ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ପାଇଁ ବି ଭୋଟ ପଡ଼ିଛି । ତେବେ ଭୋଟ୍ ଗ୍ରହଣ ସମୟରେ ପଶ୍ଚିମବଙ୍ଗ ଓ ମଣିପୁରର କେତେକ ସ୍ଥାନରେ ଛୋଟମୋଟ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା ବେଳେ ଅନ୍ୟତ୍ର ମତଦାନ ମୋଟା ମୋଟି ଶାନ୍ତିପୂର୍ଣ୍ଣ ରହିଛି ।

Previous Post

ରାଲିରେ ଛୁଆଙ୍କୁ ବ୍ୟବହାର କରି ବାରମ୍ବାର ଗାଇଡଲାଇନ ଉଲ୍ଲଂଘନ କରୁଛନ୍ତି ଅପରାଜିତା:CEO ନିକଟରେ ଫେରାଦ ହେଲା ବିଜେଡି

Next Post

ବିଜେପିରେ ଯୋଗ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ

FNN WEB

FNN WEB

Next Post
ବିଜେପିରେ ଯୋଗ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ

ବିଜେପିରେ ଯୋଗ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.