• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଡବଲ ଇଞ୍ଜିନ ସରକାରଙ୍କ ରେଳ ବଜେଟ ନୈରାଶ୍ୟଜନକ : ବିଜେଡି

FNN WEB by FNN WEB
February 4, 2025
in ଓଡ଼ିଶା, ମୁଖ୍ୟ ଖବର
0
ଡବଲ ଇଞ୍ଜିନ ସରକାରଙ୍କ ରେଳ ବଜେଟ ନୈରାଶ୍ୟଜନକ : ବିଜେଡି
0
SHARES
1
VIEWS

ପଡୋଶୀ ରାଜ୍ୟ ମାନଙ୍କ ତୁଳନାରେ ଓଡ଼ିଶାର ରେଳ ସାନ୍ଦ୍ରତା ସର୍ବନିମ୍ନ
ଭୁବନେଶ୍ୱର : କେନ୍ଦ୍ର ରେଳ ବଜେଟ ସମ୍ବନ୍ଧରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜୁ ଜନତା ଦଳ ଏହାକୁ ଏକ ଫମ୍ପା ଆୱାଜ ଓ ପ୍ରଚାର ସର୍ବସ୍ୱ ବୋଲି କହିଛି। ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ ସରକାରକୁ ଆସିଥିବା ବିଜେପି କେବଳ ଓଡିଶା ଓ ଓଡିଶାବାସୀଙ୍କୁ ହତାଶ କରୁଛି ବୋଲି କହିଛନ୍ତି ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡ଼ ଅମର ପଟ୍ଟନାୟକ।

ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଡ଼ ପଟ୍ଟନାୟକ କହିଥିଲେ, ଏହି ବର୍ଷ ରେଳ ବଜେଟରେ ଓଡିଶାକୁ ୧୦,୫୯୯ କୋଟି ଟଙ୍କା ଦିଆଯାଇଛି ଯାହା ପୂର୍ବ ବର୍ଷ ବଜେଟ ଠାରୁ ମାତ୍ର ୧୩ କୋଟି ଟଙ୍କା ଅଧିକ। କିନ୍ତୁ ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ ଯେଉଁ ଦୁଇ ଗୁଣ ବିକାଶ କଥା କୁହାଯାଇଥିଲା, ତାହା ଦେଖିବାକୁ ମିଳିନାହିଁ। ଅପରପକ୍ଷରେ, ଓଡିଶାରୁ ଯାତ୍ରୀ ଭଡ଼ା ଓ ଫ୍ରେଟ୍‌ ଭଡ଼ା ସୂତ୍ରରୁ ରାଜସ୍ୱ ଆକାରରେ ପ୍ରତିବର୍ଷ ୨୫ ହଜାର କୋଟି ଟଙ୍କା ହିସାବରେ ଗତ ୧୦ ବର୍ଷରେ ପ୍ରାୟ ଅଢେଇ ଲକ୍ଷ କୋଟି ଟଙ୍କା ରେଳ ବିଭାଗକୁ ଯାଇଛି। ସେହି ଅନୁପାତରେ, ଓଡିଶାକୁ ଗତ ୧୦ ବର୍ଷରେ କେତେ ଅର୍ଥ ପ୍ରଦାନ କରାଯାଇଛି ? ଏହି ଦୃଷ୍ଟିରୁ ଓଡିଶାକୁ କେନ୍ଦ୍ରର ବୈମାତୃକ ମନୋଭାବ ଜାରି ରହିଛି। ରାଜ୍ୟବାସୀ ବିଜେପିକୁ ୨୦ ସାଂସଦ ଆସନରେ ଜିତାଇଥିବା ସହିତ ଡବଲ ଇଞ୍ଜିନ କ୍ଷମତାକୁ ଆସିଥିବା ବେଳେ ରାଜ୍ୟବାସୀଙ୍କୁ ବିଜେପି ହତାଶ କରିଛି।

ବିଗତ ବର୍ଷ ମାନଙ୍କରେ ରାଜ୍ୟରେ ୨୦୪୬ କିମି ରେଳ ଲାଇନ ନିର୍ମାଣ କରାଯାଇଛି ବୋଲି କହିବା ସହିତ ତାହା ମାଲେସିଆର ରେଳ ଲାଇନ ସହ ସମାନ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ ଡ଼ ପଟ୍ଟନାୟକ କହିଥିଲେ, ମାଲେସିଆ ଜନସଂଖ୍ୟା ମାତ୍ର ୩.୪ କୋଟି ହୋଇଥିବା ବେଳେ ଓଡ଼ିଶାର ଜନ ସଂଖ୍ୟା ସାଢେ଼ ଚାରି କୋଟି। ଓଡ଼ିଶାର ନିକଟରେ ଥିବା ବାଂଲାଦେଶରେ ୩୬୦୦ କିଲୋମିଟର ରେଳ ଲାଇନ ରହିଛି। ସେହିପରି ଅଷ୍ଟ୍ରେଲିଆର ଜନସଂଖ୍ୟା ୩.୨ କୋଟି ହୋଇଥିବା ବେଳେ ଏଠାରେ ୩୨,୦୦୦ କିଲୋମିଟର ରେଳ ଲାଇନ ରହିଛି। ସ୍ପେନ ଦେଶର ଜନସଂଖ୍ୟା ଓଡିଶା ସହିତ ସମାନ ହୋଇଥିବା ବେଳେ ଏଠାରେ ୧୬,୦୦୦ କିଲୋମିଟର ରେଳ ଲାଇନ ରହିଛି। ଏହି ସବୁ ତଥ୍ୟ ଇଣ୍ଟରନେଟରେ ଉପଲବ୍ଧ ଥିଲାବେଳେ ମନ୍ତ୍ରୀ ମହୋଦୟ ମାଲେସିଆର ତଥ୍ୟ ଦେଇ ଓଡିଶାବାସୀଙ୍କୁ ସ୍ପଷ୍ଟ ଦିବାଲୋକରେ ଲଣ୍ଠନ ଦେଖାଇବାକୁ ଚେଷ୍ଟା କରୁଛନ୍ତି।

ଡ଼ ପଟ୍ଟନାୟକ ଆହୁରି କହିଥିଲେ, ରେଳ ସାନ୍ଦ୍ରତା କ୍ଷେତ୍ରରେ ମଧ୍ୟ ଓଡିଶା ବହୁ ପଛରେ ପଡିଛି। ପଶ୍ଚିମବଙ୍ଗର ରେଳ ସାନ୍ଦ୍ରତା ୪୭.୫, ଆନ୍ଧ୍ରର ୨୪.୩ ଓ ଝାରଖଣ୍ଡ ପରି ରାଜ୍ୟରେ ୩୨.୬ ରହିଥିବା ବେଳେ ଓଡ଼ିଶାର ମାତ୍ର ୧୭ ରହିଛି। ଡବଲ ଇଞ୍ଜିନ ସରକାର ଆସିବା ପରେ ଏହାକୁ ବଢାଇବା ପାଇଁ କ’ଣ ଚେଷ୍ଟା କରାଯାଇଛି ? ରାୟଗଡା ଠାରେ ଏକ ନୂଆ ଡିଭିଜନ କରାଗଲା ବୋଲି ବାହାସ୍ଫୋଟ ମାରୁଥିଲେ ହେଁ ପ୍ରକୃତରେ ଇଷ୍ଟକୋଷ୍ଟ ରେଲୱେକୁ ସବୁଠାରୁ ଅଧିକ ରାଜସ୍ୱ ଦେଉଥିବା ୱାଲଟିଅର ଡିଭିଜନକୁ ଆନ୍ଧ୍ରକୁ ଖୁସି କରିବାକୁ ଦିଆଗଲା। ଆପଣମାନେ ଭଲ ଭାବେ ଜାଣନ୍ତି, କେଉଁ କାରଣ ପାଇଁ କେନ୍ଦ୍ର ସରକାର ଆନ୍ଧ୍ରକୁ ଖୁସି କରିବାକୁ ସ୍ୱତନ୍ତ୍ର ଅନୁଦାନ ଅଜାଡି ପକାଉଛନ୍ତି।
ଡ଼ ପଟ୍ଟନାୟକ ଆହୁରି କହିଥିଲେ, ମନ୍ତ୍ରୀ ମହୋଦୟ ତାଙ୍କ ବକ୍ତବ୍ୟରେ କହିଥିଲେ, ଓଡ଼ିଶାରେ ରେଳ ପ୍ରକଳ୍ପ କାର୍ଯ୍ୟ ଠିକ ଚାଲିଛି ବୋଲି ଦାବି କରିଥିଲେ, କିନ୍ତୁ ଓଡ଼ିଶାରେ ଚାଲିଥିବା ପ୍ରକଳ୍ପ ଗୁଡିକର ମନ୍ଥର ଗତି ବିଷୟରେ ରାଜ୍ୟବାସୀ ଭଲଭାବେ ଜାଣନ୍ତି। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ, ଯାହା ୧୯୯୪-୯୫ ମସିହାରେ ଆରମ୍ଭ ହୋଇଥିଲା, ତାହା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ କି କେବେ ଶେଷ ହେବ ତାର କିଛି ନିର୍ଦ୍ଦିଷ୍ଟ ସୂଚନା ନାହିଁ।

ସେହିପରି ଗୁଣୁପୁର-ଥେରୁବାଲି ରେଳ ଲାଇନ ୨୦୧୭-୧୮ରେ ଆରମ୍ଭ ହୋଇଥିଲା, କିନ୍ତୁ କେବେ ସରିବ ତାର କିଛି ସୂଚନା ନାହିଁ। ବରଗଡ଼-ନୂଆପଡା ରେଳ ଲାଇନ, ଯାହା ପଦ୍ମପୁର ଉପନିର୍ବାଚନ ସମୟରେ ଘୋଷଣା କରାଯାଇଥିଲା, ତାହା କେବେ ଆରମ୍ଭ ହେବ ସୂଚନା ନାହିଁ। ସୀତାପାଲି ଠାରେ ୨୦୧୧-୧୨ ମସିହାରେ ଏକ ଷ୍ଟୋରେଜ ସେଣ୍ଟର ନିର୍ମାଣ ହେବ ବୋଲି ଘୋଷଣା କରାଯାଇଥିଲା ଯାହାର ଆବଶ୍ୟକତା ନାହିଁ ବୋଲି କୁହାଯାଇଥିଲା, କିନ୍ତୁ ଏହାକୁ ମହାରାଷ୍ଟ୍ରରେ ନିର୍ମାଣ କରାଯାଇଥିଲା। ସେହିପରି କଳାହାଣ୍ଡି ଠାରେ ଇଲେକ୍ଟ୍ରିକ୍‌ ଲୋକୋମୋଟିଭ ମରାମତି କାରଖାନା ପ୍ରତିଷ୍ଠା ହେବ ବୋଲି କୁହାଯାଇଥିଲା। ଯେଉଁଥିପାଇଁ ରାଜ୍ୟ ସରକାର ୧୦୦ ଏକର ଜମି ପ୍ରଦାନ କରିଥିଲେ, କିନ୍ତୁ ଏହି ପ୍ରକଳ୍ପର ଚିହ୍ନବର୍ଣ୍ଣ ନାହିଁ। ରାଜ୍ୟର ୫୯ଟି ଷ୍ଟେସନର ନବୀକରଣ ହେବ ବୋଲି କୁହାଯାଇଛି, କିନ୍ତୁ ୨୦୧୫ରେ ଭୁବନେଶ୍ୱର ଷ୍ଟେସନର ନବୀକରଣ କାମ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ତେଣୁ ଡବଲ ଇଞ୍ଜିନ ସରକାର ଆସିବା ପରେ ରେଳ ବଜେଟ ଓ ସାଧାରଣ ବଜେଟରେ ଓଡିଶା ପ୍ରତି କେନ୍ଦ୍ରର ଅବହେଳା ଓ ବୈମାତୃକ ମନୋଭାବ ବଢ଼ିଛି ସିନା କମି ନାହିଁ ବୋଲି ଡ଼ ପଟ୍ଟନାୟକ କହିଥିଲେ।

Previous Post

ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ମିଳିବ ଉନ୍ନତ ଚିକିତ୍ସା: ଏସ୍‌ସିବିରେ ହେବ ବୃହତ୍‌ ଟ୍ରମା ସେଣ୍ଟର

Next Post

କିଟରେ ‘ବ୍ରିକ୍‍ସ ଯୁବ ପରିଷଦ ଉଦ୍ୟୋଗିକତା ପ୍ରାକ୍‌-ପରାମର୍ଶ’ ସମ୍ମିଳନୀ

FNN WEB

FNN WEB

Next Post

କିଟରେ ‘ବ୍ରିକ୍‍ସ ଯୁବ ପରିଷଦ ଉଦ୍ୟୋଗିକତା ପ୍ରାକ୍‌-ପରାମର୍ଶ' ସମ୍ମିଳନୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

June 25, 2026
ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

June 25, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.