• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବା ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି: ରାଜ୍ୟପାଳ

FNN WEB by FNN WEB
February 13, 2025
in ଓଡ଼ିଶା, ମୁଖ୍ୟ ଖବର
0
ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବା ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି: ରାଜ୍ୟପାଳ
0
SHARES
2
VIEWS

ଭୁବନେଶ୍ବର : ଅସମ୍ଭବ ଲାଗୁଥିବା ପରିବର୍ତ୍ତନକୁ ଅପେକ୍ଷା କରି କ୍ଲାନ୍ତ ହୋଇପଡ଼ିଥିଲେ ରାଜ୍ୟବାସୀ । ହୃଦୟରେ ଆଶା ଓ ଭବିଷ୍ୟତ ପାଇଁ ଦୃଷ୍ଟିଭଙ୍ଗୀ ରଖି ୨୦୨୪ ସାଧାରଣ ନିର୍ବାଚନରେ ନିରନ୍ତରତା ପରିବର୍ତ୍ତେ ପରିବର୍ତ୍ତନକୁ ବାଛିଲେ । ମୋ ସରକାରଙ୍କ ପ୍ରତିଶ୍ରୁତିକୁ ଗ୍ରହଣ କଲେ । ଓଡ଼ିଶାବାସୀଙ୍କ ମତଦାନ କେବଳ ଏକ ରାଜନୀତିକ ନିଷ୍ପତ୍ତି ନଥିଲା ବରଂ ଏହା ଏକ ଆସ୍ଥାର ପରିପ୍ରକାଶ ଥିଲା । ଏକ ଉଜ୍ୱଳ ଦିଗନ୍ତକୁ ଆଖିରେ ରଖି, ପରିବର୍ତ୍ତନର ଆଶା ଓ ଭରସା ନେଇ ସେମାନେ ମୋ’ ସରକାର ଉପରେ ଦାୟିତ୍ୱ ନ୍ୟସ୍ତ କରିଥିଲେ । ଯିଏ ସେମାନଙ୍କ କଥା ଶୁଣିବ,ବୁଝିବ ଓ କାର୍ଯ୍ୟ କରିବ । ଯିଏକି ଗରିବଙ୍କ ଆଶ, ଯୁବକମାନଙ୍କ ଆକାଂକ୍ଷା, କୃଷକଙ୍କ ସ୍ୱପ୍ନ ଓ ମହିଳାମାନଙ୍କ ଲକ୍ଷ୍ୟକୁ ସାକାର କରି ଏକ ଅତୁଳନୀୟ ସମୃଦ୍ଧିର ନୂତନ ଯୁଗ ଆରମ୍ଭ କରିବ । ବିଧାନସଭା ବଜେଟ୍ ଅଧିବେଶନକୁ ସମ୍ବୋଧିତ କରି ନିଜର ଅଭିଭାଷଣରେ ଏଭଳି କିଛି କଥା କହିଛନ୍ତି ରାଜ୍ୟପାଳ ଡଃ ହରିବାବୁ କମ୍ଭମପତି । ଏହାସହିତ ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଏବେଠୁ ଭିତ୍ତିଭୂମି ପଡ଼ିଥିବା ମଧ୍ୟ କହିଛନ୍ତି । ତେବେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧୀ ବିଜେଡି ଓ କଂଗ୍ରେସ ସମାଲୋଚନା କରି ସରକାର ସବୁବେଳେ ରାଜ୍ୟପାଳଙ୍କ ଦ୍ୱାରା ମିଛ କୁହାଉଛନ୍ତି ବୋଲି କହିଛନ୍ତି ।

ବିଧାନସଭା ବଜେଟ୍ ଅଧିବେଶନ ଆଜିଠୁ ରାଜ୍ୟପାଳ ଡଃ ହରିବାବୁଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି । ବଜେଟ ଅଭିଭାଷଣ ମାଧ୍ୟମରେ ରାଜ୍ୟର ବିଜେପି ସରକାରଙ୍କ ବିଗତ ୮ମାସର ବିଭିନ୍ନ କାର୍ଯ୍ୟ ଓ ଭବିଷ୍ୟତ ପାଇଁ ରହିଥିବା କାର୍ଯ୍ୟର ଏକ ରୂପରେଖ ଉପସ୍ଥାପନ କରିଛନ୍ତି । ରାଜ୍ୟବାସୀଙ୍କ ପାଇଁ ଏକ ଉଜ୍ୱଳ, ଅଧିକ ସମୃଦ୍ଧ ଭବିଷ୍ୟତ ପାଇଁ ଏକ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରୁଛି ବୋଲି ରାଜ୍ୟପାଳ କହିଛନ୍ତି । ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଲକ୍ଷ୍ୟ ସାଧନ ଉଦ୍ଦେଶ୍ୟରେ ମୋ ସରକାରଙ୍କ ବିସ୍ତୃତ ଯୋଜନା ରହିଛି, ଯେଉଁଥିରେ ଭାରତର ଅର୍ଥନୀତିକୁ ଓଡ଼ିଶାର ୧.୫ ଟ୍ରିଲିୟନ ଡଲାର ଯୋଗଦାନର ଆଭିମୁଖ୍ୟ ରହିଛି ବୋଲି ରାଜ୍ୟପାଳ କହିବା ସହ ଏହି ଲକ୍ଷ୍ୟକୁ ହାସଲ କରିବା ନିମନ୍ତେ ବର୍ତ୍ତମାନର ‘ଅମୃତ କାଳ’ର ସର୍ବୋତ୍ତମ ଉପଯୋଗ କରି ପ୍ରତ୍ୟେକ ବ୍ୟକ୍ତି, ସଂଗଠନ ଓ ସମଗ୍ର ରାଜ୍ୟକୁ ସକ୍ରିୟ ଭାବେ ଅଭିନବତ୍ୱ ପ୍ରତିପାଦନ ପୂର୍ବକ ପ୍ରଗତିଶୀଳ ଚିନ୍ତାଧାରା ସହ କାର୍ଯ୍ୟ କରିବାକୁ ହେବ ବୋଲି ରାଜ୍ୟପାଳ କହିଛନ୍ତି ।

ସରକାର ଆସିବାର ୮ମାସ ବିତିଛି । ଏହା ମଧ୍ୟରେ ମୋ’ ସରକାର ବିଭିନ୍ନ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଅନେକ ଯୋଜନା ପ୍ରଣୟନ କରିଛନ୍ତି । ରାଜ୍ୟ ତଥା ଦେଶର ସ୍ୱାର୍ଥ ପାଇଁ ଅନେକ କାର୍ଯ୍ୟକ୍ରମମାନ ଆୟୋଜନ ହୋଇଛି । ପ୍ରାୟ ଏକ କୋଟି ମହିଳାଙ୍କୁ ନିଜର ପ୍ରମୁଖ ଯୋଜନା ‘ସୁଭଦ୍ରା’ରେ ସାମିଲ କରିବା, ଧାନ ପାଇଁ ଏମଏସପି ଉପରେ କ୍ୱିଣ୍ଟାଲ ପିଛା ଅଧିକ ୮୦୦ଟଙ୍କା ଇନପୁଟ ସହାୟତା ପ୍ରଦାନ, ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲିବା ଓ ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବାକୁ ଅନେକ ପଦକ୍ଷେପ ନେଇଛନ୍ତି । ୨୦୨୪ ନଭେମ୍ବରରେ ପୁଲିସ ଡିଜି ସମ୍ମିଳନୀ,୨୦୨୫ ଜାନୁୟାରୀ ମାସରେ ସିଙ୍ଗାପୁରର ରାଷ୍ଟ୍ରପତିଙ୍କ ଗସ୍ତ, ୧୮ତମ ପ୍ରବାସୀ ଭାରତୀୟ ଦିବସ, ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜନ ପାଇଁ ମୋ’ ସରକାରଙ୍କ ନିଷ୍ଠାପର ଉଦ୍ୟମ ପ୍ରଶଂସନୀୟ ବୋଲି ରାଜ୍ୟପାଳ କହିଥିଲେ ।

ବୈଦେଶିକ ବାଣିଜ୍ୟ, ସମୃଦ୍ଧ ଖଣିଜ ଭଣ୍ଡାର ଓ ପ୍ରଚୁର ମାନବ ସମ୍ବଳର ସମୃଦ୍ଧ କେନ୍ଦ୍ର ଭାବେ ଗୌରବମୟ ଅତୀତ ସତ୍ତ୍ୱେ ସ୍ୱାଧୀନତା ପରବର୍ତ୍ତନୀ ଅନେକ ବର୍ଷ ଧରି ଓଡ଼ିଶା ଏହାର ବିପୁଳ ସମ୍ଭାବନାକୁ ବାସ୍ତବତାରେ ପରିଣତ କରିବା ପାଇଁ ସଂଘର୍ଷ କରିଥିଲା । ରାଜ୍ୟର ପ୍ରତିଶ୍ରୁତି ଅନେକ ସମୟରେ ପୂରଣ ହୋଇପାରିନଥିଲା ବୋଲି ରାଜ୍ୟପାଳଙ୍କ ମୁହଁରେ ରାଜ୍ୟର ବିଜେପି ସରକାର କୁହାଇ ପୂର୍ବ ସରକାରମାନଙ୍କୁ ଟାର୍ଗେଟ୍ କରିଛନ୍ତି । ମୋ’ ସରକାର ପ୍ରଗତି ଓ ସମୃଦ୍ଧି ଦିଗରେ ଆମର ଯାତ୍ରାରେ କାହାକୁ ପଛରେ ନପକାଇ ଓଡ଼ିଶାର ସାମଗ୍ରିକ ବିକାଶ ଓ ଏହାର ସମସ୍ତ ବର୍ଗର ଲୋକଙ୍କ ସଶକ୍ତିକରଣ ପାଇଁ ଦୃଢ଼ ଭାବେ ସମର୍ପିତ ବୋଲି ରାଜ୍ୟପାଳ କହିଛନ୍ତି । ଏହାସହିତ ରାଜ୍ୟରେ ୮ମାସ ଧରି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ମିଳିଥିବା ସଫଳତାକୁ ମଧ୍ୟ ରାଜ୍ୟପାଳ ନିଜ ଅଭିଭାଷଣରେ ସ୍ଥାନିତ କରିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ପ୍ରତିକ୍ରିୟା ରଖି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ରାଜ୍ୟପାଳ ଚିରାଚରିତ ଅଭିଭାଷଣ ରଖିଛନ୍ତି ଓ ଏଥିରେ କିଛି ନୂତନତ୍ୱ ନଥିଲା । ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ କିଛି ନଥିଲା । ଯେଉଁ ସଫଳତା କଥା କହିଛନ୍ତି ତାହା ନବୀନ ପଟ୍ଟନାୟକ ସରକାର ସମୟରେ ହୋଇଥିଲା । ସେହିପରି ବିଜେଡି ବିଧାୟକ ଅରୁଣ ସାହୁ ରାଜ୍ୟପାଳଙ୍କ ଅଭିଭାଷଣରେ କେବଳ ଭାଷାରେ ଅଳଙ୍କାର ଦିଆଯାଇଛି । ଓଡ଼ିଶାର ସାଧାରଣ ଲୋକଙ୍କ ସ୍ୱାର୍ଥ ଉଦ୍ଦିଷ୍ଟ କଥା କହିନାହାନ୍ତି । ବ୍ଲେମ ଗେମ୍ ପୁନରାବୃତ୍ତି ହୋଇଛି । ପୁରୁଣା ଯୋଜନାର ନୂଆ ନାଁ କେବଳ ପଢ଼ିଲେ । ଲୋକଙ୍କ ସମସ୍ୟା ଯେପରି ଦରବୃଦ୍ଧି, ଧାନ କଟନୀଛଟନୀ, ପୋଲାଭରମ, ମହାନଦୀ, ଓଡ଼ିଆ ଅସ୍ମିତା, ଆଇନଶୃଙ୍ଖଳା ଭୁଶୁଡ଼ିବା ଉପରେ ରାଜ୍ୟପାଳ କିଛି କହିଲେ ନାହିଁ । ସରକାର ସବୁବେଳେ ରାଜ୍ୟପାଳଙ୍କ ମୁହଁରେ ମିଛ କୁହାନ୍ତି ବୋଲି ଶ୍ରୀ ସାହୁ କହିଥିଲେ ।

ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟପାଳଙ୍କ ଅଭିଭାଷଣକୁ ସମାଲୋଚନା କରିଥିଲେ । ଖାଲି ଶଗଡ଼କୁ ଦଉଡ଼େଇ ଦଉଡ଼େଇ ନେଉଛନ୍ତି । ଚାଷୀ,ଯୁବକଙ୍କ ପାଇଁ କିଛି ନାହିଁ । ପୋଲାଭରମ-ମହାନଦୀ-କୋଟିଆ, ଖଣି ଚୋରାଲାଣ କଥା କିଛି କହିଲେନି । ସରକାର ଯାହା ଲେଖିଛନ୍ତି ରାଜ୍ୟପାଳ ତାହା ପଢ଼ିଛନ୍ତି ଓ ଏହା ନିନ୍ଦନୀୟ କଥା ବୋଲି ଶ୍ରୀ ବାହିନୀପତି କହିଛନ୍ତି ।

Previous Post

ବଲାଙ୍ଗୀର ଜିଲ୍ଲାର ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

Next Post

ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମାଲୋଚନା

FNN WEB

FNN WEB

Next Post
ମୁଁ ସମ୍ପୂର୍ଣ୍ଣ ସୁସ୍ଥ, ମୋ ସ୍ବାସ୍ଥ୍ୟ ନୁହେଁ ପ୍ରଧାନମନ୍ତ୍ରୀଙ୍କୁ ଭୋଟ ଚିନ୍ତା: ନବୀନ

ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମାଲୋଚନା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.