• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜ୍ୟର ଚିଠା ଆଇଟି ନୀତି ଉପରେ ମତାମତ ଲୋଡ଼ିଲେ ସରକାର

FNN WEB by FNN WEB
February 15, 2025
in ଓଡ଼ିଶା, ମୁଖ୍ୟ ଖବର
0
ରାଜ୍ୟର ଚିଠା ଆଇଟି ନୀତି ଉପରେ ମତାମତ ଲୋଡ଼ିଲେ ସରକାର
0
SHARES
0
VIEWS


ଭୁବନେଶ୍ୱର: ରାଜ୍ୟ ସରକାର ଆଗାମୀ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇ.ଟି.) ନୀତି ଚିଠା ଉପରେ ଶିଳ୍ପ ପ୍ରତିନିଧିମାନଙ୍କ ମତାମତ ଜାଣିବା ପାଇଁ ଶୁକ୍ରବାର ଦିନ ଏକ ଘରୋଇ ହୋଟେଲରେ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ‘ନାସ୍‍କମ୍‍’ ପ୍ରତିନିଧିମାନଙ୍କ ସହ ଏକ ମିଳିତ ଆଲୋଚନାର ଆୟୋଜନ କରାଯାଇଥିଲା । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ, ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମାନସ ପଣ୍ଡା, ଓଡ଼ିଶା ଅଭିକଳକ ପ୍ରୟୋଗ କେନ୍ଦ୍ର (ଓକାକ) ସି.ଇ.ଓ. ଡଃ ପ୍ରଦୀପ ରାଉତ, ‘ନାସ୍‍କମ୍‍’ ତଥା ଓଡ଼ିଶା ଆଇ.ଟି. ଶିଳ୍ପର ପ୍ରତିନିଧିମଣ୍ଡଳୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଓଡ଼ିଶାରେ ଆଇ.ଟି. ଶିଳ୍ପର ଦ୍ରୁତ ଅଭିବୃଦ୍ଧି ଓ ଏହାକୁ ଆଗେଇନେବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ସଂପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, “ସରକାର ଏ କ୍ଷେତ୍ରରେ ଗବେଷଣା ଓ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ଅଧିକ ପରିବ୍ୟାପ୍ତ କରିବାକୁ ଚାହୁଁଛନ୍ତି ଏବଂ ସେଥିପାଇଁ ସମର୍ପିତ ଉତ୍କର୍ଷ କେନ୍ଦ୍ରମାନ ସ୍ଥାପନ କରିବାକୁ ଚାହାନ୍ତି । ସରକାର ଶିଳ୍ପ ପ୍ରତିନିଧି ତଥା ସମ୍ପୃକ୍ତ ଶିକ୍ଷାବିତ୍‍ମାନଙ୍କ ପାଇଁ ମଧ୍ୟ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖିଛନ୍ତି ।” ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ ଆଗାମୀ ଆଇ.ଟି. ନୀତିର ଚିଠା ସଂପର୍କରେ ସୂଚନା ଦେଇ କହିଥିଲେ ଯେ, “ ସରକାର ରାଜ୍ୟର ଆଇ.ଟି. ଶିଳ୍ପର ବର୍ତ୍ତମାନର ସ୍ଥିତି-ପରିସ୍ଥିତି ଓ ଭବିଷ୍ୟତକୁ ଆହୁରି ସମ୍ମୁଜ୍ୱଳ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଆଇ.ଟି. ଚିଠା ନୀତି ପ୍ରତିଯୋଗିତାମୂଳକ ପରିବେଶକୁ ପ୍ରୋତ୍ସାହିତ କରିବାର ଆଭିମୁଖ୍ୟ ରଖିଛି । ଯାହା ଡିଜିଟାଲ ଅର୍ଥନୀତି କ୍ଷେତ୍ରରେ ଓଡ଼ିଶାର ସ୍ଥିତିକୁ ମଜବୁତ୍‍ କରିବ ।” ମୂଳଢାଞ୍ଚା ପ୍ରସ୍ତୁତିଠାରୁ ଆରମ୍ଭ କରି କୌଶଳ ବିକାଶ, ଗବେଷଣା ଆଦି ଅନେକ ବିଷୟ ସଂଶିତ ଚିଠା ନୀତିରେ ସନ୍ନିବିଷ୍ଟ ହୋଇଛି ବୋଲି ସେ କହିଥିଲେ । ଜନସାଧାରଣଙ୍କ ଅବଗତି ନିମନ୍ତେ ତଥା ସେମାନଙ୍କ ମତାମତ ପାଇଁ ଚିଠା ନୀତିକୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଓ୍ୱେବସାଇଟ (https://it.odisha.gov.in/) ଏବଂ ଓକାକ ଓ୍ୱେବସାଇଟ (https://www.ocac.in/) ରେ ଛଡ଼ାଯାଇଛି । ଏ-ସଂପର୍କିତ ସମସ୍ତ ମତାମତ ifitp.eit@odisha.gov.in କୁ ପଠାଯାଇପାରିବ ।

ରାଜ୍ୟରେ ଆଇ.ଟି. ଶିଳ୍ପର ଅଭିବୃଦ୍ଧି ନିମନ୍ତେ ଚିଠା ନୀତିରେ ସ୍ଥାନିତ ମୁଖ୍ୟ ବିଭାଗ ସମୂହ ଏବଂ ପ୍ରସ୍ତାବିତ ପ୍ରୋତ୍ସାହନ ଆଦିକୁ ନେଇ ଆଲୋଚନାବେଳେ ଏକ ତଥ୍ୟଭିତ୍ତିକ ବିବରଣୀ ଉପସ୍ଥାପନ କରାଯାଇଥିଲା । ଆଲୋଚନା ଶେଷରେ ଅନୁଷ୍ଠିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ ଶିଳ୍ପ-ପ୍ରତିନିଧିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଏହି ବୈଠକରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମାନସ ପଣ୍ଡା, ଓଡିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ରର ସିଇଓ ଡା ପ୍ରଦୀପ କୁମାର ରାଉତ ଏବଂ ନାସ୍‍କମ୍‍ ଓ ଅନ୍ୟ ଶିଳ୍ପାନୁଷ୍ଠାର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Previous Post

୨୦୨୯ ସୁଦ୍ଧା ରାଜ୍ୟରେ ଉତ୍ପାଦନ ହେବ ଦୈନିକ ୫ କୋଟି ଅଣ୍ଡା

Next Post

ବଜେଟରେ ୧୬ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ବଜେଟରେ ୧୬ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଜେଟରେ ୧୬ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
‘ଦୂଆ’ ଓ ‘ଦାୱତ’ ସହ ଶେଷ ହେଲା ରାଜ୍ୟ ସ୍ତରୀୟ ତବ୍‌ଲିଗି ଇଜ୍‌ତେମା

‘ଦୂଆ’ ଓ ‘ଦାୱତ’ ସହ ଶେଷ ହେଲା ରାଜ୍ୟ ସ୍ତରୀୟ ତବ୍‌ଲିଗି ଇଜ୍‌ତେମା

January 22, 2025
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାକିସ୍ତାନ ଆମକୁ ଉସୁକାଇବାକୁ ଚେଷ୍ଟା କରୁଛି, ଆମେ ସଂଯମତାର ସହ ଜବାବ ଦେଉଛୁ

ପାକିସ୍ତାନ ଆମକୁ ଉସୁକାଇବାକୁ ଚେଷ୍ଟା କରୁଛି, ଆମେ ସଂଯମତାର ସହ ଜବାବ ଦେଉଛୁ

May 10, 2025
ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି

ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି

May 10, 2025
ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ

ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ

May 10, 2025
ରଣନୀତି ପ୍ରସ୍ତୁତି ନେଇ ବସୁଛି ଘନଘନ ବୈଠକ

ରଣନୀତି ପ୍ରସ୍ତୁତି ନେଇ ବସୁଛି ଘନଘନ ବୈଠକ

May 9, 2025

Recent News

ପାକିସ୍ତାନ ଆମକୁ ଉସୁକାଇବାକୁ ଚେଷ୍ଟା କରୁଛି, ଆମେ ସଂଯମତାର ସହ ଜବାବ ଦେଉଛୁ

ପାକିସ୍ତାନ ଆମକୁ ଉସୁକାଇବାକୁ ଚେଷ୍ଟା କରୁଛି, ଆମେ ସଂଯମତାର ସହ ଜବାବ ଦେଉଛୁ

May 10, 2025
ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି

ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି

May 10, 2025
ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ

ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ

May 10, 2025
ରଣନୀତି ପ୍ରସ୍ତୁତି ନେଇ ବସୁଛି ଘନଘନ ବୈଠକ

ରଣନୀତି ପ୍ରସ୍ତୁତି ନେଇ ବସୁଛି ଘନଘନ ବୈଠକ

May 9, 2025
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାକିସ୍ତାନ ଆମକୁ ଉସୁକାଇବାକୁ ଚେଷ୍ଟା କରୁଛି, ଆମେ ସଂଯମତାର ସହ ଜବାବ ଦେଉଛୁ

ପାକିସ୍ତାନ ଆମକୁ ଉସୁକାଇବାକୁ ଚେଷ୍ଟା କରୁଛି, ଆମେ ସଂଯମତାର ସହ ଜବାବ ଦେଉଛୁ

May 10, 2025
ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି

ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି

May 10, 2025
  • About
  • Advertise
  • Privacy & Policy
  • Contact

© 2024 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2024 fast news network.