• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବଜେଟ୍‌ ୨୦୨୫-୨୬ ଉପସ୍ଥାପନ: ୨ଲକ୍ଷ ୯୦ ହଜାର କୋଟିର ବ୍ୟୟ ବରାଦ

FNN WEB by FNN WEB
February 17, 2025
in ଓଡ଼ିଶା, ମୁଖ୍ୟ ଖବର
0
ବଜେଟ୍‌ ୨୦୨୫-୨୬ ଉପସ୍ଥାପନ: ୨ଲକ୍ଷ ୯୦ ହଜାର କୋଟିର ବ୍ୟୟ ବରାଦ
0
SHARES
0
VIEWS


ଭୁବନେଶ୍ବର : ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୫-୨୬ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ ଅଭାଭାଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ସରକାର ଲୋକଙ୍କ ପାଇଁ କାମ କରିବାକୁ ଅନବରତ ଚେଷ୍ଟା କରୁଛି। ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ କରିବା ଦ୍ବାରା ପୁଞ୍ଜିନିବେଶ ଲାଗି ବାଟ ଫିଟିଛି । ୧୬ ଲକ୍ଷ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହେବ । ଯାହା ଫଳରେ ରାଜ୍ୟରେ ନିଯୁକ୍ତି ବଢିବ । ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ନେଇ ଆଶାବାଦୀ ରହିଛୁ। ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ସମ୍ବଳ ବିନିଯୋଗ ଲକ୍ଷ୍ୟ ରଖିଛୁ। ଗ୍ରାମାଞ୍ଚଳରେ ଅଧିକ ପୁଞ୍ଜି ନିବେଶ କରି ବିକାଶ କରିବୁ। ଓଡ଼ିଶାକୁ ବିକଶିତ କରିବା ଦିଗରେ ଆମେ କାମ କରୁଛୁ। ଏଥି ସହିତ ଆମେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛୁ । ସହରୀକରଣ ଯୋଜନା ଅଭିବୃଦ୍ଧିର ଇଞ୍ଜିନ କରିବୁ । ଚାଷୀଙ୍କୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ବନ୍ଦର ଭିତ୍ତିକ ବିକାଶ ଦିଗରେ ଆମେ କାମ କରୁଛୁ । ଆମ ସରକାର ନୂଆ ଶିଳ୍ପ ଦିଗରେ ଅଗ୍ରସର ହେଉଛନ୍ତି।

ସେପଟେ ଚଳିତ ବଜେଟରେ କୃଷି ପାଇଁ ୩୭,୮୦୦ କୋଟି ବ୍ୟୟ ଅଟକଳ କରାଯାଇଛି। ଯାହା ଗତ ବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ମୋଟ ଜନସଂଖ୍ୟାର ୮୦ ପ୍ରତିଶତ ଗ୍ରାମାଞ୍ଚଳରେ ରହନ୍ତି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ କୃଷି ଉପରେ ନିର୍ଭରଶୀଳ। ସେଥିପାଇଁ କୃଷି କ୍ଷେତ୍ରକୁ ଅଧିକ ଫୋକସ୍‌ କରାଯାଇଛି। ସିଏମ୍‌ କିଷାନ ଯୋଜନାରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି ରହିଥିବା ବେଳେ ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି, ମିଲେଟ ଶ୍ରୀଅନ୍ନ ଯୋଜନା ୧୭୭ଟି ବ୍ଲକକୁ ବର୍ଦ୍ଧିତ କରାଯାଇଛି। ମିଲେଟ ପାଇଁ ଏମ୍‌ଏସ୍‌ପି ୪୨୯୦ ଟଙ୍କା ବାଦ ଅଧିକ ୨ ଶହ ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟଗ ପାଇଁ ୨୯୩ କୋଟି,ଓୟୁଏଟି ପାଇଁ ୫୧୧ କୋଟି ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଜରିଆରେ ୬୫୦ କୋଟି ବ୍ୟୟ ବରାଦ କରାଯାଇଛି। ରାଜ୍ୟ ସରକାର ଶୀତଳଭଣ୍ଡାର ପ୍ରତିଷ୍ଠା କରିବା ଉପରେ ମଧ୍ୟ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ୨୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହାଦ୍ବାରା ରାଜ୍ୟର ୫୮ଟି ଉପଖଣ୍ଡରେ ଶୀତଳଭଣ୍ଡାର ସ୍ଥାପନ ହୋଇପାରିବ।

ସେହିପରି ସମୃଦ୍ଧ କୃଷକ ଯୋଜନା ପାଇଁ ୬ ହଜାର କୋଟି,ଜଳ ଭିତ୍ତିଭୂମି ଓ ବିକାଶ ପାଇଁ ୧୩୧୫ କୋଟ। ତ୍ବରିତ ଜଳସେଚନ ଲାଭ ଯୋଜନା ପାଇଁ ୧୭୮୬ କୋଟି, ପାର୍ବତୀ ଗିରି ମେଗା ଉଠାଜଳସେଚନ ପ୍ରକଳ୍ପ ପାଇଁ ୧୩୧୮ କୋଟ। ଜଳସଂରକ୍ଷଣ ଭିତ୍ତିଭୂମି ପାଇଁ ୮୮୦ କୋଟି ବରାଦ କରାଯାଇଛି। ମତ୍ସ୍ୟ, ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ରଖିଛନ୍ତି ସରକାର । ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଖର୍ଚ୍ଚ ହେବ ୧୪୬ କୋଟି ଖର୍ଚ୍ଚ ହେବ । ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଆମେ ଆତ୍ମନିର୍ଭର ହେବା ଦିଗରେ କାମ କରୁଛୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୩୬ ସୁଦ୍ଧା ବଢିବ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଆରମ୍ଭ କରିବ ଓଡ଼ିଶା । ବୈଜ୍ଞାନିକ ପ୍ରଣାଳୀରେ ଚାଷ ପାଇଁ ଗୁରୁତ୍ବ ଦିଆଯାଉଛି । ମୁଖ୍ୟମନ୍ତ୍ରୀ କହିଲେ ଆମ ସରକାର ମାଛ ଧରା ବନ୍ଦରର ଆଧୁନୀକିକରଣ ହେଉଛି।

ଅନ୍ୟପଟେ ଚଳିତ ବଜେଟ୍‌ରେ ୨୦୨୫-୨୬ ଆର୍ଥିକ ବର୍ଷରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସୁଭଦ୍ରା ଯୋଜନାରେ ୧୦ ହଜାର ୧୪୫ କୋଟି ଟଙ୍କା ଓ ସୁଭଦ୍ରା ସୁରକ୍ଷା ଅଧୀନରେ ୧ ଶହ ୫୩ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଆମେ ସମସ୍ତ ଯୋଗ୍ୟ ମହିଳାଙ୍କୁ ୫ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କା ଦେବୁ । ପ୍ରଥମଥର ପାଇଁ ୧ କୋଟି ୭ଲକ୍ଷରୁ ଅଧିକ ମହିଳା ନିଜ ନାମରେ ଏକ ଯୋଜନା ପାଇଁ ଆବେଦନ କରିବାକୁ ଘରୁ ବାହାରିଛନ୍ତି । ବର୍ତ୍ତମାନ ସୁଦ୍ଧା ସୁଭଦ୍ରାର ପ୍ରଥମ କିସ୍ତି ୯୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୪ ହଜାର ୯ଶହ କୋଟିରୁ ୪ ହଜାର ୯ଶହ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯାଇଛି । ଏହା ଡିଜିଟାଲ ଏବଂ ଆର୍ଥିକ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆଣିଛି ।

ସେହିପରି ଚଳିତ ବଜେଟରେ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୬୨୪୯ କୋଟି, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ପାଇଁ ୩୮୮୧ କୋଟ। ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ରାଜ୍ୟ ଭାଗ ୨ ହଜାର ୯୧ କୋଟି, ନିର୍ମଳ ଯୋଜନା ପାଇଁ ୯୯୭ କୋଟି ଟଙ୍କା ବରାଦ କରାଯାଇଛି। ଏଥି ସହିତ ଶିକ୍ଷା କ୍ଷେତ୍ର ପାଇଁ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨୯୬୦ କୋଟି, ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ ୬୪୬ କୋଟି, ଆତିଥ୍ୟ ବିଦ୍ୟାଳୟ ପାଇଁ ୬୬୦ କୋଟ। PM ପୋଷଣ ଯୋଜନା ପାଇଁ ୮୮୫ କୋଟି, ସମଗ୍ର ଶିକ୍ଷା ପାଇଁ ୪୬୮୧ କୋଟି ବ୍ୟୟ ବରାଦ ହୋଇଛି।

ଅନ୍ୟପଟେ ବଜେଟ୍‌ରେ ଗ୍ରାମ୍ୟ ବିକାଶକୁ ଗୁରୁତ୍ବ ଦିଆଯାଇଛି। ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ୨୬୦୩ କୋଟି, ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା ପାଇଁ ୨ ହଜାର କୋଟ। ଜଳଜୀବନ ମିଶନ ପାଇଁ ୭୦୦୦ କୋଟି, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ପାଇଁ ୪ ହଜାର ୫୦୦ କୋଟି ବ୍ୟୟବରାଦ ହୋଇଛି। ସେହିପରି ବଜେଟରେ ଓଡ଼ିଆ ଅସ୍ମିତା ପାଇଁ ବ୍ୟୟ ବରାଦ ହୋଇଛି। ବକୁଳ ବନ ଉନ୍ନୟନ ପାଇଁ ୫୦ କୋଟି , ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ୧୯୪ କୋଟି, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି, ସାଂସ୍କୃତି ଅନୁଷ୍ଠାନକୁ ଅନୁଦାନ ବାବଦକୁ ୭୭ କୋଟି ବ୍ୟୟ ବରାଦ ହୋଇଛି।

ସେପଟେ ପରିବହନ ଓ ଯୋଗାଯୋଗ ଉପରେ ଗୁରୁତ୍ବ ଦେଇ ରାଜ୍ୟର ସବୁ ରାଜପଥ ୪ ଲେନ୍‌ କରାଯିବାକୁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି। ଏଥିପାଇଁ ୧୩ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର ।ଆଗାମୀ ଦିନରେ ରାଜ୍ୟ ସବୁ ରାଜପଥ ୪ ଲେନ୍‌ ବିଶିଷ୍ଟ ହେବ । ମୋଟ ୭୭ ହଜାର କିଲୋମିଟର ରାସ୍ତା ତିଆରି ହେବ । ବ୍ରହ୍ମପୁର-ଜୟପୁର ରୋଡ୍‌ ୬ ଲେନ୍‌ ହେବ । ଶିଳ୍ପ ଅଞ୍ଚଳକୁ ୬ ଲେନ୍‌ ବିଶିଷ୍ଟ କରାଯିବ । କେନ୍ଦୁଝରର ଅର୍ଥନୈତିକ ବିକାଶ ଦିଗରେ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହି କ୍ରମରେ କେନ୍ଦୁଝର ବଡବିଲ୍‌ରେ ରିଙ୍ଗ୍‌ ରୋଡ୍‌ ହେବ । କାମରେ ସ୍ବଚ୍ଛତା ରହିବାକୁ କମିଟି ଗଠନ ହେଉଛି । ରାଜ୍ୟବ୍ୟାପି ମୁଖ୍ୟମନ୍ତ୍ରୀ ବସ୍‌ ସେବା ପାଇଁ ଅର୍ଥ ମଞ୍ଜୁର ହୋଇଛି । ଏହି ଅର୍ଥରେ ରାଜ୍ୟରେ ନୂଆ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ । ଉଦ୍ଦେଶ୍ୟ ହେଉଛି ଯାତ୍ରୀଙ୍କୁ ଉତ୍ତମ ବ୍ୟବସ୍ଥା ଯୋଗାଇ ଦେବା । କିଛି ସ୍ଥାନରେ କେବଳ ମହିଳା ବସ୍‌ ଚଲାଇବାକୁ ବି ନିଷ୍ପତ୍ତି ହୋଇଛି ।

ଗ୍ରାମୀଣ ପରିବହନ ଓ ଯୋଗାଯୋଗକୁ ସୁଦୃଢ କରିବା ପାଇଁ ରାଜ୍ୟବ୍ୟାପୀ ବସ୍ ସେବା ସୁଦୃଢ଼ୀକରଣ ହେବ । ସୁଦୃଢୀକରଣ ପାଇଁ “ମୁଖ୍ୟମନ୍ତ୍ରୀ ବସ୍ ସେବା” ଯୋଜନାରେ ୧ ହଜାର ୮୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ଏକ ଶହ ୩୩ଟି ବସଷ୍ଟାଣ୍ଡର ପ୍ରତିଷ୍ଠା, ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ “ଅଟଳ ବସଷ୍ଟାଣ୍ଡ ଯୋଜନା”ରେ ୧ ହଜାର ୨୬୬ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି । ସୁରକ୍ଷିତ ପରିବହନ ବ୍ୟବସ୍ଥା ପାଇଁ ଡ୍ରାଇଭର ତାଲିମ ନେବେ । ଗାଡ଼ିଗୁଡ଼ିକ ଫିଟନେସ୍‌ର ଅଟୋମେଟିକ୍‌ ଯାଞ୍ଚ୍ ହେବ । ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଦିଗରେ ଉପରେ ଧ୍ୟାନ ଦେବାକୁ ୨୮୫ କୋଟି ବ୍ୟୟବରାଦ ରହିଛି ।

ଅନ୍ୟପଟେ ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦର ସବୁଦିନିଆ ବନ୍ଦର ହେବ । ଏହି ଦୁଇ ବନ୍ଦରର ବିକାଶ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ପାରାଦୀପରେ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ହେବ । ଓଡ଼ିଶାରେ ବିମାନ ଚଳାଚଳର ବିକାଶ ଲାଗି ଅର୍ଥ ବ୍ୟୟବରାଦ ହୋଇଛି । ଭୁବନେଶ୍ୱର, ପୁରୀ, କଟକ, ଜଟଣୀ ଆଦିକୁ ନେଇ ମହାନଗରୀ ଭିତ୍ତିରେ ବିକାଶ ହେବ । ସମୃଦ୍ଧ ସହର ଯୋଜନା ଆରମ୍ଭ ହୋଇଛି । କଟକ-ଭୁବନେଶ୍ବର-ପୁରୀ ଅର୍ଥନୈତିକ ଅଞ୍ଚଳର ବିକାଶ ହେବ । ମୋହନ ମାଝୀ କହିଛନ୍ତି ପରିବହନ କ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଓ ସଶନ୍ତୀକରଣ ପାଇଁ ଆମ ସରକାର କେତେକ ନିର୍ଦ୍ଦିଷ୍ଟ ମାର୍ଗରେ କେବଳ ମହିଳା କର୍ମଚାରୀଙ୍କୁ ନେଇ “ସ୍ବତନ୍ତ୍ର ମହିଳା ବସ୍” ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ନିର୍ଦ୍ଧାରିତ ସମୟରେ ଏହି ସେବାକୁ ଆହୁରି ସମ୍ପ୍ରସାରଣ କରାଯିବ । ଗ୍ରାମୀଣ ପରିବହନ ଓ ଯୋଗାଯୋଗକୁ ସୁଦୃଢ କରିବା ପାଇଁ ରାଜ୍ୟବ୍ୟାପୀ ବସ୍ ସେବାର ସୁଦୃଢ଼ୀକରଣ ପାଇଁ “ମୁଖ୍ୟମନ୍ତ୍ରୀ ବସ୍ ସେବା” ଯୋଜନାରେ ଏକ ହଜାର ୮୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ଏକ ଶହ ୩୩ଟି ବସଷ୍ଟାଣ୍ଡର ପ୍ରତିଷ୍ଠା, ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ “ଅଟଳ ବସଷ୍ଟାଣ୍ଡ ଯୋଜନା”ରେ ଏକ ହଜାର ୨୬୬ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି ।

Previous Post

କେଉଁ ବିଭାଗକୁ ମିଳିଲା କେତେ କୋଟି

Next Post

ରାଜ୍ୟ ବଜେଟ୍ : କୃଷି ପାଇଁ ୩୭,୮୩୮ କୋଟିର ବ୍ୟୟ ବରାଦ

FNN WEB

FNN WEB

Next Post
ରାଜ୍ୟ ବଜେଟ୍ : କୃଷି ପାଇଁ ୩୭,୮୩୮ କୋଟିର ବ୍ୟୟ ବରାଦ

ରାଜ୍ୟ ବଜେଟ୍ : କୃଷି ପାଇଁ ୩୭,୮୩୮ କୋଟିର ବ୍ୟୟ ବରାଦ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.