ଦୁବାଇ : ବିଶ୍ବର ବ୍ୟବସାୟିକ ପେଣ୍ଠସ୍ଥଳୀ ଉପସାଗରୀୟ ଦେଶ ୟୁନାଇଟେଡ ଆରବ ଏମିରଟ ର ଦୁବାଇଠାରେ ଚାଲିଥିବା “ଗଲ୍ ଫୁଡ୍ “ର ୩୦ ତମ ସଂସ୍କରଣ କ୍ରେତା ବିକ୍ରେତା ପ୍ରଦର୍ଶନୀ ସମ୍ମୀଳନୀରେ ନିଜର ଉପସ୍ଥିତିକୁ ଜାହିର କରିଛି ଭାରତ ମସଲା କମ୍ପାନୀ। ୧୭ ରୁ ୨୧ ତାରିଖ ପାଞ୍ଚ ଦିନ ଧରି ଚାଲିଥିବା ଏହି କ୍ରେତା ବିକ୍ରେତା ସମ୍ମିଳନୀ ରେ ବିଶ୍ୱର ପ୍ରାୟ ୧୨୯ଟି ଦେଶର ଶିଳ୍ପପତି ନିଜର ଉତ୍ପାଦିତ ସାମଗ୍ରୀକୁ ପ୍ରାୟ ୫ ହଜାର ୫୦୦ ଷ୍ଟଲରେ ପ୍ରଦର୍ଶିତ କରାଇଥିଲେ । ଭାରତରୁ ଅନେକ ପ୍ରତିଷ୍ଠିତ ଶିଳ୍ପପତି ଏଥିର ଅଂଶ ଗ୍ରହଣ କରିଥିଲାବେଳେ ଭାରତ ମସଲା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ନିଜର ଉତ୍ପାଦିତ ସାମଗ୍ରୀ କିପରି ବିଦେଶକୁ ଅଧିକରୁ ଅଧିକ ରପ୍ତାନୀ କରିହେବ ସେ ସଂକ୍ରାନ୍ତରେ ଅଂଶ ଗ୍ରହଣ କରିଥିବା ବ୍ୟବସାୟୀ ମାନଙ୍କ ସହ ଆଲୋଚନା କରିଥିଲେ। ବିଶେଷ କରି ବିଶ୍ୱର ଅନ୍ୟ ଦେଶ ସହ ବ୍ୟବସାୟକୁ ସମ୍ପ୍ରସାରିତ କରିବା କମ୍ପାନୀର ମୂଳଲକ୍ଷ୍ୟ ହୋଇଥିଲେ ମଧ୍ୟ ଭାରତକୁ ବିଦେଶୀ ମୁଦ୍ରା କିପରି ଅଧିକରୁ ଅଧିକ ଆସିବ ଏଵଂ ଅର୍ଥନୀତି ସୁଦୃଢ଼ ହେବ କମ୍ପାନି ସେ ଦିଗ ପ୍ରତି ଧ୍ୟାନ ଦେଇଛି ବୋଲି ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଣ୍ଡା ଏହି ପ୍ରଦର୍ଶନୀ ସମ୍ମୀଳନୀରେ ଯୋଗଦେବା ଅବସରରେ କହିଛନ୍ତି। ଭାରତ ମସଲାର ଦୁବାଇ ବ୍ୟବସାୟର ରପ୍ତାନୀ ମୁଖ୍ୟ ରଶ୍ମିରଞ୍ଜନ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଦୁବାଇ ଷ୍ଟକିଷ୍ଟ ଉମର ସର୍ଜ୍ଜିନ ଙ୍କ ପ୍ରତ୍ୟେକ କର୍ମଚାରୀ ଏହି ସମ୍ମିଳନୀରେ କମ୍ପାନୀର ପ୍ରଚାର ପ୍ରସାରରେ ସହଯୋଗ କରିଥିଲେ।