ଭୁବନେଶ୍ଵର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଲୋକପ୍ରିୟ ବଲିଉଡ଼ ଅଭିନେତା ଦଲିପ ତାହିଲ। ଓଡ଼ିଶା ଆସିଥିବାବେଳେ ଗୁରୁବାର ନବୀନ ନିବାସରେ ନବୀନଙ୍କୁ ଭେଟିଛନ୍ତି ଅଭିନେତା। ଏଠାରେ ସୂଚନାଯୋଗ୍ୟ, ବିଜୁ ବାବୁଙ୍କ କଳିଙ୍ଗ ଏୟାରଲାଇନ୍ସରେ ପାଇଲଟ ଥିଲେ ଅଭିନେତା ଦିଲ୍ଲୀପ ତାହିଲଙ୍କ ପିତା ଘନଶାମ୍ ଜେଠାନନ୍ଦ ତାହିଲରମଣି ।