• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଆରମ୍ଭ ହେଲା ‘ସୁଭଦ୍ରା ଶକ୍ତି ମେଳା’

FNN WEB by FNN WEB
February 22, 2025
in ଓଡ଼ିଶା, ମୁଖ୍ୟ ଖବର
0
ଆରମ୍ଭ ହେଲା ‘ସୁଭଦ୍ରା ଶକ୍ତି ମେଳା’
0
SHARES
5
VIEWS

୭୦୦ରୁ ଅଧିକ SHG , ୩୦୦ରୁ ଅଧିକ ଷ୍ଟଲ, ୨୦୦ ରୁ ଅଧିକ ସାମଗ୍ରୀର ପ୍ରଦର୍ଶନ
୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନରେ ‘ସୁଭଦ୍ରା ଶକ୍ତି’ର ରହିବ ସବୁଠାରୁ ବଡ଼ ଅବଦାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୌଭାଗ୍ୟଦାୟିନୀ ଶକ୍ତିର ପ୍ରତିରୂପ ହେଉଛନ୍ତି ଆମ ସୁଭଦ୍ରା ମା’ ମାନେ । ସୁଭଦ୍ରା ମା’ମାନଙ୍କ ମଧ୍ୟରେ ରହିଛି ଅସୀମ ଶକ୍ତି । ତେଣୁ, ସେମାନେ ହେଉଛନ୍ତି “ସୁଭଦ୍ରା ଶକ୍ତି”। ସୁଭଦ୍ରା ମା’ମାନଙ୍କ ସେଇ ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ଆମ ସରକାର, ଆଜି ଏହି “ସୁଭଦ୍ରା ଶକ୍ତି” ମେଳାର ଆୟୋଜନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ଜନତା ମୈଦାନ ଠାରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାର ଉଦ୍‌ଘାଟନୀ ସମାରୋହରେ କହିଛନ୍ତି । ଆଜି ଆରମ୍ଭ ହୋଇଥିବା ଏହି ସୁଭଦ୍ରା ଶକ୍ତି ମେଳାରେ ୭୦୦ ରୁ ଅଧିକ ଏସଏଚଜି ମାନେ ୩୦୦ ରୁ ଅଧିକ ଷ୍ଟଲରେ ୨୦୦ରୁ ଅଧିକ ସାମଗ୍ରୀର ପ୍ରଦର୍ଶନ କରିଛନ୍ତି । ଏହି ମେଳା ୯ ଦିନ ଧରି ଚାଲିବ । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଓ କଳାକୃତି, ମିଲେଟ ଓ ଅର୍ଗାନିକ ଉତ୍ପାଦ, ଖାଦ୍ୟ ଓ ମସଲା ସାମଗ୍ରୀ, ଟେରାକୋଟା ଓ ବାଉଁଶ ଶିଳ୍ପ ଆଦି ଅନେକ ଉତ୍ପାଦ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏ ମେଳା କେବଳ ଏକ ସାଧାରଣ ପ୍ରଦର୍ଶନୀ ନୁହେଁ । ଏହା ଆମ ଓଡ଼ିଶାର ମା’, ଭଉଣୀ ଏବଂ ଝିଅମାନଙ୍କର ସଫଳତାର କାହାଣୀ । ସେମାନଙ୍କ ପ୍ରତିଭା, ଦକ୍ଷତା ଓ ଉଦ୍ୟମର ନିଦର୍ଶନ । ଆମ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ଆନ୍ଦୋଳନ । ବ୍ୟକ୍ତିଗତ ସ୍ତରରେ ହେଉ ବା ଗ୍ରୁପ ସ୍ତରରେ ହେଉ, ପ୍ରତ୍ୟେକ ମହିଳା ଯେପରି ଦକ୍ଷ ଉଦ୍ୟୋଗୀ ହୋଇ, ଆର୍ଥିକ ସ୍ୱତନ୍ତ୍ରତା ହାସଲ କରିବେ, ସେଥିପାଇଁ ଆମର ଉଦ୍ୟମ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ମାତୃ ଶକ୍ତିର ଉତ୍ଥାନ ପାଇଁ ‘ଲକ୍ଷପତି ଦିଦି’ ଯୋଜନାକୁ ଆଧାର କରି ଆମ ସରକାର ଆଗାମୀ ତିନି ବର୍ଷ ମଧ୍ୟରେ ୨୫ ଲକ୍ଷ “ଲକ୍ଷପତି ଦିଦି” ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏଥିପାଇଁ ଚଳିତ ବର୍ଷ ଆମ ସରକାର “ଲକ୍ଷପତି ଦିଦି ସହାୟିକା ଯୋଜନା” ପ୍ରଣୟନ କରିଛନ୍ତି । ସ୍ଵୟଂ ସହାୟକ ଗୋଷ୍ଠୀର ମା’ମାନେ ବର୍ଷକୁ ଯେପରି ଅତି କମରେ ଏକ ଲକ୍ଷ ଟଙ୍କା ରୋଜଗାର କରିପାରିବେ, ତାହା ଆମର ଉଦ୍ଦେଶ୍ୟ । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ସହାୟତା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଚଳିତ ବର୍ଷ ଆମ ସରକାର, ରାଜ୍ୟର ପ୍ରାୟ ୫.୮୦ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ଦିଆଯାଉଥିବା Revolving Fundର ପରିମାଣକୁ ଦୁଇଗୁଣା କରିଛନ୍ତି । ୧୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ଏବଂ ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡରେଶନ ବା ଜିପିଏଲଏଫ ମାନଙ୍କୁ ପ୍ରଦାନ କରାଯାଉଥିବା Community Investment Fundକୁ ୩୫ ଲକ୍ଷରୁ ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହା ଦ୍ଵାରା ଏହି ଅନୁଷ୍ଠାନ ଗୁଡିକ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇପାରିବ ଓ ଭବିଷ୍ୟତରେ ମା’ ମାନେ ଏଥିରୁ ଅଧିକ ଲାଭାନ୍ଵିତ ହେବେ, ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ କହିଥିଲେ ଯେ, ଏଥି ସହିତ ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଯେପରି ଜୀବିକା ଅର୍ଜନରେ ଅଧିକ ସହାୟତା ପାଇବେ ଏବଂ ଅଧିକ ପୁଞ୍ଜି ବିନିଯୋଗ କରି ନିଜ ଉଦ୍ୟୋଗକୁ ଆଗକୁ ବଢାଇବେ, ସେଥିପାଇଁ ସେମାନଙ୍କ ସୁଧଛାଡ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ରାଜ୍ୟ ସରକାର ସୁଧ ଫେରସ୍ତ ବ୍ୟବସ୍ଥା କରିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩୦୦ କୋଟି ଟଙ୍କାର ସୁଧ ଫେରସ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମା’ ମାନଙ୍କ ପାଇଁ ଆମର ସବୁଠାରୁ ଲୋକପ୍ରିୟ ଯୋଜନା “ସୁଭଦ୍ରା” ଯୋଜନା । ଓଡ଼ିଶାର ଅର୍ଥନୈତିକ ଇତିହାସରେ ଏହା ସବୁଠାରୁ ବଡ ଯୋଜନା । ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷରୁ ଅଧିକ ସୁଭଦ୍ରା ମା’ଙ୍କୁ ୪ ହଜାର ୯୦୦ କୋଟିରୁ ଅଧିକ ଟଙ୍କା ଦିଆଯାଇ ସାରିଲାଣି । ଆସନ୍ତା ମାର୍ଚ୍ଚ ୮ ତାରିଖରେ, ଆନ୍ତର୍ଜାତିକ ମହିଳା ଦିବସ ଅବସରରେ, ମା’ ମାନଙ୍କୁ ଦ୍ୱିତୀୟ କିସ୍ତି ଭାବରେ ଆଉ ୫ ହଜାର ଟଙ୍କା ଲେଖାଏ ଦିଆଯିବ । ଆପଣ ମାନେ ଚିନ୍ତା କରନ୍ତୁ, ଯେତେବେଳେ ୧ କୋଟି ମା’, ଏହି ଅର୍ଥକୁ ପୁଞ୍ଜି ଭାବେ ଗ୍ରହଣ କରି ବ୍ୟବସାୟ କରିବେ, ସେତେବେଳେ ଓଡ଼ିଶାର ଅର୍ଥନୀତି ଉପରେ ଏହାର କଣ ପ୍ରଭାବ ପଡିବ ବୋଲି ସେ କହିଥିଲେ ।

ସେ ପୁଣି କହିଥିଲେ ମହିଳାମାନଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ଲେଖାଏ ଦେଇ ଆମେ ଚୁପ୍ ହୋଇ ବସିଯିବୁ ନାହିଁ । ସୁଭଦ୍ରା ଯୋଜନା ହେଉଛି, ମହିଳା ସଶକ୍ତିକରଣର ଏକ ମେରୁଦଣ୍ଡ ସଦୃଶ । ତେବେ ସୁଭଦ୍ରା ପ୍ଲାଟଫର୍ମରେ ଆମର ମା’, ଭଉଣୀ ଓ ଝିଅ ମାନଙ୍କ ପାଇଁ ଆମେ ଖୁବଶୀଘ୍ର ଆରମ୍ଭ କରିବୁ ଆହୁରି ଅନେକ ଯୋଜନା । କିଶୋରୀ ସୁଭଦ୍ରା, ସୁଭଦ୍ରା ସଞ୍ଚୟ, ସୁଭଦ୍ରା ସଖୀ, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଂଘ ବା କ୍ଲବ୍, କୁହ ସୁଭଦ୍ରା ବା ସୁଭଦ୍ରା କଲ୍ ସେଣ୍ଟର, ସୁଭଦ୍ରା ସହଯୋଗୀ, ସୁଭଦ୍ରା ପଣ୍ଡିତ୍, ସୁଯୋଗ୍ୟ ସୁଭଦ୍ରା ଭଳି ଅନେକ ନୂଆ ପଦକ୍ଷେପ ଗ୍ରହଣ କରାଯିବ । ସୁଭଦ୍ରା ଯୋଜନାରେ ଆଗାମୀ ଆର୍ଥିକ ବର୍ଷରେ ୧୦,୧୪୫ କୋଟି ଟଙ୍କା ବରାଦ ରଖା ଯାଇଛି । 2036 ରେ ଯେତେବେଳେ ଆମେ ସମୃଦ୍ଧ ଓଡ଼ିଶା ପାଳନ କରିବା, ଓଡ଼ିଶାର ପ୍ରଗତିରେ ଆପଣଙ୍କର ସବୁଠାରୁ ବଡ ଅବଦାନ ରହିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ମେଳାରେ ଆୟୋଜିତ ଷ୍ଟଲ ବୁଲି ଦେଖିବା ସହିତ ସ୍ୱୟଂ ସହାୟକ ମହିଳାମାନଙ୍କ ଉତ୍ପାଦିତ ସାମଗ୍ରୀ ଗୁଡ଼ିକର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ, ଉପ-ମୁଖ୍ୟମନ୍ତ୍ରୀ, ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେ ଯେ, ଏହି ସୁଭଦ୍ରା ମେଳା ଏକ ସାଂସ୍କୃତିକ ଓ ଐତିହ୍ୟ ସମ୍ପନ୍ନ ମେଳା ନୁହେଁ ବରଂ ନାରୀ ଶକ୍ତିର ବିକାଶ ଓ ସମୃଦ୍ଧିର ପ୍ରତୀକ । ଯଦି ଓଡ଼ିଶାର ମା ମାନେ, ଭଉଣୀ ମାନେ ନିରନ୍ତର ପରିଶ୍ରମ କରିବେ, ସଫଳ ହେବା ପାଇଁ ଚେଷ୍ଟା କରିବେ, ତେବେ ୨୦୩୬ ମସିହା ପୂର୍ବରୁ ଆମେ ବିକଶିତ ଓଡ଼ିଶା ଗଠନ କରିବାରେ ସକ୍ଷମ ହେବା । ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ, ଏକାମ୍ର ଭୁବନେଶ୍ୱର, ଶ୍ରୀ ବାବୁ ସିଂ ତାଙ୍କ ଅଭିଭାଷଣ ରଖିଥିବା ବେଳେ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ, ମିଶନ ଶକ୍ତି ବିଭାଗ ନିର୍ଦ୍ଦେଶିକା, ମୋନିକା ପ୍ରିୟଦର୍ଶିନୀ ଧନ୍ୟବାଦ ଦେଇଥିଲେ ।

Previous Post

କିଟ୍‌ ଘଟଣା ନେଇ ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

Next Post

ସମ୍ବଲପୁରରେ ‘କିଷାନ ସମ୍ମାନ ସମାରୋହ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

FNN WEB

FNN WEB

Next Post
ସମ୍ବଲପୁରରେ ‘କିଷାନ ସମ୍ମାନ ସମାରୋହ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁରରେ ‘କିଷାନ ସମ୍ମାନ ସମାରୋହ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.