• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସିଏମ୍-କିଷାନ ଯୋଜନା ହିତାଧିକାରୀଙ୍କୁ ଇ-କେୱାଇସି ଭେରିଫିକେସନ ପରାମର୍ଶ

FNN WEB by FNN WEB
March 10, 2025
in ଓଡ଼ିଶା, ମୁଖ୍ୟ ଖବର
0
ସିଏମ୍-କିଷାନ ଯୋଜନା ହିତାଧିକାରୀଙ୍କୁ ଇ-କେୱାଇସି ଭେରିଫିକେସନ ପରାମର୍ଶ
0
SHARES
5
VIEWS

ଖିଲାପ କଲେ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ : ସଚିବ

ଭୁବନେଶ୍ୱର : ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଦୁଇଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ପ୍ରଥମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଚାଲୁଥିବା ନିର୍ମାଣ କାର୍ଯ୍ୟ ଗୁଡ଼ିକର ସମୀକ୍ଷା ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଓ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ କରିଥିଲେ । ଦ୍ୱିତୀୟରେ ସିଏମ୍-କିଷାନ, ପିଏମ୍-କିଷାନ ଓ ମାଣ୍ଡିଆର ସରକାରୀ ସ୍ତରରେ କ୍ରୟ ଆଦିର ସମୀକ୍ଷା କରାଯାଇଛି । କୃଷି ବିଭାଗ ଅଧୀନରେ ଚାଲୁଥିବା ନିର୍ମାଣ କାର୍ଯ୍ୟ ଯଥା ଇମେଜ (IMAGE)ର ଭିତ୍ତିଭୂମି ବିକାଶ, କୃଷି ଉଦ୍ୟୋଗ ଭବନ ନିର୍ମାଣ, ମିଲେଟ ଫାକ୍ଟ୍ରି, ମିଲେଟ କାଫେ, ଫୁଡ଼ କୋର୍ଟ ନିର୍ମାଣ ଇତ୍ୟାଦିର ଅଗ୍ରଗତିର ସମୀକ୍ଷା ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ବିଭାଗ ପକ୍ଷରୁ ସଂପୃକ୍ତ ସଂସ୍ଥାମାନଙ୍କୁ କୁହାଯାଇଛି।

ଓଡ଼ିଶା ସରକାରଙ୍କ ପ୍ରମୁଖ କୃଷକ କଲ୍ଯାଣକାରୀ ସିଏମ୍-କିଷାନ ଯୋଜନାରେ ସମ୍ପ୍ରତି ୪୫ଲକ୍ଷ ୬୦ହଜାର ଚାଷୀ ଅନ୍ତର୍ଭୁକ୍ତ ଅଛନ୍ତି। ପ୍ରତିବର୍ଷ ସେମାନଙ୍କୁ ଦୁଇହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତି ପ୍ରଦାନ କରାଯାଉଛି । ଚଳିତ ବର୍ଷ ଆଉ ୬ଲକ୍ଷ ୬୧ହଜାର ନୂତନ ଚାଷୀ ପଞ୍ଜିକୃତ ହେବା ପାଇଁ ଆବେଦନ କରିଛନ୍ତି । ସେହିଭଳି, ପିଏମ୍-କିଷାନ ଯୋଜନା ଅଧିନରେ ପ୍ରାୟ ୩୫ ଲକ୍ଷ ଚାଷୀ ଅନ୍ତର୍ଭୁକ୍ତ ହୋଇସାରିଛନ୍ତି । ସିଏମ୍-କିଷାନ ଯୋଜନା ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କୁ ନିଜର ଇ-କେୱାଇସି (e-KYC) ଓ ଆଧାର ତଥା ଜମି ସମ୍ବନ୍ଧୀୟ ସୂଚନା ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି । ଏହି ଅପଡେଟ୍ ପ୍ରକ୍ରିୟା VAW, BAO ଏବଂ କୃଷିବିଭାଗର ଅଧିକାରୀମାନଙ୍କ ଦ୍ଵାରା କରାଯାଉଛି । ହିତାଧିକାରୀଙ୍କ ଏହି ଭେରିଫିକେସନ ପ୍ରକ୍ରିୟାକୁ ମାର୍ଚ୍ଚ ମାସ ୨୪ ତାରିଖ ସୁଦ୍ଧା ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଖିଲାପ କରିଥିବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଆବଶ୍ଯକ ସ୍ଥଳେ ସେମାନଙ୍କ ଦରମା ବନ୍ଦ କରିବାକୁ ଡ଼ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ଇ-କେୱାଇସି ଭେରିଫିକେସନ ଦ୍ୱାରା ସିଏମ୍-କିଷାନ ଭୂତକାର୍ଡ଼ ଧାରୀ ଚିହ୍ନଟ ହେବେ ଏବଂ ପ୍ରକୃତ ହିତାଧିକାରୀ ଯୋଜନାର ଲାଭ ଉଠାଇପାରିବେ ।

ରାଜ୍ୟରେ ବିଶେଷ ଭାବେ ଅନୁନ୍ନତ ଜନଜାତି ଚାଷୀ (PVTG Farmers) ସଂଖ୍ୟା ୭୮ହଜାର ୮୬୯ ଥିବାବେଳେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସିଏମ୍-କିଷାନ ଓ ପିଏମ୍-କିଷାନ ଭଳି କଲ୍ୟାଣକାରୀ ଯୋଜନାରେ ଅନ୍ତର୍ଭୁକ୍ତିକରଣ ଉପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଗୁରୁତ୍ୱାରୋପ କରିଛନ୍ତି । ରାଜ୍ୟ ସରକାର ଫାର୍ମର୍ ରେଜିଷ୍ଟ୍ରୀ ପୋର୍ଟାଲ୍ ମାଧ୍ୟମରେ ଚାଷୀଙ୍କ ଏକୀକୃତ ଡାଟାବେସ ଉପଲବ୍ଧ କରିବାକୁ ମଧ୍ୟ ଚେଷ୍ଟା ଜାରି ରଖିଛନ୍ତି । ରାଜ୍ୟରେ ଶ୍ରୀ ଅନ୍ନର ଉତ୍ପାଦନ କ୍ଷମତାରେ ବୃଦ୍ଧି ଘଟିଛି ଏବଂ ସରକାର ଏଫପିଓ ସହାୟତାରେ ମଣ୍ଡି ଦ୍ୱାରା ମାଣ୍ଡିଆ ଫସଲ କ୍ରୟ କରୁଛନ୍ତି । ବର୍ତ୍ତମାନ କୁଇଣ୍ଟାଲ ପିଛା ଶ୍ରୀ ଅନ୍ନର ସର୍ବନିମ୍ନ ମୂଲ୍ୟ ୪୨୯୦ ଟଙ୍କା ଥିବାବେଳେ, ଅଧିକ ୨୧୦ ଟଙ୍କା ଦେଇ ସରକାର କୁଇଣ୍ଟାଲ ପିଛା ୪୫୦୦ ଟଙ୍କାରେ ଆଜି ସୁଦ୍ଧା ୫.୫୧ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରିଛନ୍ତି । ଶ୍ରୀ ଅନ୍ନ ଅଭିଯାନ ଅନ୍ତର୍ଗତ ମଣ୍ଡିରେ ଶସ୍ୟ ସଫା କରିବା ମେସିନ ଯୋଗାଇ ଦିଆଯାଇଛି ଏବଂ ଚାଷୀ ଏଫଏକ୍ୟୁ ମାନର ମାଣ୍ଡିଆ ମଣ୍ଡିରେ ବିକ୍ରି କରି ଉପଯୁକ୍ତ ରାଶି ପାଇପାରୁଛନ୍ତି । ମଣ୍ଡିରେ ମାଣ୍ଡିଆ ବିକ୍ରୟ ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ଧ୍ୟାର୍ଯ୍ୟ କରାଯାଇଛି । ଆଜି ସୁଦ୍ଧା ୫୦ ହଜାର ୬୨୦ ଜଣ ଚାଷୀ ମଣ୍ଡିରେ ଶ୍ରୀ ଅନ୍ନ ବିକ୍ରି କରିସାରିଲେଣି । ଏହି ସମୀକ୍ଷା ବୈଠକରେ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଆଭାସି ମାଧ୍ୟମରେ ଯୋଡ଼ି ହୋଇଥିଲେ ।

Previous Post

ଓସମେ ମହିଳା ଶାଖା ପକ୍ଷରୁ ହରଷ୍ଟୋରୀ ୨୦୨୫ ଆୟୋଜିତ

Next Post

ସବୁଜ ଶକ୍ତିର ବ୍ୟବହାର ଓ ଉତ୍ପାଦନ ପାଇଁ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ :ଶ୍ରୀ ସିଂହଦେଓ

FNN WEB

FNN WEB

Next Post
ସବୁଜ ଶକ୍ତିର ବ୍ୟବହାର ଓ ଉତ୍ପାଦନ ପାଇଁ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ :ଶ୍ରୀ ସିଂହଦେଓ

ସବୁଜ ଶକ୍ତିର ବ୍ୟବହାର ଓ ଉତ୍ପାଦନ ପାଇଁ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ :ଶ୍ରୀ ସିଂହଦେଓ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.