• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କିସ୍‍କୁ ବଦନାମ କରି ବନ୍ଦ କରିବା ଷଡ଼ଯନ୍ତ୍ର ବିରୋଧରେ ତାତିଲେ ଛାତ୍ରଛାତ୍ରୀ

FNN WEB by FNN WEB
March 11, 2025
in ଓଡ଼ିଶା, ମୁଖ୍ୟ ଖବର
0
କିସ୍‍କୁ ବଦନାମ କରି ବନ୍ଦ କରିବା ଷଡ଼ଯନ୍ତ୍ର ବିରୋଧରେ ତାତିଲେ ଛାତ୍ରଛାତ୍ରୀ
0
SHARES
0
VIEWS

ଭୁବନେଶ୍ୱର: କିସ୍‍କୁ ବାରମ୍ବାର ବଦନାମ କରି ବନ୍ଦ କରିବା ପାଇଁ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ୍‍ ଚଳାଇଥିବା ଷଡ଼ଯନ୍ତ୍ର ବିରୋଧରେ କିସ୍‍ର ପୁରାତନ, ବର୍ତ୍ତମାନର ଛାତ୍ରଛାତ୍ରୀ ସଂଘ ଆଗକୁ ଆସିଛନ୍ତି । ଆଜି ଏ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଛାତ୍ରଛାତ୍ରୀମାନେ କହିଛନ୍ତି କିଟ୍ ବିଶ୍ୱବିଦ୍ୟାଳୟରେ ଘଟିଥିବା ଅଭାବନୀୟ ଘଟଣା ପ୍ରସଙ୍ଗ ଛାଡ଼ି ଏବେ ଏହି ଟିଭି ଚ୍ୟାନେଲ୍‍ କିସ୍‍ ପଛରେ ଲାଗିଛନ୍ତି । ଦୀର୍ଘ ୨୨ ଦିନ କାଳ ଏଭଳି ନକାରତ୍ମକ ସମ୍ବାଦ ପରିବେଷଣକୁ ସମସ୍ତ ସଂଘ ବିରୋଧ କରିବା ସହ ଘୋର ନିନ୍ଦା କରିଛନ୍ତି । କୌଣସି କାରଣ ନଥାଇ, କିସ୍‍କୁ ଆକ୍ରମଣ କରିବା କେତେଦୂର ଯୁକ୍ତିଯୁକ୍ତ? କିଟ୍‍ ହେଉଛି ଆମର ଭାତହାଣ୍ଡି, କିସ୍‍ ହେଉଛି ଆମର ହୃତପିଣ୍ଡ । ଦୁଇଟି ଟିଭି ଚ୍ୟାନେଲ୍‍ କିସ୍‍କୁ ବଦନାମ କରିଚାଲିଛନ୍ତି । କିସ୍‍ ଏବେ ଇଜି ଟାର୍ଗେଟ ହୋଇଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

୪୦ ହଜାର ଆଦିବାସୀ ଛାତ୍ରଛାତ୍ରୀ ଏଠାରୁ ପାଠ ପଢ଼ିସାରିଲେଣି, ଆଉ ୪୦ ହଜାର ଛାତ୍ରଛାତ୍ରୀ ଏବେ ପାଠ ପଢ଼ୁଛନ୍ତି । ଯେଉଁଭଳି ଭାବେ ନିର୍ଦ୍ଦଷ୍ଟ ଦୁଇଟି ଟିଭି ଚ୍ୟାନେଲ୍‍ କିସ ଓ ଏହାର ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେମାନେ କହିଛନ୍ତି ଦୀର୍ଘ ୩୩ବର୍ଷ ଧରି ସେମାନଙ୍କ ପିଲା କିସ୍‍ରେ ପାଠ ପଢୁଛନ୍ତି, ହେଲେ କୌଣସି ଛାତ୍ରଛାତ୍ରୀ କିମ୍ବା ଅଭିଭାବକ କିସ୍‍ ବିରୋଧରେ କିଛି ବି ଅଭିଯୋଗ ଆଣିନାହାନ୍ତି । ଯେଉଁମାନେ ସେମାନଙ୍କ ପିଲାଙ୍କୁ କେବେ କିଛି ବି ଦେଇ ନାହାନ୍ତି କିମ୍ବା ସେମାନଙ୍କ ଭଲ ମନ୍ଦରେ କଥା ପଦେ ବି କହିନାହାନ୍ତି, ସେମାନେ କାହିଁକି ଉପରେ ପଡ଼ି କିସ୍ କଥା ଭାବୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏଭଳି ବଦନାମ କରି ଆଦିବାସୀମାନଙ୍କୁ ପୁଣି ଜଙ୍ଗଲକୁ ଫେରାଇ ଦିଆଯିବା ନିମନ୍ତେ ଷଡ଼ଯନ୍ତ୍ର ଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି । ବିଶେଷ କରି ଓଟିଭି ଓ ଏହାର ପ୍ରତିଷ୍ଠାତା ଯେଉଁଭଳି ଢ଼ଙ୍ଗରେ କିସ୍‍ ପଛରେ ଲାଗିଛନ୍ତି, ଏଥିରୁ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହେବା ଏକ ପ୍ରକାର ନିଶ୍ଚିତ ହୋଇଛି ବୋଲି ସେମାନେ ଆଶଙ୍କା ପ୍ରକଟ କରିଛନ୍ତି ।

କିସ୍‍ ଘଟଣାକୁ ୨୨ ଦିନ ବିତି ଯାଇଥିଲେ ମଧ୍ୟ ମୂଳ ପ୍ରସଙ୍ଗରୁ ଦୂରେଇ ଟିଭି ଚ୍ୟାନେଲ୍‍ ଲଗାତାର କିସ୍‍ ଓ ଏହାର ପ୍ରତିଷ୍ଠାତାଙ୍କ ବିରୋଧରେ କପୋଳକଳ୍ପିତ, ମନଗଢ଼ା ଖବର ପ୍ରସାରଣ କରି ଓ ଏହାର ପ୍ରତିଷ୍ଠାତାଙ୍କ ନକରାତ୍ମକ ମନୋଭାବ ଓ ମନ୍ଦ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଛି ବୋଲି ସେମାନେ କହିଛନ୍ତି । ଟିଭି ଚ୍ୟାନେଲ୍‍ଏଭଳି ହୀନ ଖବର ପ୍ରସାରଣ ବନ୍ଦ କରିବା ସହ ଏହାର ପ୍ରତିଷ୍ଠାତା ଓ ଓଟିଭି ନିସର୍ତ୍ତ କ୍ଷମା ନ ମାଗନ୍ତି, ତେବେ ଖୁବ୍‍ ଶୀଘ୍ର ୪୦ ହଜାର କିସ୍‍ ପିଲା ଟିଭି ଚ୍ୟାନେଲ୍‍ ଅଫିସ ଘୋରାଓ କରିବେ । ଏହା ସହ ଓଡ଼ିଶା ସମେତ ୧୫ଟି ରାଜ୍ୟରୁ କିସ୍‍ରେ ଥିବା ୮୦ ହଜାର କିସ୍‍ ପିଲା ଓ ତାଙ୍କ ସହ ଜଡ଼ିତ ୮ଲକ୍ଷ ଆଦିବାସୀ ପରିବାର ୧୫ଟି ରାଜ୍ୟରେ ଓଟିଭି ଆଉ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆନ୍ଦୋଳନ କରିବେ ଏବଂ ଓଟିଭିର ସମସ୍ତ ରିପୋର୍ଟରଙ୍କୁ ସବୁଠି ବିରୋଧ କରିବେ ବୋଲି କହିଛନ୍ତି ।

ଆଦିବାସୀମାନେ ଅତ୍ୟନ୍ତ ସରଳ ଓ ଶାନ୍ତ । ସେମାନଙ୍କୁ ମାନସିକ ନିର୍ଯାତନା ଦେଇ ଅଶାନ୍ତି ସୃଷ୍ଟି କଲେ ସେମାନେ ବାଧ୍ୟ ହୋଇ ସମସ୍ତ ଜିଲ୍ଲାରେ ପ୍ରଦର୍ଶନ ଆରମ୍ଭ କରିବେ । ଆଇନର ଆଶ୍ରୟ ନେବା ସହ ଗଣମାଧ୍ୟମର ଆଶ୍ରୟ ନେବେ ବୋଲି ସେମାନେ ସୂଚନା ଦେଇଛନ୍ତି । ଏହା ସହ ଗରିବ ଆଦିବାସୀ ପିଲାମାନଙ୍କୁ ଶାନ୍ତିରେ ରହି ପାଠ ପଢ଼ିବାକୁ ସୁଯୋଗ ଦେବା ପାଇଁ ସେମାନେ ଅନୁରୋଧ କରିଛନ୍ତି । ଇତି ମଧ୍ୟରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦମାନଙ୍କୁ ସେମାନଙ୍କ ଦୁଃଖ ଜଣାଇଛନ୍ତି । ଏହି ଅବସରରେ ସେମାନେ ସମସ୍ତ ଶୁଭେଚ୍ଛୁଙ୍କୁ କୃତଜ୍ଞତା ଜଣାଇବା ସହ କିସ୍‍କୁ ବନ୍ଦ କରିବାକୁ ନେଇ ଏଭଳି ଷଡ଼ଯନ୍ତ୍ର ପରେ ସେମାନେ କିସ୍‍ରେ ରହିବେ ନା ପୁଣି ଜଙ୍ଗଲକୁ ଫେରିଯିବେ ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ ପଚାରିଛନ୍ତି ।

Previous Post

ମହିଳାଙ୍କ ଭାଗିଦାରୀ କୃଷି ଅର୍ଥନୀତିକୁ ସୁଦୃଢ କରିବ : ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ

Next Post

ନିର୍ବାଚନ ପ୍ରକ୍ରିୟାର ସିଏଜି ଅଡିଟ ଦାବି କରି ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡିର ସଂସଦୀୟ ଟିମ

FNN WEB

FNN WEB

Next Post
ନିର୍ବାଚନ ପ୍ରକ୍ରିୟାର ସିଏଜି ଅଡିଟ ଦାବି କରି ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡିର ସଂସଦୀୟ ଟିମ

ନିର୍ବାଚନ ପ୍ରକ୍ରିୟାର ସିଏଜି ଅଡିଟ ଦାବି କରି ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡିର ସଂସଦୀୟ ଟିମ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.