• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ

FNN WEB by FNN WEB
March 24, 2025
in ଓଡ଼ିଶା, ମୁଖ୍ୟ ଖବର
0
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ
0
SHARES
3
VIEWS

ଭୁବନେଶ୍ୱର : ଆଜି ଭୁବନେଶ୍ୱରର ଲୋକସେବା ଭବନରେ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ପ୍ରଥମଟି “ଓଡ଼ିଶାର ଢେଙ୍କାନାଳସ୍ଥିତ ଗୋବିନ୍ଦପୁରରେ ସମନ୍ୱିତ ପ୍ୟାକ୍ ହାଉସର ପରିଚାଳନା ଏବଂ ରକ୍ଷଣାବେକ୍ଷଣ” ଶୀର୍ଷକ ପ୍ରକଳ୍ପ ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନସ୍ଥ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, ଏବଂ ମନୋନୀତ ପରିଚାଳନା ସଂସ୍ଥା, M/S. କୋଲ୍ଡ ଚେନ୍ ସଲ୍ୟୁସନ୍ସ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବାବେଳେ ଦ୍ୱିତୀୟଟି “ଓଡ଼ିଶାରେ କୃଷି ଉତ୍ପାଦନ ପୁଞ୍ଜ (Agriculture Production Cluster or APC) ପ୍ରୋତ୍ସାହନ ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କ ଜୀବିକାକୁ ସୁଦୃଢ଼ କରିବା” ଶୀର୍ଷକ ପ୍ରକଳ୍ପ ପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, ମିଶନ ଶକ୍ତି, ଏବଂ ପ୍ରଦାନ (PRADAN) ନାମକ ସ୍ଵେଚ୍ଛାସେବୀ ସଂଗଠନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଏହି ବୁଝାମଣାପତ୍ର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଏବଂ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମ୍ମାନିତ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି ।
ଓଡିଶାର ଆଦିବାସୀ ବହୁଳ ଅଞ୍ଚଳରେ, କୃଷି କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୃଷକମାନଙ୍କର ଆୟକୁ ସ୍ଥାୟୀ ଭାବରେ ଦ୍ୱିଗୁଣିତ କରିବାର ଉଦ୍ଦେଶ୍ୟ ନେଇ କୃଷି ଉତ୍ପାଦନ ପୁଞ୍ଜ (ଏପିସି) କୁ ଆରମ୍ଭ କରାଯାଇଥିଲା। ମିଶନ ଶକ୍ତି ବିଭାଗ ୧୨ ଜୁନ ୨୦୨୦ରେ ଏକ ଅତିରିକ୍ତ ଏମଓୟୁ ସ୍ୱାକ୍ଷର କରି ଏପିସି ପ୍ରକଳ୍ପରେ ସାମିଲ ହୋଇଥିଲା, ଯାହା ଉତ୍ପାଦକ ଗୋଷ୍ଠୀ (ପିଜି) ଏବଂ ଉତ୍ପାଦକ କମ୍ପାନୀ (ପିସି) ଗୁଡିକୁ ସୃଦୃଢ କରୁଅଛି । ବର୍ତ୍ତମାନ, ମିଶନ ଶକ୍ତି ୧୪ଟି ଜିଲ୍ଲାର ୭୩ଟି ଏପିସି ବ୍ଲକରେ ୧,୧୮୧ଟି ପିଜି ଏବଂ ୬୩ଟି ପିସିକୁ ସୃଦୃଢ କରିବା ପାଇଁ ସହଯୋଗ କରୁଅଛି ।

ନୂତନ ଭାବରେ ସ୍ୱାକ୍ଷରିତ ଏହି ଏମଓୟୁ ୯ଟି ଜିଲ୍ଲା (ବଲାଙ୍ଗୀର, ଢେଙ୍କାନାଳ, ଝାରସୁଗୁଡ଼ା, କନ୍ଧମାଳ, ମୟୂରଭଞ୍ଜ, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଏବଂ କୋରାପୁଟ) ଓ ୨ଟି ନୂତନ ଜିଲ୍ଲା (ଦେଓଗଡ଼ ଏବଂ ନବରଙ୍ଗପୁର) ସମେତ ୧୧ଟି ଜିଲ୍ଲାର ୨୭ଟି ବ୍ଲକରେ ୬୯୫ଟି ପିଜି ଏବଂ ୨୭ଟି ପିସିକୁ ସହଯୋଗ ପ୍ରଦାନ କରି ଏପିସି ମଡେଲକୁ ଆହୁରି ସୁଦୃଢ଼ କରିବ। ମିଶନ ଶକ୍ତି ବିଭାଗ ଦ୍ୱାରା ୬୨.୦୫୮ କୋଟି ଟଙ୍କା ଅନୁମାନିତ ବଜେଟ ସହିତ, ଏହି ସ୍ଥାୟୀ ଜୀବିକା ପଦକ୍ଷେପ ୬୯୫ଟି ପିଜି ଅଧୀନରେ ପ୍ରାୟ ୮୩,୦୦୦ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସଦସ୍ୟାଙ୍କୁ ବୈଷୟିକ ତାଲିମ ଏବଂ ସହାୟତା ପ୍ରଦାନ କରିବ।

ଏହି ପଦକ୍ଷେପ ରାଜ୍ୟରେ ଏହି ନୂତନ ବ୍ଲକଗୁଡ଼ିକରେ ଥିବା ମହିଳା ପିଜି ସଦସ୍ୟାମାନଙ୍କ ମଧ୍ୟରେ ସମନ୍ୱିତ, ବଜାର-ସଂଯୋଗୀ ଉତ୍ପାଦନ ପ୍ରସ୍ତୁତ କରିବା ସହ ଅଧିକରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟିକରିବା ପାଇଁ ଲକ୍ଷ୍ୟ ରଖିଛି। ଏହି ପ୍ରକଳ୍ପ କୃଷି ଏବଂ ପଶୁପାଳନ କ୍ଷେତ୍ରରେ ଉନ୍ନତ ଫସଲ ପଦ୍ଧତିର ବ୍ୟବହାର ସହିତ ଅଂଶଗ୍ରହଣକାରୀ ଏସଏଚଜି ସଦସ୍ୟାମାନଙ୍କ ଆୟକୁ ପ୍ରକଳ୍ପ ଅବଧି ମଧ୍ୟରେ ସ୍ଥାୟୀ ଭାବରେ ଦ୍ୱିଗୁଣିତ କରିବାରେ ସାହାଯ୍ୟ କରିବ ।

ଏପିସି ପଦକ୍ଷେପ ଅଧୀନରେ, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗ, ମିଶନ ଶକ୍ତି ବିଭାଗ, ଓଡିଶା ଜୀବିକା ମିଶନ (ଓଏଲଏମ), ଓଡିଶା ଉଠା ଜଳସେଚନ ନିଗମ (ଓଏଲଆଇସି), ଓଡିଶା କୃଷି ଶିଳ୍ପ ନିଗମ (ଓଏଆଇସି), ଓଡିଶା କୃଷି ପ୍ରଚାର ଏବଂ ନିବେଶ ନିଗମ ଲିଃ (ଏପିଆଇସିଓଏଲ), ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ବିଭାଗଗୁଡ଼ିକ ସମେତ ବିଭିନ୍ନ ସରକାରୀ ବିଭାଗଗୁଡ଼ିକର ପ୍ରଚଳିତ ଯୋଜନାଗୁଡ଼ିକ ଏହି ଅଞ୍ଚଳଗୁଡ଼ିକରେ କୃଷକମାନଙ୍କ ପାଇଁ ଜୀବନ ଜୀବିକାର ଭିତ୍ତିଭୂମି ବିକାଶ କରିବାକୁ ଏକତ୍ରିତ କରାଯାଉଛି।

ନୂତନ ସ୍ୱାକ୍ଷରିତ ବୁଝାମଣାପତ୍ର କୃଷି ଉତ୍ପାଦନ ପୁଞ୍ଜ (ଏପିସି) ମଡେଲକୁ ଆହୁରି ମଜବୁତ କରିବ ଏବଂ ୧୧ଟି ଜିଲ୍ଲାର ୨୭ଟି ବ୍ଲକରେ ୬୯୫ ଟି ଉତ୍ପାଦକ ଗୋଷ୍ଠୀ (PG) ଏବଂ ୨୭ ଟି ଉତ୍ପାଦକ କମ୍ପାନୀ (PC)ର ପ୍ରୋତ୍ସାହନକୁ ସମର୍ଥନ କରିବ, ଯାହାର ଆନୁମାନିକ ବଜେଟ ୬୨୦୫.୮ ଲକ୍ଷ ଟଙ୍କା ହେବ। ଏହି ପଦକ୍ଷେପର ଲକ୍ଷ୍ୟ ଏହି ନୂତନ ବ୍ଲକଗୁଡ଼ିକରେ ମହିଳା ପିଜି ସଦସ୍ୟଙ୍କ ମଧ୍ୟରେ ସମନ୍ୱିତ, ବଜାର-ସଂଯୁକ୍ତ ଉତ୍ପାଦନ ସ୍ଥାପନ କରିବା । ଏହି କାର୍ଯ୍ୟକ୍ରମରେ କୃଷି ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ, ମିଶନ ଶକ୍ତି ନିର୍ଦ୍ଦେଶକ ଡକ୍ଟର ମୋନିକା ପ୍ରିୟଦର୍ଶିନୀ ଏବଂ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।

Previous Post

୯୪ ପ୍ରତିଶତ ବହୁଜନଙ୍କ ପାଇଁ ଲଢେଇ: ବିଧାନସଭା ଭିତରେ ପରିକ୍ରମା କରି ପ୍ରତିବାଦ କଲା ବିଜେଡି

Next Post

ଖାଉଟି ସଚେତନ ହେଲେ ଠକେଇର ସମ୍ଭାବନା ହ୍ରାସ ହୋଇପାରିବ: ମନ୍ତ୍ରୀ ଶ୍ରୀ ପାତ୍ର

FNN WEB

FNN WEB

Next Post
ଖାଉଟି ସଚେତନ ହେଲେ ଠକେଇର ସମ୍ଭାବନା ହ୍ରାସ ହୋଇପାରିବ: ମନ୍ତ୍ରୀ ଶ୍ରୀ ପାତ୍ର

ଖାଉଟି ସଚେତନ ହେଲେ ଠକେଇର ସମ୍ଭାବନା ହ୍ରାସ ହୋଇପାରିବ: ମନ୍ତ୍ରୀ ଶ୍ରୀ ପାତ୍ର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.