• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

‘ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ – ୨୦୨୩’ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

FNN WEB by FNN WEB
March 28, 2025
in ଓଡ଼ିଶା, ମୁଖ୍ୟ ଖବର
0
‘ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ – ୨୦୨୩’ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
0
SHARES
1
VIEWS

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ହିଁ ବିକାଶର ମୂଳମନ୍ତ୍ର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ହିଁ ବିକାଶର ମୂଳମନ୍ତ୍ର । ବିଜ୍ଞାନର ଉପଯୋଗ ସାଧାରଣ ଜନତାଙ୍କ ସୁବିଧା ସୁଯୋଗକୁ ଆଖି ଆଗରେ ରଖି ସ୍ଥାୟୀ ପରିବର୍ତ୍ତନ ଆଣିବାରେ ନିୟୋଜିତ ହେବା ଉଚିତ । ଏଥିପାଇଁ ତୃଣମୂଳ ସ୍ତରରେ ଗବେଷଣା ହେବା ସହିତ ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣି ଅର୍ଥନୈତିକ ଓ ପ୍ରଗତିର ଶୀର୍ଷ ସ୍ଥାନରେ ଆମ ରାଜ୍ୟକୁ ପହଂଚାଇବା ମୂଳ ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଆୟୋଜିତ ‘ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ – ୨୦୨୩’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମକୁ ଅନ୍ତର୍ଜାତୀୟ ସ୍ତରରେ ଆଗକୁ ବଢିବାକୁ ହେଲେ ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନକୁ ବ୍ୟବହାର କରି ମାନବ ସମାଜର ବିକାଶ ପାଇଁ ଦୀର୍ଘସ୍ଥାୟୀ ଯୋଜନା କରିବାକୁ ପଡ଼ିବ । ବିଜ୍ଞାନ ଏବଂ କାରିଗରୀର ଉନ୍ନତି ସହିତ ଆମକୁ କୃଷି, ସ୍ୱାସ୍ଥ୍ୟ, ଶକ୍ତି, ଶିକ୍ଷା ଓ ପରିବେଶ ବିଷୟରେ ଉନ୍ନତ ଜ୍ଞାନ କୌଶଳ ତଥା ଯନ୍ତ୍ରପାତି ଉଦ୍ଭାବନ ଉପରେ ମନୋନିବେଶ କରି ବିକାଶର ଗତିକୁ ଆହୁରି କ୍ରିୟାଶୀଳ କରିବାକୁ ପଡ଼ିବ। ଆଉ ଏଥିପାଇଁ ବୈଜ୍ଞାନିକଙ୍କ ପ୍ରଚେଷ୍ଟା ହିଁ ଆମକୁ ସଫଳ କରାଇବ ।

ସେ କହିଥିଲେଯେ, ଆଜି ଭାରତୀୟ ବିଜ୍ଞାନ ମଧ୍ୟ ଖୁବ ଉଚ୍ଚରେ ଅଛି। ମହାକାଶ ବିଜ୍ଞାନରେ ଚନ୍ଦ୍ରୟାନ, ଆଦିତ୍ୟ, ମଙ୍ଗଳୟାନ, ଗଗନୟାନ ଭଳି ଅନେକ ସଫଳ ପରୀକ୍ଷଣ ଆମକୁ ବିଶ୍ୱରେ ଏକ ବୈଜ୍ଞାନିକ ବିକାଶଶୀଳ ଦେଶ ଭାବରେ ପ୍ରତିଷ୍ଠିତ କରି ପାରିଛି। ଆମର ଜ୍ୟୋତିର୍ବିଦ୍ୟା, ଗଣିତ ଓ ଔଷଧ ଶାସ୍ତ୍ର ସାରା ପୃଥିବୀରେ ଅଗ୍ରଣୀ। ଆଜିର ଯୁଗର ସବୁଠାରୁ ଲୋକପ୍ରିୟ Science Sector ହେଉଛି IT Sector ଏବଂ ବିଶ୍ୱର ପ୍ରାୟ ସମସ୍ତ IT sector ରେ ଭାରତୀୟ ମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।

ବର୍ତ୍ତମାନ ସମୟରେ ବୈଜ୍ଞାନିକ ଗବେଷଣା ଏକ ନୂତନ ଦିଗ୍‌ଦର୍ଶନ ଯେଗାଇପାରିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଜିର ସମୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସ୍ତରକୁ ଆହୁରି ଉନ୍ନତ କରି ପାରିଛି । ଭାରତୀୟ ବିଜ୍ଞାନ ମଧ୍ୟ ଆଜି ବିଶ୍ୱ ସ୍ତରରେ ଖୁବ ନାଁ କରିଛି। ଆମ ରାଜ୍ୟରେ ମଧ୍ୟ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ କୌଶଳର ଅଭିବୃଦ୍ଧି ଏବଂ ଉନ୍ନତି ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଆମର ଡିପ୍ ଟେକ୍ ଏବଂ ଫ୍ରଣ୍ଟିୟର ଟେକ୍ନୋଲୋଜି ପ୍ରୟାସର ଏକ ଅଂଶ ଭାବରେ, ଆମେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ବ୍ଲକ ଚେନ୍, ରୋବୋଟିକ୍ସ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଭଳି ଅଭିନବ ପ୍ରୟାସ ଉପରେ ବିଶେଷ ଧ୍ୟାନ ଦେଉଛୁ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ।

ସେ ପୁଣି କହିଥିଲେଯେ, ଉଦ୍ଭିଦ ଓ ଜୀବଜନ୍ତୁ ସମୃଦ୍ଧ ବିବିଧତା ସହିତ ଓଡିଶାରେ ଜୈବ-ପ୍ରଯୁକ୍ତିବିଦ୍ୟା ଗବେଷଣା, ବିଶେଷ କରି ଜୈବ ସମ୍ବଳ ଓ ପାରମ୍ପରିକ ଔଷଧ କ୍ଷେତ୍ରରେ ପ୍ରଚୁର ସମ୍ଭାବନା ରହିଛି । ରାଜ୍ୟରେ ସାମୁଦ୍ରିକ ଜୈବ-ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ସୁଦୃଢ କରିବା ପାଇଁ Odisha Marine Biotechnology Research & Innovation Corridor ନାମକ ଏକ ପ୍ଲାଟଫର୍ମ ପ୍ରତିଷ୍ଠା କରାଯିବ । ଏହି ପ୍ଲାଟଫର୍ମ ମାଧ୍ୟମରେ ଶିକ୍ଷାବିତ୍, ଗବେଷକ, ଭଦ୍ଭାବକ, ଉଦ୍ୟୋଗୀ ଏବଂ ନୀତି ନିର୍ଦ୍ଧାରକ ଭଳି ବିଭିନ୍ନ ଅଂଶୀଦାରଙ୍କୁ ଏକାଠି କରି ପୂର୍ବ ଉପକୂଳରେ ବଙ୍ଗୋପସାଗରର ଜୈବ ସମ୍ଭାବନାକୁ ଉପଯୋଗ କରିବା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯିବ । ରାଜ୍ୟରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ ଶିକ୍ଷାର ପ୍ରୋତ୍ସାହନ ନିମନ୍ତେ ପ୍ଲାନୋଟୋରିୟମ, ବିଜ୍ଞାନ କେନ୍ଦ୍ରଗୁଡିୁକ ମଧ୍ୟରେ ଏକ ନେଟୱାର୍କ ମଧ୍ୟ ପ୍ରତିଷ୍ଠା କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ ଏବଂ କହିଥିଲେ ଯେ, ଆମର ଆଗାମୀ ପିଢ଼ି ବିଜ୍ଞାନରେ ବୈପ୍ଳବିକ ପରିବର୍ତ୍ତନ ଆଣି ବିଜ୍ଞାନକୁ ସାଧାରଣ ଜନତାଙ୍କ ସେବାରେ ଲଗାଇବେ ଓ ବିଜ୍ଞାନକୁ ଆହୁରି ଲୋକପ୍ରିୟ କରିବାରେ ସହାୟକ ହେବେ। କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜ୍ଞାନ ଓ କାରିଗରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେଯେ, ଦିନକୁ ଦିନ ବିଜ୍ଞାନ ପ୍ରତି ଲୋକମାନଙ୍କର ଆଗ୍ରହ ବଢ଼ି ଚାଲିଛି କାରଣ ଆଜି ଆମମାନଙ୍କର ଜୀବନଶୈଳୀ, ବିଜ୍ଞାନ ଉପରେ ଅନେକ ମାତ୍ରାରେ ନିର୍ଭରଶୀଳ ହୋଇଅଛି। ଏଣୁ ଯିଏ ବିଜ୍ଞାନରେ ଶକ୍ତିଶାଳୀ ହେବ, ପ୍ରକୃତରେ ସେ ଶକ୍ତିଶାଳୀ ।

ଇତ୍ୟବସରରେ, ମୁଖ୍ୟମନ୍ତ୍ରୀ ପ୍ରଫେସର ରାଜ କିଶୋର ପରମଗୁରୁ, ଡ଼କ୍ଟର ଶୁଭ୍ରାଂଶୁ ଶେଖର ମହାପାତ୍ର, ପ୍ରଫେସର କୃଷ୍ଣ ଚନ୍ଦ୍ର ମହାନ୍ତି, ଡକ୍ଟର ରଘୁପତୃଣି ଭୀମା ରାଓ, ପ୍ରଫେସର ମଳୟ କୁମାର ମିଶ୍ର ପ୍ରମୁଖଙ୍କୁ ବରିଷ୍ଠ ବୈଜ୍ଞାନିକ ପୁରସ୍କାର ପ୍ରଦାନ କରିଥିବା ବେଳେ, ପ୍ରଫେସର କ୍ଷୀରୋଦ କୁମାର ଜେନାଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଭାବରେ, ଶ୍ରୀ ରବୀନ୍ଦ୍ରନାଥ ମାଝୀ ଓ ଶ୍ରୀମତୀ ତୁଳସୀ ସ୍ୱାଇଁଙ୍କୁ ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁସ୍ତକ ପୁରସ୍କାର ଦିଆଯାଇଥିବା ବେଳେ ଡକ୍ଟର ସଙ୍ଘମିତ୍ରା ସାମନ୍ତରାୟ, ଡକ୍ଟର ବେଦାଙ୍ଗଦାସ ମହାନ୍ତି, ପ୍ରଫେସର ସୁବ୍ରତ କୁମାର ପଣ୍ଡା, ପ୍ରଫେସର ପିନାକି ଦତ୍ତଙ୍କୁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ଓ ଯୁବ ବୈଜ୍ଞାନିକ ପୁରସ୍କାରରେ ଡକ୍ଟର ସରିତ ଶେଖର ପଟ୍ଟନାୟକ, ଡକ୍ଟର ଅପ୍ରମିତା ଚାନ୍ଦ, ଡକ୍ଟର ରାଜେଶ କୁମାର ପୃଷ୍ଟି ଡକ୍ଟର ସଞ୍ଜୟ କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ପ୍ରମୁଖ ଶାସନ ସଚିବ, ଶ୍ରୀମତୀ ଚିତ୍ରା ଆରୁମୁଗମ ଯୋଗଦେଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ, ପ୍ରଫେସର ଆଶିଷ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ।

Previous Post

ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଓଇ୍‌ଆରସି ଅଧ୍ୟକ୍ଷ ଦାୟିତ୍ବ

Next Post

ଆଗାମୀ ୩ ଦିନ ଯାଏ ତାତିରୁ ନାହିଁ ନିସ୍ତାର

FNN WEB

FNN WEB

Next Post
ଆଗାମୀ ୩ ଦିନ ଯାଏ ତାତିରୁ ନାହିଁ ନିସ୍ତାର

ଆଗାମୀ ୩ ଦିନ ଯାଏ ତାତିରୁ ନାହିଁ ନିସ୍ତାର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.