ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବାବାଞ୍ଛାନିଧିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
ଭଦ୍ରକ : ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଜାତୀୟ କବି ବାଞ୍ଛାନିଧି ସତିି ପରିଷଦ, ଭଦ୍ରକଙ୍କ ସହଯୋଗରେ ଜିଲ୍ଲା ସଂସ୍କୃତି ଭବନ ଠାରେ ସାହିତ୍ୟିକ ଡାଚ୍ଛର ଦୁର୍ଯେ୍ୟାଧନ ଦାସଙ୍କ ପୌରୋହିତ୍ୟରେ କବି ବାଞ୍ଛାନିଧିଙ୍କ ଜୟନ୍ତୀ ଉସବ ଅନୁଷ୍ଠିତ ହୋଇଯାଇଛି। ‘ମହାନ୍ ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧିଙ୍କ ସଂଗୀତ ସାଧାରଣ ଲୋକଙ୍କୁ ଜାତୀୟତା ମନ୍ତ୍ରରେ ଉଦ୍ବୁଦ୍ଧ କରି ବିପ୍ଳବ ପାଇଁ ସଂଗଠିତ କରୁଥିଲା। ତାଙ୍କ ସଂଗୀତ ଥିଲା ଆମାର ସଂଗୀତ, ଆଗାମୀ ନୂଆ ସକାଳର ଆବାହନୀ ମନ୍ତ୍ର। ସେ ଥିଲେ ଜନଚେତନା ଓ ଗଣସଂଗ୍ରାମର ର଼ାରଣ କବି ବୋଲି ସଭାରେ ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଛନ୍ତି। ଏହି ଉସବରେ ସାହିତି୍ୟକ ଡ. ଶଶଧର ଦାସ ବରେଣ୍ୟ ଅତିଥି ଡ. ରବୀନ୍ଦ୍ର ବିହାରୀ ସମ୍ମାନୀୟ ଅତିଥି, ବିଶିଷ୍ଟ କଥାକାର ପବିତ୍ର ପାଣିଗ୍ରାହୀ ମୁଖ୍ୟ ବଚ୍ଛା ଓ ବିଶିଷ୍ଟ ସାମ୍ୟବାଦୀ କବି ନିରାକାର ଦାସ ସମ୍ମାନନୀୟ ବଚ୍ଛା ଭାବେ ଯୋଗଦାନ କରିଥିଲେ। କବି ପୂର୍ଣର଼ନ୍ଦ୍ର ବହଳୀ ସ୍ଵାଗତ ଓ ଅତିଥି ପରିର଼ୟ ପ୍ରଦାନ କରିଥିଲେ। ବିଶିଷ୍ଟ ପ୍ରଗତିଶୀଳ କବି ଓ ସ୍ତମ୍ଭକାର ନିରାକାର ଦାସଙ୍କୁ ବାଞ୍ଛାନିଧି ସତି ପରିଷଦ ପକ୍ଷରୁ ବାଞ୍ଛାନିଧି ସତିି ସମ୍ମାନରେ ସମ୍ମାନିତ କରାଯାଇଥିଲା। କାଦମ୍ୱିନୀର ସହ ସଂପାଦକ ଅମିତାଭ ଖିଲାର ମାନପତ୍ର ପାଠ କରିଥିବା ବେଳେ ଶେଷସ୍ପର୍ଶ ଦେଇଥଲେ ଅନୁଷ୍ଠାନର ସହସମ୍ପାଦକ କୃଷ୍ଣର଼ନ୍ଦ୍ର ମହାନ୍ତି। ଭଦ୍ରକ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ କବିଙ୍କ ରର଼ିତ ଦେଶ ପ୍ରେମ ସଂଗୀତ ଗାନ କରାଯାଇଥିଲା କ୍ଷବହୁ ବୁଦ୍ଧିଜୀବୀ ଓ ସାହିତି୍ୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।