କେନ୍ଦ୍ରାପଡ଼ା: ପହଲଗାମ୍ ଆତଙ୍କୀ ହମଲା ସାରା ବିଶ୍ଵକୁ ଦୋହଲାଇଦେଇଛି । ସବୁଠି ଏହି ଘଟଣାକୁ ନିନ୍ଦା କରାଯାଉଛି । ଆତଙ୍କୀ ସାଧାରଣ ପର୍ଯ୍ୟଟକଙ୍କୁ ଯେଉଁଭଳି ଭାବେ ମାରିଛନ୍ତି ତାହାର ପ୍ରତିଶୋଧ ନେବାକୁ ସମଗ୍ର ଦେଶ ଚାହିଁ ରହିଛି । ଏହି ଆତଙ୍କୀ ହାମଲାକୁ ନେଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ହୋଇଛି ତୀବ୍ର ବିରୋଧ । ବହୁତ ହୋଇଗଲା । ଏଣିକି ଦେଖିବ ଅସଲ ରୂପ । ପହଲଗାମ୍ ଆତଙ୍କୀ ହାମଲାକୁ ଦେଶ ବ୍ୟାପି ତୀବ୍ର ବିରୋଧ କରାଯାଉଥିବା ବେଳେ ଆଜି କେନ୍ଦ୍ରାପଡ଼ା ସହର ସ୍ଥିତ ଫକୀରବାଦରେ ଓଡିଶା ନୱଯବାନ ୟୁନିଅନ କେନ୍ଦ୍ରାପଡ଼ା ଶାଖା ପକ୍ଷରୁ କରାଯାଇଛି ତୀବ୍ର ବିରୋଧ l ଦେଶରୁ ସବୁଦିନ ପାଇଁ ଆତଙ୍କବାଦ ଉପରେ ରୋକ ଲଗାଇବା ପାଇଁ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ସମସ୍ତ ଯୁବକ । ଏହାସହ ହାମଲାରେ ମୃତାହତ ହୋଇଥିବା ସମସ୍ତ ପର୍ଯ୍ୟଟକଙ୍କୁ ସମବେଦନା ଜଣାଇଛନ୍ତି ।
ଯୁବ ସଂଖ୍ୟାଲଘୁ ସେକ ସଭାପତି ତଥା ଅନୁଷ୍ଠାନର ରାଜ୍ୟ କାର୍ଯକାରୀ ସଭାପତି ମହମ୍ମଦ ଆମିରଙ୍କ ନେତୃତ୍ୱରେ ପହଲଗାମ୍ ଆକ୍ରମଣକୁ ଦୃଢନିନ୍ଦା କରିବା ସହିତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ତେବେ ପହଲଗାମରେ ଆତଙ୍କବାଦୀମାନେ ଯେଉଁ ବର୍ବର କାଣ୍ଡ ଘଟାଇଲେ ସେଥିରେ ୨୬ ଜଣଙ୍କ ନିରୀହ ଜୀବନ ଚାଲିଗଲା । ଅନ୍ୟମାନଙ୍କ ମଧ୍ୟରେ ଅବରାର ହସରତ ଖାନ, ଗୋହର ସରିଫ, ନାଇଁମ ଖାନ, କୃଷ୍ଣ ଚନ୍ଦ୍ର ବେହରା, ଜାୱେଦ ଖାନ, ମୁସଦ୍ଦିତ ଖାନ, ଅରସଦ ଖାନ, ସେକ ନିୟାଜ଼,ରଶ୍ମିରଞ୍ଜନ ମହାପାତ୍ର,ବସିତ ଖାନ, ମହମ୍ମଦ ମଜାହିଦ, ନିରଞ୍ଜନ ନାୟକ, ସେକ ସମଶେର ଅଲି ଆଦି ଉପସ୍ଥିତ ଥିଲେ l