• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଦିଘାଠାରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବାବଦରେ ତଦନ୍ତ ରିପୋର୍ଟ ପ୍ରଦାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

FNN WEB by FNN WEB
May 5, 2025
in ଓଡ଼ିଶା, ମୁଖ୍ୟ ଖବର
0
ଦିଘାଠାରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବାବଦରେ ତଦନ୍ତ ରିପୋର୍ଟ ପ୍ରଦାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
0
SHARES
0
VIEWS

ବଳକା କାଠରେ ବିଗ୍ରହ ନିର୍ମାଣ କରାଯାଇ ନାହିଁ: ଆଇନ ମନ୍ତ୍ରୀ

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଗତ କିଛିଦିନ ଧରି ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ପ୍ରସସଙ୍ଗରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ରାଜ୍ୟ ସରକାରଙ୍କୁ ଅନ୍ତରୀଣ ତଦନ୍ତ କମିଟି ରିପୋର୍ଟ ପ୍ରଦାନ କରିଛନ୍ତି । ଶ୍ରୀଜଗନ୍ନାଥଙ୍କର ମନ୍ଦିର ଦିଘାଠାରେ ହେବା, ମନ୍ଦିରର ନାମକୁ ଜଗନ୍ନାଥ ଧାମ ଲେଖାଯିବା, ଏଠାରୁ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ତଥା ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ହେବା ଇତ୍ୟାଦି ବାବଦରେ ଅନ୍ତରୀଣ ତଦନ୍ତ କମିଟି କରିଥିବା ରିପୋର୍ଟକୁ ଡ. ପାଢ଼ୀ ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଦାନ କରିଛନ୍ତି ।

ଏହି ରିପୋର୍ଟ ଗ୍ରହଣ ପରେ ଗଣମାଧମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଦିଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଅନ୍ତରୀଣ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖା ଯାଇଥିଲା । ଆଜି ଏହାର ରିପୋର୍ଟ ଆମର ହସ୍ତଗତ ହୋଇଛି । ମହାରଣା ସେବକ, ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ନିଯୋଗ, ଦାଇତାପତି ନିଯୋଗ ଓ ଯେଉଁମାନେ ଦିଘା ମନ୍ଦିର ଯାଇଥିଲେ ସେମାନଙ୍କୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନିଦିନ ଧରି ମାରାଥନ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ପରେ ସମସ୍ତ ଦିଗକୁ ଅନୁଧ୍ୟାନ କରି ବିଭିନ୍ନ ପ୍ରସ୍ତାବ ଏବଂ ବିସ୍ତୃତ ରିପୋର୍ଟକୁ ରାଜ୍ୟ ସରକାରଙ୍କୁ ଦାଖଲ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବା ସହ ଏହି ରିପୋର୍ଟକୁ ସଂପୂର୍ଣ୍ଣ ଅନୁଧ୍ୟାନ କରାଯାଇ ଆଗାମୀ କାର୍ଯ୍ୟପନ୍ଥା ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି I

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତିଯେ ଯେ କୌଣସି ସ୍ଥାନରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବାରେ କିଛି ଅସୁବିଧା ନାହିଁ ତେବେ ଅନେକ ସ୍ଥାନରେ ନୀତିକାନ୍ତି ନେଇ ତାଳମେଳ ରହୁନି I ତେଣୁ ମହାପ୍ରଭୁଙ୍କ ଦୈନିଦିନ କ’ଣ କାର୍ଯ୍ୟ ରହିବ ଏ ନେଇ ଶ୍ରୀମନ୍ଦିର ପକ୍ଷରୁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରକୁ ଖୁବ ଶୀଘ୍ର ମାର୍ଗଦର୍ଶିକା ଜରିହେବ । ଏଥି ସହିତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଦେଶରେ କେବଳ ଚାରିଟି ଧାମ ରହିଛି I ତେଣୁ କେବଳ ଏହି ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ “ଧାମ” ଶବ୍ଦର ନାମ ଲାଗିପାରିବ ନାହିଁ । ତେଣୁ ଦିଘାରେ “ଜଗନ୍ନାଥ ଧାମ” ବୋଲି ଯାହା ଉଲ୍ଲେଖ କରାଯାଇଛି ତାହା ଠିକ ନୁହେଁ, ଏହାକୁ ଶୀଘ୍ର ହଟାଇବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହେବ । ପଶ୍ଚିମବଙ୍ଗ ସରକାରଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ପତ୍ର ଲେଖାଯିବ ଏବଂ ଦିଘା ଠାରେ ମହାଦୋଧି ନାମକୁ କାଟିବା ପାଇଁ ମଧ୍ୟ କୁହାଯିବ ।

ଅନ୍ୟପକ୍ଷରେ ସେବାୟତମାନେ କୌଣସି ସ୍ଥାନକୁ ଯାଇ ସେଠାରେ ପୂଜା ଅର୍ଚ୍ଚନା କରିବା ବିଧି ନାହିଁ । ଏଥି ସହିତ ଜଗନ୍ନାଥଙ୍କ ବିଭିନ୍ନ ନୀତିକାନ୍ତି ବିଷୟରେ ବାହାରେ କ’ଣ ସବୁ ପ୍ରକାଶ କରି ପାରିବେ ଓ ନ କରିପାରିବେ ସେଥିନେଇ ମାର୍ଗଦର୍ଶିକା ଜାରି ହେବ । ରିପୋର୍ଟରୁ ଯାହା ଜଣାପଡିଛି ବଳକା ଦାରୁ କାଠ ବାହାରକୁ ଯିବା ଏବଂ ଏଥିରେ ବିଗ୍ରହ ନିର୍ମାଣ ହେବା ସମ୍ଭବ ନୁହେଁ ଏବଂ ଏହା ସମ୍ପୂର୍ଣ୍ଣ ମିଛ ବୋଲି ନିଯୋଗମାନେ ଉଲ୍ଲେଖ କରିଛନ୍ତି । ଦାରୁ ଘର ଭିତରେ କାଠ ସୁରକ୍ଷିତ ଅଛି । ୧୯୯୫-୯୬ ରେ ସେତବେଳେର ସରକାରଙ୍କ ନିଷ୍ପତ୍ତି କ୍ରମେ କିଛି ଦଇତାପତି ନିଯୋଗ ଘରେ କିଛି କାଠ ରହିଛି । ସେ ସମସ୍ତ କାଠ ଦାରୁ ଘରକୁ ଆଣିବା ଏବଂ ଏହାର ଗଣତି ପାଇଁ ଏକ ୫ ଜଣିଆ କମିଟି ଗଠନ ହୋଇଛି ।

ଦାଇତାପତି ନିଯୋଗ ସମ୍ପାଦକଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଥିଲା ସେଥିନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ନୋଟିସ ଦିଆଯାଇଥିଲା । ଏଥିରେ ସେ ଘଟଣା ସମ୍ପର୍କରେ ନିଜର ପକ୍ଷ ରଖିଛନ୍ତି । ତେବେ ଏହି ଘଟଣା ସମ୍ପର୍କରେ କାହିଁକି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନ ନିଆଯିବ ସେଥିନେଇ ଆଗାମୀ ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ନିର୍ଦେଶ ଦିଆଯାଇଛି । ଶ୍ରମନ୍ଦିର ପ୍ରଶାସନ ପକ୍ଷରୁ ଏହି ରିପୋର୍ଟ ପ୍ରଦାନ ଅବସରରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଅତିରିକ୍ତ ଶାସନ ସଚିବ ବିଭୁ ପ୍ରସାଦ ପଣ୍ଡା ଏବଂ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

ବିଧାନସଭାଠାରେ ବିପ୍ଳବୀ ଧରଣୀଧରଙ୍କ ଜୟନ୍ତୀ ପାଳିତ

Next Post

କେନ୍ଦୁଝର ଟାଉନ ଥାନା ଓ ରିଜର୍ଭ ପୋଲିସ ଅଫିସ ଗୃହର ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
କେନ୍ଦୁଝର ଟାଉନ ଥାନା ଓ ରିଜର୍ଭ ପୋଲିସ ଅଫିସ ଗୃହର ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଟାଉନ ଥାନା ଓ ରିଜର୍ଭ ପୋଲିସ ଅଫିସ ଗୃହର ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.