• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଜାତୀୟ

ମାଟିରେ ମିଶିଲା ପାକିସ୍ତାନ ଓ ପିଓକେର ୯ ଆତଙ୍କୀ ଆଡ୍ଡା

FNN WEB by FNN WEB
May 7, 2025
in ଜାତୀୟ, ମୁଖ୍ୟ ଖବର
0
ମାଟିରେ ମିଶିଲା ପାକିସ୍ତାନ ଓ ପିଓକେର ୯ ଆତଙ୍କୀ ଆଡ୍ଡା
0
SHARES
2
VIEWS

ପହଲଗାମରେ ଆତଙ୍କୀ ପୋଛିଥିବା ପ୍ରତିଟି ସିନ୍ଦୂରର ବଦଲା ନେଲା ଭାରତ । ଅପରେସନ୍ ସିନ୍ଦୂରରେ ପାକିସ୍ତାନ ଓ ପିଓକେର ୯ଟି ଆତଙ୍କୀ ଆଡ୍ଡା ସ୍ବାହା । ସାରା ବିଶ୍ବ ଦେଖିଲା ଭାରତ ଉପରକୁ ଆଖି ଉଠାଇ ଦେଖିଲେ, ଶତ୍ରୁକୁ କେମିତି ମିଳେ ମୁହଁତୋଡ଼ ଜବାବ । ଭାରତର ୩ ସେନା ନିଖୁଣ ତାଳମେଳ ରଖି ପ୍ରାୟ ୨୫ ମିନିଟ୍ ଧରି ଜୈସ୍ ଓ ଲସ୍କର ଆଡ୍ଡାରେ ଏୟାରଷ୍ଟ୍ରାଇକ୍ କରିଥିବା ବେଳେ, ଜୈସ୍ ମୁଖ୍ୟ ମସୁଦ ଆଜହରର ୧୦ ପରିବାର ସଦସ୍ୟ ଓ ୪ ସହଯୋଗୀଙ୍କ ସମେତ ବହୁ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଗତରାତିରେ ଉଜାଗର ରହି ପୂରା ଅପରସେନର ଟିକିନିଖି ଅପଡେଟ୍ ନେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଶତ୍ରୁ ଛାତିରେ ଚଢ଼ି ଭାରତ ନେଲା ପହଲଗାମ୍ ପ୍ରତିଶୋଧ । ପାକିସ୍ତାନ ମାଟିରେ ଭାରତ ପାଳିଲା ଅଦିନିଆ ଦୀୱାଲି । ଧମାଧମ୍ ମିଜାଇଲ୍ ଧମାକା ପରେ ଧୂଆଁ ଧୂଆଁ ପାକିସ୍ତାନ୍ । ସର୍ପ୍ରାଇଜ୍ ଆଟାକରେ ହଜିଗଲା ଆତଙ୍କୀ ଆଡ୍ଡାର ନାମ୍-ଓ-ନିଶାନ୍ । ମଙ୍ଗଳବାର ରାତି ଗୋଟାଏ ୫ ରୁ ଗୋଟାଏ ୩୦ରେ ହୋଇଥିଲା ଅପରେସନ୍ ସିନ୍ଦୂର । ପାକିସ୍ତାନରେ ସେତେବେଳେ ରାତି ୧୨ଟା ୩୫ ହୋଇଥିଲା । କେହି କିଛି ବୁଝିବା ଆଗରୁ ଆକାଶରୁ ଆରମ୍ଭ ହୋଇଗଲା ଅଗ୍ନିବର୍ଷା । କିଏ ଡ୍ରୋନ୍ ଓ ମିଜାଇଲର ଝଲକଟିଏ ଦେଖିଥିଲା, ଆଉ କିଏ ଦେଖିବା ବେଳକୁ ଆକାଶକୁ ଛୁଉଁଥିଲା ବିଶାଳ ଅଗ୍ନିପିଣ୍ଡୁଳା । ଚାରିଆଡ଼େ ହୁଲୁସ୍ତୁଲ, ଧାଁଦୌଡ଼, ଆତଙ୍କୀ ମନରେ ଆତଙ୍କ ।

ଗୋଟିଏ ପଟେ ପାକିସ୍ତାନ ଓ ପିଓକେର ପ୍ରାୟ ସାଢ଼େ ୭ଶହ କିଲୋମିଟର ଅଞ୍ଚଳ ୨୫ ମିନିଟ୍ ଧରି ଜଳୁଥିବା ବେଳେ, ସେପଟେ କିନ୍ତୁ ନିଦ ବଟିକା ଖାଇ ଶୋଇଥିଲା ପାକିସ୍ତାନର ‘ମେଡ୍-ଇନ୍-ଚାଇନା’ ଏୟାର ଡିଫେନ୍ସ ସିଷ୍ଟମ୍ HQ-9 । ଅପରେସନ୍ ସିନ୍ଦୂରରେ ପିଓକେର ୫ଟି ଓ ପାକିସ୍ତାନ ପଞ୍ଜାବ ପ୍ରଦେଶର ୪ଟି ଜାଗାକୁ ଟାର୍ଗେଟ୍ କରାଯାଇଥିବା ବେଳେ, ସବୁଯାକ ଥିଲା ଜୈସ୍-ଏ-ମହମ୍ମଦ, ଲସ୍କର-ଏ-ତଇବା ଓ ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ଆଡ୍ଡା । ଭାରତୀୟ ଗୁଇନ୍ଦା ସଂସ୍ଥା, ଏହି ସବୁ ଟେରର୍ କ୍ୟାମ୍ପର ଏକଜାକ୍ଟ ଲୋକେସନ୍ ଦେବା ପରେ, ଲକ୍ କରାଯାଇଥିଲା ଟାର୍ଗେଟ୍ ।

ଆଉ ଗ୍ରୀନ୍ ସିଗ୍ନାଲ୍ ମିଳିବା ମାତ୍ରେ, ରାତି ଅଧିଆ ମିଳିତ ଅପରେସନ୍ ଆରମ୍ଭ କରିଥିଲେ ସ୍ଥଳସେନା, ବାୟୁସେନା ଓ ନୌସେନା । ୧୯୭୧ ଯୁଦ୍ଧ ପରେ ପ୍ରଥମଥର ପାଇଁ ତିନି ସେନା ମିଳିତ ଅପରେସନ୍ କରିଥିବା ବେଳେ, ୫ ଦଶନ୍ଧି ଭିତରେ ଇଏ ପାକିସ୍ତାନ ଭୂଖଣ୍ଡରେ ଭାରତର ସବୁଠୁ ବଡ଼ ମିଲିଟାରୀ ଆକ୍ସନ୍ । ଭାରତୀୟ ସୀମା ନଡେଇଁ ପାକିସ୍ତାନକୁ ତା ସୀମା ଦେଖାଇଦେଲା ଭାରତୀୟ ସେନା । ପାକିସ୍ତାନ ଆକାଶରେ ନପଶି, ୯ଟି ଆତଙ୍କୀସ୍ତାନ ଉପରେ ନିଶାନା ସାଧିଥିଲା ରାଫେଲ୍ ଫାଇଟର୍ ଜେଟ୍ । ଟାର୍ଗେଟକୁ ପିନ୍ ପଏଣ୍ଟ୍ ହିଟ୍ କଲା ୨୫୦ କିଲୋମିଟର୍ ରେଞ୍ଜ୍‌ର ମିସାଇଲ୍ ସ୍କାଲ୍ପ ବା ଷ୍ଟର୍ମ ସାଡୋ, ବହୁତଳ କୋଠା ଓ ବଙ୍କର୍ ଆଦିର ଛାତ କଣା କରି ବ୍ଲାଷ୍ଟ୍ ହେଉଥିବା ହାଇ-ପ୍ରିସିସନ୍ ବୋମା ‘ହାମାର୍’ ଏବଂ ଛୋଟ ଛୋଟ ଆତ୍ମଘାତୀ କାମିକାଜି ଡ୍ରୋନ୍ ।

ଆତଙ୍କୀ ଆଡ୍ଡାକୁ ଛାରଖାର କରିଦେଇଛି ଏଇ ୩ ଯୁଦ୍ଧାସ୍ତ୍ର । ସୀମାଠୁ ୧୦୦ କିଲୋମିଟର ଦୂର ଟେରର କ୍ୟାମ୍ପକୁ ବି ଧ୍ବଂସ କରାଯାଇଛି। ଏଥିରେ ଜୈସ୍ ମୁଖ୍ୟ ମସୁଦ ଆଜହରର ୧୦ ପରିବାର ସଦସ୍ୟ ଓ ୪ ସହଯୋଗୀ ସହ ବିଲାଲ ଟେରର୍ କ୍ୟାମ୍ପ ମୁଖ୍ୟ ୟାକୁବ୍ ମୁଗଲ ବି ସଫା ହୋଇଯାଇଛି । ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଅପରସେନ୍ ସିନ୍ଦୂରରେ ଖୁବ୍ ନିୟନ୍ତ୍ରିତ ଭାବେ କେବଳ ଆତଙ୍କୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ୍ କରାଯାଇଛି । କୌଣସି ସାଧାରଣ ଲୋକ, ସର୍ବସାଧାରଣ ଭିତ୍ତିଭୂମି କିମ୍ବା ପାକିସ୍ତାନୀ ସାମରିକ ଅନୁଷ୍ଠାନକୁ କ୍ଷତି କରାଯାଇନାହିଁ ।

ପ୍ରେସମିଟରେ ଆକ୍ରମଣସ୍ଥଳଗୁଡ଼ିକର ଲାଇଭ୍ ଭିଜୁଆଲ୍ ଦେଖାଇବା ସହ, ସବୁ ତଥ୍ୟ ପ୍ରମାଣ ମିଳିବା ପରେ କେବଳ ଆତଙ୍କୀ ଆଡ୍ଡାକୁ ସଠିକ୍ ଭାବେ ଟାର୍ଗେଟ୍ କରାଯାଇଛି ବୋଲି ସ୍ପଷ୍ଟ କରିଛନ୍ତି ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ ଓ କର୍ଣ୍ଣେଲ ସୋଫିଆ କୁରେସୀ । ସେଦିନ ଥିଲା ମଙ୍ଗଳବାର, ଆଉ କାଲି ବି ମଙ୍ଗଳବାର । ପାକିସ୍ତାନ ବିରୋଧରେ ୨ ସପ୍ତାହ ଧରି ଭାରତ ଗୋଟିକ ପରେ ଗୋଟିଏ କୂଟନୈତିକ ପଦକ୍ଷେପ ନେଇଥିଲେ ବି, ନିଜ କୋଳରେ ପାଳୁଥିବା ପୋଷୁଥିବା ଆତଙ୍କୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ପାକିସ୍ତାନ। ତେବେ ଧୈର୍ଯ୍ୟର ବି ଗୋଟେ ସୀମା ଥାଏ ।

ଶେଷରେ ଆକ୍ରମଣର ୧୪ଦିନ ପରେ ଭାରତ ଦେଇଛି କଡ଼ା ଜବାବ । ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି, ଆଗକୁ ବି ଭାରତରେ ବଡ଼ ଆକ୍ରମଣ ହୋଇପାରେ ବୋଲି ପାକ୍ ଆତଙ୍କୀ ମଡ୍ୟୁଲ ସଂପର୍କରେ ଗୁଇନ୍ଦା ସୂଚନା ମିଳିବାରୁ, ଏହି ଅପରେସନ୍ ହାତକୁ ନିଆଯାଇଥିଲା । ଗତରାତିରେ ଏହି ପୂରା ଅପରେସନ୍ ଉପରେ ନଜର ରଖିଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Previous Post

ସୀମାନ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀ ସହ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୈଠକ, ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦେଶକ ବି ସାମିଲ

Next Post

ଅପରେସନ ସିନ୍ଦୂରରେ ଜୈଶ ମୁଖିଆ ମସୁଦର ବଂଶ ନିପାତ!

FNN WEB

FNN WEB

Next Post
ଅପରେସନ ସିନ୍ଦୂରରେ ଜୈଶ ମୁଖିଆ ମସୁଦର ବଂଶ ନିପାତ!

ଅପରେସନ ସିନ୍ଦୂରରେ ଜୈଶ ମୁଖିଆ ମସୁଦର ବଂଶ ନିପାତ!

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026
ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି , ୧.୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି , ୧.୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.