ଭୁବନେଶ୍ୱର: ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜର ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି କି, ମୋର ଦେହ ଅସୁସ୍ଥତା କାରଣରୁ ମୁଁ ରାଜନୀତିରୁ ବିରତି ନେଉଛି । ମୋ ସ୍ତ୍ରୀକୁ ଆଶୀର୍ବାଦ ଏବଂ ସହଯୋଗ କରିବେ ବୋଲି ଆଶା କରୁଛି । ଏଭଳି ପୋଷ୍ଟ କରି ବିଜେପି ଛାଡ଼ିଥିବା ସୂଚନା ଦେଇଛନ୍ତି ।