• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମାଲକାନଗିରିରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

FNN WEB by FNN WEB
April 29, 2024
in ଓଡ଼ିଶା, ମୁଖ୍ୟ ଖବର, ରାଜନୀତି
0
ମାଲକାନଗିରିରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର
0
SHARES
1
VIEWS

ନବୀନ ଇଞ୍ଜିନ ସବୁବେଳେ ଚାଲିବ, ଲୋକଙ୍କ ସମସ୍ୟା ସମାଧାନ କରିବ
ଭୁବନେଶ୍ବର: ବିଜୁ ଜନତା ଦଳ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ମାଲକାନଗିରିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରି ଜିତାଇବାକୁ ଆହ୍ବାନ ଦେଇଛନ୍ତି। ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ସହିତ ମାଲକାନଗିରି ବିଧାନସଭା ପ୍ରାର୍ଥୀ ମାନସ ମାଡକାମି ଓ ଚିତ୍ରକୋଣ୍ଡା ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ପାଇଁ ଡବଲ ଶଙ୍ଖରେ ବଟନ ଦବାଇ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।

ଆରମ୍ଭରୁ ବିରୋଧୀ ଦଳ ଉପରେ ଜୋରଦାର ଆକ୍ରମଣ କରି ଘୋର ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଏ ବିଶାଳ ସମାବେଶ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣମାନଙ୍କ ସ୍ନେହ ଓ ଭଲ ପାଇବାର ପ୍ରତୀକ, ଏସବୁ ଦେଖି ବିରୋଧୀଙ୍କ ନିଦ ହଜିଯାଉଛି। ବିଜେପି କ୍ଷମତାକୁ ଆସିଲେ ମିଶନ ଶକ୍ତି ବନ୍ଦ କରିଦେବେ, ମା ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେବେ, ପୁଣି ଥରେ ଘର ଭିତରେ ବନ୍ଦ କରି ରଖିବେ, BSKY ବନ୍ଦ କରିଦେବେ। ଆପଣମାନେ ସତର୍କ ରୁହନ୍ତୁ। ନବୀନ ଇଞ୍ଜିନ କେବେ ବି ଫେଲ୍‌ ମାରିନି କି ମାରିବ ନାହିଁ । ନବୀନ ଇଞ୍ଜିନ ସବୁବେଳେ ଚାଲିବ, ଲୋକଙ୍କ ସମସ୍ୟା ସମାଧାନ କରିବ। ମାଲକାନଗିରିରେ ସେ କହିଥିଲେ ଯେ ଏଠି ଆପଣଙ୍କ ଜଣେ ବିଧାୟକ ଅଛନ୍ତି, ଯାହାକୁ ଆପଣ ଦେଖିବାକୁ ପାଉ ନାହାନ୍ତି। ଏମିତି ଲୋକ ଆପଣଙ୍କ ଦରକାର, ନା ଆପଣଙ୍କ ସହିତ ଦିନରାତି ରହି ଆପଣଙ୍କ ସୁଖଦୁଃଖର ସାଥି ହେବ, ସେ ଲୋକ ଦରକାର । ଆପଣ ନିର୍ଣ୍ଣୟ କରନ୍ତୁ ।

ପଡୋଶୀ ଛତିଶଗଡର ଉଦାହରଣ ଦେଇ ସେ କହିଲେ ଯେ ଦେଖନ୍ତୁ ସେଠାରେ ବାରମ୍ବାର ଡବଲ ଇଞ୍ଜିନ ସିଙ୍ଗଲ ଇଞ୍ଜିନ ଚାଲିଛି, କିନ୍ତୁ ଶାନ୍ତି ନାହିଁ। ସବୁବେଳେ ବମ୍‌ ଫୁଟୁଛି। ନବୀନ ବାବୁଙ୍କ ନେତୃତ୍ବ ଓ କଠିନ ପରିଶ୍ରମରେ ମାଲକାନଗିରିରେ ଶାନ୍ତି ଫେରିଛି। ଶାନ୍ତି ଆସିଲେ ପ୍ରଗତି ଆସିବ ଉନ୍ନତି ଆସିବ। ପୁଞ୍ଜି ଆସିବ, ପିଲା ନିଯୁକ୍ତି ପାଇବେ । ମାଲକାନଗିରିର ଏକ ବିଶାଳ ଅଞ୍ଚଳ ଦିନେ କଟ୍‌ଅଫ୍‌ ଅଞ୍ଚଳ ଭାବେ ପରିଚିତ ଥିଲା । ଏବେ କିନ୍ତୁ ତାର ନୂଆ ପରିଚୟ ହୋଇଛି ସ୍ବାଭିମାନ ଅଞ୍ଚଳ। ଏଠାରେ ରୂପାନ୍ତର ଆସିଛି, ବିକାଶର ଧାରା ଜୋରଦାର ହୋଇଛି। ବିରୋଧୀ ଆଖି ଖୋଲି ଦେଖନ୍ତୁ, ବିକାଶ କିପରି ହୁଏ। ମାଲକାନଗିରି ହେଉଛି ତାର ସାକ୍ଷୀ। ଦିନ ଥିଲା ମାଲକାନଗିରିରେ ସାଇକେଲ ଖଣ୍ଡିଏ ଗଡୁ ନ ଥିଲା, ଆଜି ଉଡାଜାହାଜ ଉଡୁଛି।

ମୁଖ୍ୟମନ୍ତ୍ରୀ ତାଙ୍କ ବିଶାଳ ହୃଦୟରେ ଜନଜାତିମାନଙ୍କୁ ସବୁଠାରୁ ବଡ ସ୍ଥାନ ଦେଇଛନ୍ତି । ଜନଜାତି ମାନଙ୍କ ପାଇଁ ସବୁଠାରୁ ଅଧିକ ହଷ୍ଟେଲ ଓଡିଶାରେ ହିଁ ହୋଇଛି। ୫ ଲକ୍ଷରୁ ଅଧିକ ଜନଜାତି ଝିଅମାନେ ପାଠ ପଢି ବାପମାଙ୍କ ସ୍ବପ୍ନ ପୂରଣ କରୁଛନ୍ତି। ଜନଜାତି ଭାଷା, ସଂସ୍କୃତି, ପୂଜାସ୍ଥଳୀ, ଜାହିରାର ସଂରକ୍ଷଣ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ କରିଛନ୍ତି। ମାଲକାନଗିରିକୁ ମୁଖ୍ୟମନ୍ତ୍ରୀ ସବୁଠୁ ବେଶି ଭଲ ପାଆନ୍ତି ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ସବୁ ବଡ ବଡ ଯୋଜନା ସେ ମାଲକାନଗିରିରୁ ହିଁ ଆରମ୍ଭ କରିଛନ୍ତି, ଦୁଇ ଟଙ୍କିଆ ଚାଉଳ, ଟଙ୍କିକିଆ ଚାଉଳ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଲକ୍ଷ୍ମୀ ଯୋଜନା – ସବୁକିଛି ମାଲକାନଗିରିରୁ ହିଁ ଆରମ୍ଭ ହୋଇଛି। ଆମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ କାମର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ତାଙ୍କ ନିର୍ଦ୍ଦେଶରେ ମୁଁ ଆଜି ଆପଣଙ୍କୁ ସବୁ କାମର ହିସାବ ଦେଉଛି। ସେ କହିଥିଲେ ମାଲକାନଗିରି ନିର୍ବାଚନମଣ୍ଡଳୀରେ ୧୨୭ କୋଟି ଟଙ୍କାର କାମ ଚାଲିଛି।

ଲକ୍ଷ୍ମୀ ବସ୍‌ ଯୋଜନାରେ ଜିଲ୍ଲାର ୪.୫୦ ଲକ୍ଷ ଉପକାର ପାଇଛନ୍ତି। ଜିଲ୍ଲାର ସବୁ ହାଇସ୍କୁଲର 5T ରୂପାନ୍ତର କରାଯାଇଛି । ମଲ୍ଲିକେଶ୍ବର ମନ୍ଦିର ଓ ରାସ୍ତା ପାଇଁ ୨.୯୦ କୋଟି, ହରିଚାନ୍ଦ ଆଶ୍ରମ ପାଇଁ ୧.୨୮ କୋଟି, ନରନାରାୟଣ ଆଶ୍ରମ ପାଇଁ ଜମିପଟ୍ଟା ଦିଆଯିବା ସହିତ ୪୮ ଲକ୍ଷ ଟଙ୍କାର ବିକାଶ କାମ, ମନ୍ୟମକୁଣ୍ଡା ଗୁମ୍ଫା ବିକାଶ ପାଇଁ ୧ କୋଟି, ମା ଭରବୀ ମନ୍ଦିର ପାଇଁ ୫୦ ଲକ୍ଷ, ଅଲେଖ ମହିମା ଆଶ୍ରମ ପାଇଁ ୧୪ ଲକ୍ଷ, ସାଇ ମନ୍ଦିର ପାଇଁ ୪୦ ଲକ୍ଷ। ପୁରୁଣା ମାଲକାନଗିରିରୁ ମୋଟୁ ରାସ୍ତା ପାଇଁ ୧୬.୪୩ କୋଟି, ପୋଲୁରୁ ରୁ କୃଷ୍ଣପାଲି ରାସ୍ତା ପାଇଁ ୧୩ କୋଟି, ଭୁବନପାଲିରୁ କୁନାପାଲି ରାସ୍ତା ପାଇଁ ୯ କୋଟି, କୋଟାଗୁଡାରୁ ଆଲ୍‌ମା ରାସ୍ତା ପାଇଁ ୭.୬୦ ଲକ୍ଷ, ଏମ୍‌.ଭି-୬୧ରୁ କୁର୍ତ୍ତୀ ରାସ୍ତା ପାଇଁ ୫ କୋଟି, ମୁରଲିଗୁଡାରୁ ପେଟା ପର୍ଯ୍ୟନ୍ତ ୫ କୋଟି, ସତୀଗୁଡା ଡ୍ୟାମ ପାଇଁ ୨ କୋଟି ଟଙ୍କା।

ଚିତ୍ରକୋଣ୍ଡାରେ ବିକାଶର ଚିତ୍ର ଦେଖାଇ ସେ କହିଥିଲେ ଯେ, ଚିତ୍ରକୋଣ୍ଡା ଓ କରୋକୁଣ୍ଡା ବ୍ଲକ୍‌ର ୧୮ଟି ପଞ୍ଚାୟତରେ ସେତୁ ଯୋଜନାରେ ୧୦୦ କୋଟି ଟଙ୍କା ବିନିଯୋଗ କରାଯାଇ ଲୋକଙ୍କ ସାମାଜିକ ଓ ଆର୍ଥିକ ରୂପାନ୍ତର କାମ ଚାଲିଛି। ସପ୍ତଧାରା ଜଳସେଚନ ପ୍ରକଳ୍ପ ପାଇଁ ୪୦୦୦ କୋଟି ଟଙ୍କା। ଗୋବିନ୍ଧପାଲୀ ଜଗନ୍ନାଥ ମନ୍ଦିର, ଦାମଲଦେଇ ମନ୍ଦିର, ୧୦ଟି ମହିମା ଆଶ୍ରମ, ଶିବ ମନ୍ଦିର, ମା କାଣିବୁଢୀ ମନ୍ଦିର ଆଦି ସବୁ ମନ୍ଦିରର ଉନ୍ନତିକରଣ ପାଇଁ ୨.୧୦ କୋଟି ଟଙ୍କା, ଆଦିବାସୀ ସମାଜ ଭବନ ପାଇଁ ୫୦ ଲକ୍ଷ, ଚିତ୍ରକୋଣ୍ଡାରେ ୧୦୦ ଶଯ୍ୟାବିଶିଷ୍ଟ ଉପଖଣ୍ଡ ଚିକିତ୍ସାଳୟ ପାଇଁ ୫୦ କୋଟି, ମାଛକୁଣ୍ଡ ଉପରେ ସେତୁ ପାଇଁ ୩୫ କୋଟି, କାଳିଆଗଡ ନଳା ଉପରେ ସେତୁ ପାଇଁ ୧୬ କୋଟି, ମାଥିଲି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୫ କୋଟି ୫୦ ଲକ୍ଷ, ହନ୍ତାଳଗୁଡା ପର୍ଯ୍ୟଟନ ପାଇଁ ୭୬ ଲକ୍ଷ, ୨୬ଟି ଗ୍ରାମପଞ୍ଚାୟତରେ ପାଇପ ପାଣି ପାଇଁ ୩୨୦ କୋଟି ଟଙ୍କା ଏବଂ ବଡପଡା ଓ ପେପରମେଟଲାର ୨୪ଟି ଗାଁରେ ପାଇପ ପାଣି ପାଇଁ ୨୦ କୋଟି ଟଙ୍କା।

ଶେଷରେ ସେ ୯୫ ପ୍ରତିଶତ ଭୋଟ କରି ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ସେ ଅନୁରୋଧ କରିଥିଲେ । ଡବଲ ଶଙ୍ଖରେ ଭୋଟ ଦେଇ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବାକୁ ଅନୁରୋଧ କରିଥିଲେ।

Previous Post

ରାଜ୍ୟ ବିଜେପି ଅଭ୍ୟାସଗତ ଅପରାଧୀଙ୍କୁ ଦଳରେ ସାମିଲ କରୁଛି: ବିଜେଡ଼ି

Next Post

ଆସନ୍ତାକାଲି ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଭରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

FNN WEB

FNN WEB

Next Post
ଆସନ୍ତାକାଲି ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଭରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

ଆସନ୍ତାକାଲି ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଭରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.