• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କଳିଙ୍ଗ ଷ୍ଟାଡିୟମରେ  ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

FNN WEB by FNN WEB
June 21, 2025
in ଓଡ଼ିଶା, ମୁଖ୍ୟ ଖବର
0
କଳିଙ୍ଗ ଷ୍ଟାଡିୟମରେ  ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
0
SHARES
2
VIEWS


ଯୋଗଦେଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି

ଭୁବନେଶ୍ୱର : ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବେତ ଯୋଗାଭ୍ୟାସ କରିବା ସହିତ ଯୋଗ ହେଉଛି ବିଶ୍ୱ ମାନବ ସମାଜକୁ ଭାରତର ଏକ ମହାର୍ଘ୍ୟ ଉପହାର ବୋଲି କହିଛନ୍ତି। ଏହି ଅବସରରେ ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାଇଜାଗ ଠାରୁ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଯୋଗ କେବଳ ଏକ ବ୍ୟାୟମ କିମ୍ବା ଯୋଗକୁ କିଛି ଆସନ ମଧ୍ୟରେ ସୀମିତ ରଖିବା ଉଚିତ ନୁହେଁ। ଶାରୀରିକ ବ୍ୟାୟମ ଠାରୁ ଏହାର ସ୍ଥାନ ବହୁତ ଉଚ୍ଚରେ। ଯୋଗ ହେଉଛି ଶାରୀରିକ, ବୌଦ୍ଧିକ, ମାନସିକ ଏବଂ ଅଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ। ଭାରତୀୟ ସଂସ୍କୃତି ଏବଂ ଯୋଗୀ ପରମ୍ପରାରୁ ସୃଷ୍ଟି ହୋଇଥିଳୀ ମଧ୍ୟ ସେଥିପାଇଁ ଏହା କୌଣସି ନିର୍ଦ୍ଦିଷ୍ଟ ଧର୍ମ ସହିତ ଏହା ଜଡିତ ନୁହେଁ। ଶରୀର, ଆତ୍ମା ଏବଂ ଚିନ୍ତନ ଶକ୍ତିକୁ ଉଦ୍ବୁଦ୍ଧ କରୁଥିବା ଯୋଗ, ଆଜି ଜାତି, ଧର୍ମ, ବର୍ଣ୍ଣ ନିବିଶେଷରେ ସମସ୍ତଙ୍କ ଦ୍ଵାରା ଆଦୃତ ହୋଇ ପାରିଛି।  

ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଏକ ଅବିଛେଦ୍ୟ ଅଙ୍ଗ ହେଉଛି ‘ଯୋଗ’, ଯାହା କେବଳ ଦେଶ ଭିତରେ ସୀମିତ ହୋଇ ରହିଥିଲା। କିନ୍ତୁ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ୨୦୧୪ ମେ’ ମାସରେ ଦାୟିତ୍ଵ ଗ୍ରହଣ କରିବାର ମାତ୍ର ଛ’ ମାସରେ ଯୋଗକୁ ସାରା ବିଶ୍ଵରେ ପରିଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ। ଫଳରେ ୨୦୧୪ ଡିସେମ୍ବର ୧୧ ତାରିଖରେ ଜାତିସଂଘ ପ୍ରତିବର୍ଷ ଜୁନ ୨୧ ତାରିଖକୁ ‘ଆନ୍ତର୍ଜାତୀୟ ଯୋଗ ଦିବସ’ ଭାବେ ପାଳନ କରିବା ପାଇଁ ପ୍ରସ୍ତାବ ପାରୀତ କରିଥିଲା। ଆଜି ପୃଥିବୀର ପ୍ରାୟ ସବୁ ଦେଶରେ ଲୋକେ ଆଗ୍ରହ ଏବଂ ଉତ୍ସାହର ସହିତ ଏହାକୁ ପାଳନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଚଳିତ ବର୍ଷ ପାଳନ ହେଉଥିବା ଅନ୍ତର୍ଜାତୀୟ ଯୋଗ ଦିବସର ଶୀର୍ଷକ ହେଉଛି, “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ଯାହା, ବ୍ୟକ୍ତିଗତ କଲ୍ୟାଣ ଓ ପୃଥିବୀର ସ୍ୱାସ୍ଥ୍ୟ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ଉଜାଗର କରେ। ଏଥିରେ ଦର୍ଶାଯାଇଛି ଯେ, କିପରି ପ୍ରାଚୀନ ଯୋଗ ଅଭ୍ୟାସ କେବଳ ଶରୀର ଓ ମନକୁ ପୋଷଣ କରେ ନାହିଁ ବରଂ ପ୍ରକୃତି ଏବଂ ସମସ୍ତ ଜୀବଜନ୍ତୁଙ୍କୁ ସମ୍ମାନ ଦେଉଥିବା ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନଶୈଳୀକୁ ପ୍ରୋତ୍ସାହିତ କରେ ବୋଲି ସେ କହିଛନ୍ତି।

ସେ ପୁଣି କହିଥିଲେ ଯେ, ଓଡ଼ିଶାରେ ଆମେ ଯୋଗକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରୁଛୁ। ଆମର ସ୍କୁଲ, କଲେଜ, ଛାତ୍ରାବାସ ଏବଂ କ୍ରୀଡା କେନ୍ଦ୍ର ମାଧ୍ୟମରେ ଆମେ କର୍ମଶାଳା ଆୟୋଜନ କରୁଛୁ ଏବଂ ସଚେତନତା ସୃଷ୍ଟି କରୁଛୁ। ଆମେ ଯୋଗକୁ ବିଦ୍ୟାଳୟ କାର୍ଯ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ନେଉଛୁ। ଆମର ଲକ୍ଷ୍ୟ ହେଉଛି ଏକ ସୁସ୍ଥ, ଆତ୍ମନିର୍ଭରଶୀଳ ଏବଂ ଦକ୍ଷ ତଥା  ସଶକ୍ତ ଓଡ଼ିଶା ଗଠନ କରିବା। ଆଜି, ଓଡ଼ିଶାର ସମସ୍ତ ଜିଲ୍ଲାରେ ଯୋଗ ଅଧିବେଶନ ଅନୁଷ୍ଠିତ ହେଉଛି। ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ, ହଜାର ହଜାର ଲୋକ ଯୋଗ ପାଳନ କରିବାକୁ ଏକାଠି ହେଉଛନ୍ତି। ଏହି ଗଣ ଅଂଶଗ୍ରହଣ ଆମ ଲୋକଙ୍କ ମଧ୍ୟରେ ବଢ଼ୁଥିବା ସଚେତନତା ଏବଂ ସୁସ୍ଥ ଜୀବନଯାପନ ପ୍ରତି ସେମାନଙ୍କର ଆଶା ଓ ବିଶ୍ୱାସକୁ ଦର୍ଶାଉଛି।

ସୂଚନା ଥାଉକି, କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଏହି ରାଜ୍ୟ ସ୍ତରୀୟ ଯୋଗ ଶିବିରରେ ପ୍ରାୟ ୧୫ ହଜାର ଜନସାଧାରଣଙ୍କ ସମେତ ରାଜ୍ୟର ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ ଓ ବରିଷ୍ଠ ଅଧିକାରୀ ମନେ ଯୋଗ ଦେବା ସହିତ ଯୋଗାଭ୍ୟାସ କରିଥିଲେ। ଏହି ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ପାରମ୍ପରିକ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।

Previous Post

ଚଳଚ୍ଚିତ୍ର ନିର୍ମାତା ନନ୍ଦିତା ଦାସଙ୍କ ସହ ଉପମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କ ସାକ୍ଷାତ

Next Post

ଦୀର୍ଘ ପ୍ରତୀକ୍ଷାର ଅବସାନ: ଶେଷରେ ଲଞ୍ଚ୍‌ ହେଲା ଆକ୍ସିଅମ-୪ ମିଶନ

FNN WEB

FNN WEB

Next Post
ଦୀର୍ଘ ପ୍ରତୀକ୍ଷାର ଅବସାନ: ଶେଷରେ ଲଞ୍ଚ୍‌ ହେଲା ଆକ୍ସିଅମ-୪ ମିଶନ

ଦୀର୍ଘ ପ୍ରତୀକ୍ଷାର ଅବସାନ: ଶେଷରେ ଲଞ୍ଚ୍‌ ହେଲା ଆକ୍ସିଅମ-୪ ମିଶନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.