ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ସ୍ବାର୍ଥ ଓ ଓଡ଼ିଶାର ବିକାଶ ପାଇଁ ସର୍ବଦା ଉଦ୍ୟମ କରି ଆସିଛନ୍ତି। ଓଡିଶାର ସମସ୍ତ କ୍ଷେତ୍ରରେ ଉନ୍ନତି କାମନା କରି ଓ ବିଜୁ ଜନତା ଦଳର 147 ବିଧାୟକ ଓ 21 ଜଣ ସଂସଦ ପାର୍ଥିଙ୍କ ବିଜୟୀ କାମନା କରି ଭାରତ ବର୍ଷର ପ୍ରତିଷ୍ଠିତ ଓ ପ୍ରସିଦ୍ଧ ରାଜସ୍ତାନର ଅଜମେର ସ୍ଥିତ ଖ୍ୱଜା ମୋହିନୁଦ୍ଦିନ ଚିସ୍ତିଙ୍କ ଦରଘା ସମେତ ଓଡିଶାର ୬ ଗୋଟି ଦରଘାକୁ ସରିଫ ଚାଦର ପଠାଯାଇଛି। ସୟଦ ଅବଦୁଲଲ୍ଲା ସାହା ବୁଖାରି ବାବା କାଇପଦର ଖୋର୍ଦ୍ଧା, ହଜରତ ସ୍ୱାଲେହ ମହମ୍ମଦ ଭୁଜାଖିଆ ପିର ବାବା ବାଲେଶ୍ୱର, ହୁଜୁର ମଜ଼ାହୀଦ ଏ ମିଲତ ଧାମନଗର ଭଦ୍ରକ, ହଜରତ ଶୋଲେମାନ ବାବା ଚାରିନଗଲ ଯାଜପୁର, ହଜରତ ସୟଦ ମନସୁର ଶାହ ବାବା କେନ୍ଦ୍ରାପଡ଼ା ଓ ସମ୍ବଲପୁରୀର ପ୍ରସିଦ୍ଧ ଦରଘା ଆଦି ଦରଘାକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟାକ୍ତିଗତ ସଚିବ ତଥା 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ତତ୍ତ୍ବାବଧାନରେ ଓ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସହମତିରେ ଓଡିଶା ୱାକଫ ବୋର୍ଡର ଅଧକ୍ଷ ଜନାବ ସେକ ନିଜମୁଦ୍ଦିନଙ୍କ ନେତୃତ୍ୱରେ ନବୀନ ନିବାସରୁ ପଠାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସେକ ଲିୟାକତ ଅଲି, ଯୁବ ସଂଖ୍ୟାଲଘୁ ସେଲ ସଭାପତି ତଥା ଅଖିଳ ଭାରତୀୟ ଏସଟି, ଓବିସି ଓ ସଂଖ୍ୟାଲଘୁ ବିକାଶ ପରିଷଦ ରାଜ୍ୟ ମହାସଚିବ ମହମ୍ମଦ ଆମିର,ସେକ ମହବୁବ ଅଞ୍ଜନ, ସେକ ସମଶେର ଅଲି, ସେକ ମୁସ୍ତାକ, ଅବଦୁଲା ମଟିନ, ଜମିଲା ଅଖତାର ଯୁବ ନେତା ସେକ ନା୍ୱଯୁଦ୍ଦିନ, ଅକମଲ ଅଲି ଗୁଲ ବାବୁ, ମିର ସଫିକ, ଆଦି ଉପସ୍ଥିତ ଥିଲେ l