ଭୁବନେଶ୍ୱର: ଫକୀର ମୋହନ ମହାବିଦ୍ୟାଳୟ ପରିସରରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ନିଲମ୍ବିତ ହୋଇଥିବା ପ୍ରିନ୍ସିପାଲ୍ ଦିଲୀପ ଘୋଷଙ୍କୁ ଗିରଫ କରିଛି ପୋଲିସ । ଛାତ୍ରୀ ଆତ୍ମଦାହ ଉଦ୍ୟମ ଘଟଣାକୁ ଗୁରୁତର ସହ ନିଆଯାଇଥିବା ବେଳେ ବର୍ତ୍ତମାନ ଏହି ମାମଲାରେ ନିଲମ୍ବିତ ପ୍ରିନ୍ସିପାଲଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ପୋଲିସ । ଛାତ୍ରୀଙ୍କ ପରିବାର ପକ୍ଷରୁ ଏନେଇ ତାଙ୍କୁ ଗିରଫ କରାଯାଉ ବୋଲି ଅଭିଯୋଗ ହୋଇ ଆସୁଥିଲା। ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ସଂପୃକ୍ତ ନିଲମ୍ବିତ ପ୍ରିନ୍ସିପାଲଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଏଜୁକେସନ୍ ବିଭାଗ HOD ସମୀର ସାହୁଙ୍କୁ ପୋଲିସ ଗିରଫ କରିଥିଲା ।














