ନୂଆଦିଲ୍ଲୀ : ୨୦୧୬ ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ସାଗରିକା ନାଥଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଏସ୍ପି ଭାବେ ନିଯୁକ୍ତି ମିଳିଛି। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ତଦନ୍ତ ସଂସ୍ଥା (ଏନ୍ଆଇଏ)ରେ ପୋଲିସ ଅଧିକ୍ଷକ ଭାବେ ସାଗରିକା ନାଥଙ୍କୁ ନିଯୁକ୍ତି ଦିଆଯାଇଛି।
ଆଇପିଏସ୍ ଅଧିକାରୀ ସାଗରିକା ନାଥ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ଏସ୍ପି ଭାବରେ କାର୍ଯ୍ୟ କରୁଛନ୍ତି। ତେବେ ଏନ୍ଆଇଏ ଏସ୍ପି ଭାବେ ନିଯୁକ୍ତି ମିଳିବା ପରେ କାର୍ମିକ ଏବଂ ତାଲିମ ବିଭାଗ (ଡିଓପିଟି) ଦ୍ୱାରା ୨୦୨୫ ଜୁଲାଇ ୩୧ ରେ ଜାରି କରାଯାଇଥିବା ନିର୍ଦ୍ଦେଶରେ କେନ୍ଦ୍ରୀୟ ଡେପୁଟେସନ୍ ପଦବୀରେ ଯୋଗଦେବା ପାଇଁ ତାଙ୍କୁ ତୁରନ୍ତ ରିଲିଭ୍ ଦେବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।














