• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବିଜେପି ଷଡଯନ୍ତ୍ରକାରୀ, ଏବିଭିପି ହତ୍ୟାକାରୀ: ବିଜେଡି

FNN WEB by FNN WEB
August 4, 2025
in ଓଡ଼ିଶା, ମୁଖ୍ୟ ଖବର
0
ବିଜେପି ଷଡଯନ୍ତ୍ରକାରୀ, ଏବିଭିପି ହତ୍ୟାକାରୀ: ବିଜେଡି
0
SHARES
0
VIEWS

ସୌମ୍ୟାଶ୍ରୀ ମୃତ୍ୟୁକୁ ନେଇ ଦୁଇ ଏବିଭିପି ସଦସ୍ୟଙ୍କ ଗିରଫ ଘଟଣା

ଭୁବନେଶ୍ୱର: ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ ଦୁଇ ଜଣ କଲେଜ ଛାତ୍ର ତଥା ଏବିଭିପି ସଦସ୍ୟଙ୍କ ଗିରଫ ପରେ ଏବିଭିପି ଓ ବିଜେପିର ମୁଖା ଖୋଲିଯାଇଛି ବୋଲି ବିଜୁ ଜନତା ଦଳ କହିଛି। ଘଟଣାରେ ଷଡ଼ଯନ୍ତ୍ର ଲୁଚି ରହିଛି ବୋଲି ବିଜୁ ଜନତା ଦଳ ପ୍ରଥମ ଦିନରୁ କହିଆସୁଥିଲା ଏବଂ ଏବିଭିପିର ଦୁଇ ସଦସ୍ୟଙ୍କ ଗିରଫ ପରେ, ଏହା ପ୍ରମାଣିତ ହେଲା। କିନ୍ତୁ, ଏହି ଷଡ଼ଯନ୍ତ୍ରରେ ବିଜେପିର କିଛି ନେତା ସମ୍ପୃକ୍ତ ଥିଲାବେଳେ, ଦୁଇ ଜଣ ଏବିଭିପି ସଦସ୍ୟଙ୍କୁ ଗିରଫ କରି ବିଜେପି ତାର ନେତାମାନଙ୍କୁ ଖସାଇ ଦେବାକୁ ଉଦ୍ୟମ କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ବିଧାୟକ ଶ୍ରୀ ଗୌତମବୁଦ୍ଧ ଦାସ, ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଓ ଦଳର ମୁଖପାତ୍ର ଇପ୍ସିତା ସାହୁ ସମଗ୍ର ଘଟଣାରେ ବ୍ୟବସ୍ଥାଗତ ବିଫଳତାକୁ ଦାୟୀ କରି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ। ଶ୍ରୀ ଗୌତମବୁଦ୍ଧ ଦାସ କହିଥିଲେ, ଜଣେ ଅଧ୍ୟାପକ ଛାତ୍ରୀ ଜଣଙ୍କୁ ଯୌନ ଅନୁଗ୍ରହ ମାଗିବା ପରେ, ସେ ନ୍ୟାୟ ପାଇଁ ସଙ୍ଘର୍ଷ କରୁଥିବା ବେଳେ, ଏବିଭିପି ଓ ବିଜେପି ନେତା ମାନେ ତାକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିଥିଲେ। ଏହି ଘଟଣାରେ ବିଜେପି ଷଡଯନ୍ତ୍ରକାରୀ ଓ ଏବିଭିପି ହତ୍ୟାକାରୀ ଭୂମିକା ନିର୍ବାହ କରିଛନ୍ତି। କଲେଜ ନିର୍ବାଚନ ହେବ ବୋଲି ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା ହେବା ପରେ ଏବିଭିପିର ସଂଗଠନ ଦୁର୍ବଳ ଥିବାରୁ, ଏହି ଘଟଣାକୁ ବ୍ୟବହାର କରି ସଂଗଠନ ଶକ୍ତି ବୃଦ୍ଧି ପାଇଁ ଷଡ଼ଯନ୍ତ୍ର ରଚନା ହୋଇଥିଲା। ଷଡ଼ଯନ୍ତ୍ରର ଅଂଶ ଭାବେ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ଆତ୍ମାହୂତି ଦେବା ପାଇଁ ଉସୁକା ଯାଇଥିଲା। ରାଜନୈତିକ ଫାଇଦା ହାସଲ ପାଇଁ ଭୟଙ୍କର ଷଡ଼ଯନ୍ତ୍ର ରଚିବାରେ, ଏହି ଘଟଣା ନୂଆ କୀର୍ତ୍ତିମାନ ସ୍ଥାପନ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୁଃଖ ଓ ପରିତାପର ବିଷୟ ଷଡ଼ଯନ୍ତ୍ରରେ ସ୍ଥାନୀୟ ବିଜେପି ନେତାମାନଙ୍କ ଭୂମିକା ମଧ୍ୟ ସନ୍ଦେହଘେରରେ ରହିଛି, ଯେଉଁ ଦିଗକୁ କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ସ୍ପର୍ଶ କରିନାହିଁ। ସୌମ୍ୟାଶ୍ରୀ ନ୍ୟାୟ ପାଇବା ପାଇଁ ସ୍ଥାନୀୟ ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହଯୋଗ ଲୋଡ଼ିଥିଲେ ମଧ୍ୟ ସେ ତାଙ୍କୁ ଆବଶ୍ୟକୀୟ ସହଯୋଗ ପ୍ରଦାନ କରିନଥିଲେ। ଶ୍ରୀ ଷଡ଼ଙ୍ଗୀ ଉପଯୁକ୍ତ ସହଯୋଗ କରିଥିଲେ, ଏଭଳି ଅଘଟଣ ଘଟିନଥାନ୍ତା। କ୍ରାଇମବ୍ରାଞ୍ଚ ଶ୍ରୀ ଷଡ଼ଙ୍ଗୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ପାଇଁ ବିଜୁ ଜନତା ଦଳ ଦାବି କରିଆସୁଛି। ଏବିଭିପିର ସମ୍ପୃକ୍ତି ସ୍ପଷ୍ଟ ହୋଇଥିବା ବେଳେ, ଶ୍ରୀ ଷଡ଼ଙ୍ଗୀ ଓ ଅନ୍ୟ ବିଜେପି ନେତାଙ୍କ ସମ୍ପୃକ୍ତି ମଧ୍ୟ ସନ୍ଦେହଘେରକୁ ଆସିଯାଇଛି।

ଦେବୀ ରଞ୍ଜନ ତ୍ରିପାଠୀ କହିଥିଲେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ଏବିଭିପି କାର୍ଯ୍ୟକ୍ରମରେ, ଚଳିତ ବର୍ଷ କଲେଜ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରିବା ସହିତ ଏଥିପାଇଁ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଥିଲେ। ଛାତ୍ର ସଂଗଠନକୁ ମଜବୁତ କରିବା ପାଇଁ ଏଫଏମ କଲେଜରେ ରଚାଯାଇଥିଲା ଏକ ଘୃଣ୍ୟ ଷଡ଼ଯନ୍ତ୍ର, ଯାହାର ପରିଣାମ ସ୍ୱରୂପ ସୌମ୍ୟାଶ୍ରୀ ଭଉଣୀଙ୍କ ପରି ଏକ ମୂଲ୍ୟବାନ ଜୀବନ ଚାଲିଗଲା। ଆଜି ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମହିଳାମାନେ ଅସୁରକ୍ଷିତ, ପରିସ୍ଥିତି ଅଣାୟତ୍ତ, ସରକାର ଭୟଭିତ। ଏହି ପରିସ୍ଥିତିରେ କେବଳ ଦୁଇ ଜଣ ଏବିଭିପି ସଦସ୍ୟଙ୍କୁ ବଳି ପକାଇ ସରକାର ବିଜେପି ନେତା ମାନଙ୍କୁ ଖସାଇ ଦେବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ, ସୌମ୍ୟାଶ୍ରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଲଢେଇ ଜାରି ରଖିବ।

ଶ୍ରୀମତୀ ଇପ୍ସିତା ସାହୁ କହିଥିଲେ, ଜ୍ଞାନ ଚରିତ୍ର ଓ ଏକତା ଭଳି ଆଦର୍ଶର ପାଠ ପଢାଇ ଆସୁଥିବା ଏବିଭିପିର ଅସଲ ମୁଖା ଆଜି ଖୋଲିଯାଇଛି। ରାଜନୈତିକ ସ୍ୱାର୍ଥ୍ୟ ହାସଲ କରିବା ପାଇଁ ଏବିଭିପି ଓ ବିଜେପି ନେତାମାନେ ଭଉଣୀ ସୌମ୍ୟାଶ୍ରୀକୁ ମୋହରା ବନେଇ ଦେଇଛନ୍ତି। ଯେତେବେଳେ, ସୌମ୍ୟାଶ୍ରୀ ୯୦%ରୁ ଊର୍ଦ୍ଧ୍ବ ପୋଡି ହୋଇ ଏମ୍ସ ଭୁବନେଶ୍ୱରରେ ଭର୍ତ୍ତି ହୋଇଥିଲେ, ସେତେବେଳେ ଏବିଭିପିର ସଦସ୍ୟମାନେ ବିରୋଧୀ ଦଳର ବିଧାୟକ ଓ ନେତା ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ଭିତରକୁ ଯିବାକୁ ଦେଉ ନଥିଲେ। ଏବିଭିପି ଓ ବିଜେପିର ନେତାଙ୍କ ସମ୍ପୃକ୍ତି ଏଥିରେ ସ୍ପଷ୍ଟ ହୋଇଛି। କେବଳ ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରି କେସ୍‌କୁ ରଫାଦଫା କରିଦେବା ପାଇଁ ଉଦ୍ୟମ କରୁଛନ୍ତି ସରକାର। ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଗିରଫ ହେବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଲଢେଇ ଜାରି ରଖିବ।

Previous Post

୭ ତାରିଖରେ ପୁରୀ ଜିଲ୍ଲାରେ ବିଜେଡି କରିବ ୬ ଘଣ୍ଟିଆ ହରତାଳ

Next Post

ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା -୨୦୨୫ :କିଟ୍‍ର ପଦକ ବିଜେତା ଖେଳାଳିଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

FNN WEB

FNN WEB

Next Post
ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା -୨୦୨୫ :କିଟ୍‍ର ପଦକ ବିଜେତା ଖେଳାଳିଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା -୨୦୨୫ :କିଟ୍‍ର ପଦକ ବିଜେତା ଖେଳାଳିଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.