• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଅନ୍ତର୍ଜାତୀୟ

ପଞ୍ଚମ ଟେଷ୍ଟରେ ଭାରତର ରୋମାଞ୍ଚକର ବିଜୟ: ସିରିଜ ଡ୍ର

FNN WEB by FNN WEB
August 4, 2025
in ଅନ୍ତର୍ଜାତୀୟ, ଖେଳକୁଦ, ଜାତୀୟ, ମୁଖ୍ୟ ଖବର
0
ପଞ୍ଚମ ଟେଷ୍ଟରେ ଭାରତର ରୋମାଞ୍ଚକର ବିଜୟ: ସିରିଜ ଡ୍ର
0
SHARES
0
VIEWS

ଓଭାଲ: ଲଣ୍ଡନର କେନିଂଟନ୍ ଓଭାଲରେ ଅନୁଷ୍ଠିତ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ମହମ୍ମଦ ସିରାଜଙ୍କ ଅସାଧାରଣ ବୋଲିଂ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସହାୟତାରେ ଭାରତ ମାତ୍ର ୬ ରନରେ ଏକ ଐତିହାସିକ ବିଜୟ ହାସଲ କରି ସିରିଜକୁ ୨-୨ରେ ସମାନ କରିଛି। ଇଂଲଣ୍ଡ ଆଗରେ ୩୭୪ ରନ୍ ଟାର୍ଗେଟ ଦେଇଥିଲା ଗିଲ୍ ବାହିନୀ। ଜବାବରେ ୩୬୭ ରନରେ ଅଲଆଉଟ୍ ହେଲା ଇଂଲଣ୍ଡ। ଶେଷ ଦିନରେ ଜିତିବା ପାଇଁ ଇଂଲଣ୍ଡକୁ ୩୫ ରନ୍ ଆବଶ୍ୟକ ଥିଲା। ଭାରତର ଦରକାର ଥିଲା ୪ ୱିକେଟ। ଉଭୟ ଟିମ୍ ହାତରେ ବିଜୟ ସମ୍ଭାବନା ଫିପଟି ଫିପଟି ଥିବା ବେଳେ ବାଜି ମାରିଲା ଭାରତ । ପୂରା ମ୍ୟାଚ୍‌ରେ ସିରାଜଙ୍କୁ ୯ ଓ ପ୍ରସିଦ୍ଧି କ୍ରିଷ୍ଣାଙ୍କୁ ୮ ୱିକେଟ୍‌ ମିଳିଛି । ୯ ୱିକେଟ ନେଇଥିବା ମହମ୍ମଦ ସିରାଜ ହେଲେ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ । ଇଂଲଣ୍ଡର ହାରି ବ୍ରୁକ୍‌ ପ୍ଲେୟାର ଅଫ୍‌ ଦ ସିରିଜ୍‌ ହୋଇଛନ୍ତି।

୫ମ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ ୧-୨ରେ ପଛରେ ରହିଥିଲା। ଶେଷ ଟେଷ୍ଟରେ ରୋମାଞ୍ଚ ଭରି ରହିଥିଲେ ହେଁ ଶେଷରେ ଭାରତ ବାଜି ମାରିନେଇଛି। ଏହି ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୨୨୪ ରନ କରିଥିବା ବେଳେ ଇଂଲଣ୍ଡ ୨୪୭ ରନ କରି ୨୩ ରନରେ ଅଗ୍ରଣୀ ହାସଲ କରିଥିଲା। ଭାରତର ପ୍ରଥମ ଇନିଂସରେ କରୁଣ ନାୟାରଙ୍କ ୫୭ ରନ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା, କିନ୍ତୁ ଇଂଲଣ୍ଡର ଗସ୍ ଆଟକିନସନଙ୍କ ୫/୩୩ ଫିଗର ଭାରତୀୟ ବ୍ୟାଟିଂ ଲାଇନଅପକୁ ଧ୍ୱସ୍ତ କରିଥିଲା। ଭାରତର ଦ୍ୱିତୀୟ ଇନିଂସରେ ଯଶସ୍ୱୀ ଜୟସୱାଲଙ୍କ ୧୧୮ (୧୬୪ ବଲ), ଆକାଶ ଦୀପଙ୍କ ୬୬ (୯୪ ବଲ), ରବୀନ୍ଦ୍ର ଜାଡେଜାଙ୍କ ୫୩ (୭୭ ବଲ) ଏବଂ ୱାଶିଂଟନ ସୁନ୍ଦରଙ୍କ ୫୩ (୪୬ ବଲ) ସହାୟତାରେ ଭାରତ ୩୯୬ ରନରେ ଅଲଆଉଟ ହୋଇଥିଲା। ଏହା ଇଂଲଣ୍ଡକୁ ୩୭୪ ରନର ଏକ ଚ୍ୟାଲେଞ୍ଜିଂ ଟାର୍ଗେଟ ଦେଇଥିଲା।

ଇଂଲଣ୍ଡ ଚତୁର୍ଥ ଇନିଂସରେ ବେନ ଡକେଟ (୫୪) ଓ ଜାକ କ୍ରଲେ (୧୪)ଙ୍କ ଦ୍ରୁତ ୫୦ ରନର ଓପନିଂ ଷ୍ଟାଣ୍ଡ ସହିତ ଭଲ ଆରମ୍ଭ କରିଥିଲା। କିନ୍ତୁ ସିରାଜଙ୍କ ଏକ ଘାତକ ୟର୍କର କ୍ରଲେଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲା। ଚତୁର୍ଥ ଦିବସରେ ହାରି ବ୍ରୁକ (୧୧୧) ଓ ଜୋ ରୁଟ (୧୦୫) ଶତକ ହାସଲ କରି ଇଂଲଣ୍ଡକୁ ଜିତାଇବାର ବାଟରେ ନେଇଥିଲେ। କିନ୍ତୁ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ (ରୁଟ ଓ ବେଥେଲ) ଓ ସିରାଜଙ୍କ ନିରନ୍ତର ଆକ୍ରମଣ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲା। ଅନ୍ତିମ ଦିବସରେ ଇଂଲଣ୍ଡ ୩୫୫/୮ରେ ଥାଇ ୧୯ ରନ ଦୂରରେ ପହଞ୍ଚିଥିଲା। ସିରାଜ ଜାମି ସ୍ମିଥ ଓ ଜାମି ଓଭରଟନଙ୍କୁ ଆଉଟ କରି ଇଂଲଣ୍ଡକୁ ୩୫୪/୮ରେ ପହଞ୍ଚାଇଥିଲେ। ପ୍ରସିଦ୍ଧ କ୍ରିଷ୍ଣା ଜୋଶ ଟଙ୍ଗଙ୍କ ଷ୍ଟମ୍ପ ଉଡ଼ାଇ ଭାରତକୁ ବିଜୟର ଏକ ଉଇକେଟ ଦୂରକୁ ଆଣିଥିଲେ। ଶେଷ ମୁହୂର୍ତ୍ତରେ ଗସ୍ ଆଟକିନସନ (୧୭) ଓ ଆହତ କ୍ରିସ ୱୋକ୍ସ (୦) କ୍ରିଜରେ ଥାଇ ଇଂଲଣ୍ଡକୁ ୩୬୭/୯ରେ ପହଞ୍ଚାଇଥିଲେ, ଯେତେବେଳେ ମାତ୍ର ୭ ରନ ଆବଶ୍ୟକ ଥିଲା। ଏହି ନିର୍ଣ୍ଣାୟକ ମୁହୂର୍ତ୍ତରେ ସିରାଜଙ୍କ ଏକ ଅଫ୍-ଷ୍ଟମ୍ପ ଭାଙ୍ଗିଦେଉଥିବା ୟର୍କର ପକାଇ ଆଟକିନସନଙ୍କୁ ଆଉଟ କରି ଭାରତକୁ ୬ ରନରେ ବିଜୟୀ କରାଇଥିଲେ।

ଦ୍ୱିତୀୟ ଇଂନିସରେ ସିରାଜ ୫ ୱିକେଟ ନେଇଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ୪ଟି ଓ ଆକାଶ ଦୀପ ଗୋଟିଏ ସଫଳତା ପାଇଛନ୍ତି। ଏହି ୫ ଟିକିଆ ଟେଷ୍ଟ ସିରିଜରେ ସିରାଜ ସବୁ ମ୍ୟାଚ ଖେଳିଥିବା ବେଳେ ୨୩ଟି ୱିକେଟ ଦଖଲ କରିଛନ୍ତି। ତାଙ୍କ ଠାରୁ ଅଧିକ ୱିକେଟ କୌଣସି ଖେଳାଳି ନେଇ ନାହାନ୍ତି। ସେହିପରି ୫ମ ଟେଷ୍ଟର ପ୍ରଥମ ଇନିଂସରେ ସିରାଜ ୪ ୱିକେଟ ନେଇଥିଲେ। ଉଭୟ ଇନଂସରେ ୯ଟି ୱିକେଟ ନେଇଥିବାରୁ ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଇଂଲଣ୍ଡ ପାଇଁ ପ୍ରଥମ ଇନିଂସରେ ୫୩ ଓ ଦ୍ୱିତୀୟ ଇନିଂସରେ ୧୧୧ ରନ କରିଥିବା ହ୍ୟାରୀ ବ୍ରୁକଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଛି। ଗିଲଙ୍କୁ ମଧ୍ୟ ମ୍ୟାନ ଅଫ ଦି ସିରିଜ ପୁରସ୍କାର ମିଳିଛି। ଉଭୟ ଟିମର ଜଣେ ଲେଖାଏ ଖେଳାଳି ମ୍ୟାନ ଅଫ ଦି ସିରିଜ ପୁରସ୍କାର ଜିତିଛନ୍ତି।

Previous Post

ସୁଭଦ୍ରା ହିତାଧିକାରୀଙ୍କ ସହିତ କଥା ହେଲେ ଉପମୁଖ୍ୟମନ୍ତ୍ରୀ

Next Post

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁକେଶ ମହାଲିଙ୍ଗ

FNN WEB

FNN WEB

Next Post
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁକେଶ ମହାଲିଙ୍ଗ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁକେଶ ମହାଲିଙ୍ଗ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.