ଭୁବନେଶ୍ବର: ବିଜୁ ଛାତ୍ର ଜନତା ଦଳ ପାଇଁ ନୂଆ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରାଯାଇଛି । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ନାଁ ଘୋଷଣା କରିଛନ୍ତି । ଏଥିରେ ୬ ଜଣ ନେତାଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି ନବୀନ। ଇପସିତା ସାହୁଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଦାୟିତ୍ବ ମିଳିଥିବାବେଳେ ଚିନ୍ମୟ ସାହୁଙ୍କୁ ଯୁବ ବିଜେଡି ସଭାପତି ଦାୟିତ୍ବ ପ୍ରଦାନ କରାଯାଇଛି। ୪ ଜଣ ନେତାଙ୍କୁ ଛାତ୍ର ବ୍ୟାପାର ଦାୟିତ୍ବ ଦେଇଛନ୍ତି ନବୀନ। ଦେବେଶ ଆଚାର୍ଯ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ହୋଇଥିବା ବେଳେ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ମିଳିଛି ସାଧାରଣ ସମ୍ପାଦକ ଦାୟିତ୍ବ । ସେହିପରି ଶୁଭାଶିଷ ଖୁଣ୍ଟିଆ ଏବଂ ସୌଭିକ ବିଶ୍ବାଳଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ବ ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ।














