ପାରାଦୀପ – ପ୍ରତିବର୍ଷ ପରି ଚଳିତ ବର୍ଷ ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ଜାତୀୟ କ୍ରୀଡା ଦିବସ ଅଗଷ୍ଟ ୨୯ ତାରିଖ ଶୁକ୍ରବାର ଦିନ ପାଳିତ ହୋଇଯାଇଛି l ଏହି ଅବସରରେ ସକାଳେ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋପବନ୍ଧୁ କ୍ରୀଡା ସଂସଦ (ଜିକେଏସ) ର କାର୍ଯ୍ୟକାରୀ ସଭାପତି ଡା. ଦୁର୍ଗା ପ୍ରସାଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଜର ଧ୍ୟାନଚାନ୍ଦ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଜାତୀୟ କ୍ରୀଡା ଦିବସ ର ଆଭିମୁଖ୍ୟ ଓ ମେଜର ଧ୍ୟାନଚାନ୍ଦ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବନ୍ଦର କ୍ରୀଡା ଉପଦେଷ୍ଟା ରବି ଦାସ, ବନ୍ଦର ହକି ଦଳର ଅଧିନାୟକ ବିଜୟ ଦାସ, ଜିକେଏସ ସମ୍ପାଦକ ଧୂନଚନ୍ଦ୍ର ତରାଇ ପ୍ରମୁଖ ଉପସ୍ଥିତ ରହି ମହାନ ହକି ଖେଳାଳି ଧ୍ୟାନଚାନ୍ଦ ଙ୍କ ଜୀବନୀ ଓ ହକି ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଅବସରରେ ଏକ ଗଣଦୌଡ଼ ର ଆୟୋଜନ କରାଯାଇଥିବା ବେଳେ ଗଲ୍ଫ ପଡିଆରେ ନିଅରେଷ୍ଟ ପିନ ଗଲ୍ଫ ପ୍ରତିଯୋଗିତାରେ ପାରାଦୀପ ଗଲ୍ଫ ଟିମ ଅଧିନାୟକ ଅକ୍ଷୟ ଚନ୍ଦ୍ର ସୁତାର ଏବଂ ଦୀପକ ଷଢଙ୍ଗୀ ଯୁଗ୍ମ ବିଜେତା ହୋଇଥିଲେ l ସେହିପରି କ୍ରୀଡା ଦିବସ ଉପଲକ୍ଷେ ବିଭିନ୍ନ ବର୍ଗରେ ଭଲିବଲ, ଫୁଟବଲ, ବିଲିୟାର୍ଡ଼ ଇତ୍ୟାଦି ମ୍ୟାଚ ଅନୁଷ୍ଠିତ ହୋଇଥିଲା l














