• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଇଣ୍ଡିଆ ଏଗେନ୍‌ଷ୍ଟ ନେଗେଟିଭିଟିର ଏକାଦଶ ସଂସ୍କରଣ ଅନୁଷ୍ଠିତ

FNN WEB by FNN WEB
September 1, 2025
in ଓଡ଼ିଶା, ମୁଖ୍ୟ ଖବର
0
ଇଣ୍ଡିଆ ଏଗେନ୍‌ଷ୍ଟ ନେଗେଟିଭିଟିର ଏକାଦଶ ସଂସ୍କରଣ ଅନୁଷ୍ଠିତ
0
SHARES
2
VIEWS

ନକରାତ୍ମକତା ବିରୋଧରେ ଏକଜୁଟ ପାଇଁ ଆହ୍ୱାନ

ଭୁବନେଶ୍ୱର : ଇଣ୍ଡିଆ ଏଗେନ୍‌ଷ୍ଟ ନେଗେଟିଭିଟି (ଆଇଏଏନ୍‍)ର ଏକାଦଶ ସଂସ୍କରଣ ରବିବାର ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ସଂସଦୀୟ କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ଭାରତରେ ଅବସ୍ଥାପିତ ରୁଆଣ୍ଡା ଉଚ୍ଚାୟୁକ୍ତ ଜାକଲିନ୍‍ ମୁକାଙ୍ଗିରା, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‍ ଏମ୍‍ ଏମ୍‍ ଦାସ, ଜଷ୍ଟିସ୍‍ ବି ପି ଦାସ, ଓଡ଼ିଶା ମାନବାଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ୍‍ ଶତ୍ରୁଘ୍ନ ପୂଜାରୀ, ଉଚ୍ଚତମ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର, ଓଡ଼ିଶାର ପୂର୍ବତନ ମହାଅଧିବକ୍ତା ଅଶୋକ ପରିଜା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ୍‍ ଅନଙ୍ଗ କୁମାର ପଟ୍ଟନାୟକ ଓ ଜଷ୍ଟିସ୍‍ ଏନ୍‍ ସନ୍ତୋଷ ହେଗଡ଼େ ଭର୍ଚୁଆଲ୍‍ରେ ଯୋଗଦେଇଥିଲେ । ଡ. ବି. ଆର୍‍ ଆମ୍ବେଦକର ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଘଣ୍ଟ ଚକ୍ରପାଣି, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ପି ଶେଷାଦ୍ରି, ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ସମ୍ପାଦକ ଅଶୋକ ଶ୍ରୀବାସ୍ତବ, ଦକ୍ଷିଣ ଭାରତର ପ୍ରକାଶକ ଦେବେନ୍ଦ୍ର ଶର୍ମା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ କୁଲସ୍ତେ କହିଲେ, ନାନା ବାଧାବିଘ୍ନ ସତ୍ତ୍ୱେ ଅଚ୍ୟୁତ ସାମନ୍ତ ସମାଜର ଅବହେଳିତ ବର୍ଗ ବିଶେଷ କରି ଜନଜାତିଙ୍କ ବିକାଶ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି । ଏହା ତାଙ୍କର ସକରାତ୍ମକ ମନୋଭାବର ପରିଚାୟକ ବୋଲି ସେ କହିଥିଲେ । ସାପ୍ତାହିକ ଦି ଅର୍ଗାନାଇଜରର ସମ୍ପାଦକ ପ୍ରଫୁଲ୍ଲ କେଟ୍‍କର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ବିଶ୍ୱକୁ ସକରାତ୍ମକତାର ଦାନ ହେଉଛି ଭାରତ । ଭିନ୍ନତା ମଧ୍ୟରେ ଐକ୍ୟତା ହେଉଛି ଭାରତର ସକାରତ୍ମକତାର ବୈଶିଷ୍ଟ୍ୟ । ସକରାତ୍ମତାର ମୂଳ ଆଧାର ହେଉଛି ଭାରତ । ଏହାକୁ ବଜାୟ ରଖିବା ପାଇଁ ସମସ୍ତ ଭାରତୀୟ ପ୍ରୟାସ ଜାରି ରହିବା ଉଚିତ ବୋଲି ସେ କହିଥିଲେ ।

ଶ୍ରୀମତୀ ମୁକାଙ୍ଗିରା କହିଲେ, ବ୍ୟକ୍ତି ସମ୍ମାନ, ସୁରକ୍ଷା ଦିଗରେ ଅହିଂସା ହେଉଛି ସର୍ବୋତ୍ତମ ମାର୍ଗ । ଆମେ ମହାତ୍ମା ଗାନ୍ଧୀଙ୍କଠାରୁ ଏହି ଅହିଂସା ନୀତି ଶିକ୍ଷା କରିଛୁ । ନକରାତ୍ମକତା କିଛି ନୂଆ କଥା ନୁହେଁ ବୋଲି ଜଷ୍ଟିସ୍‍ ପୂଜାରୀ କହିଥିଲେ । ମହାଭାରତ ସମୟରୁ ନକରାତ୍ମକତା ରହିଆସିଛି । ତେବେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଏହି ଚ୍ୟାଲେଞ୍ଜକୁ ଆମେ ସାହସିକତାର ସହ ସାମନା କରିବା ଉଚିତ ବୋଲି ସେ କହିଥିଲେ । ଜଷ୍ଟିସ୍‍ ଏମ୍‍ ଏମ୍‍ ଦାସ ନିଜ ବକ୍ତବ୍ୟରେ ସାମାଜିକ ଗଣମାଧ୍ୟମ ନକରାତ୍ମତା ଧାରାକୁ ବଢ଼ାଉଛି ବୋଲି କହିଥିଲେ । ଏ କ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ଅପବ୍ୟବହାର ନେଇ ସେ ଉଦ୍‍ବେଗ ପ୍ରକାଶ କରିଥିଲେ । ନକରାତ୍ମକ ଶକ୍ତି ବିରୋଧରେ ସମସ୍ତେ ଦୃଢ଼ତାର ସହ ଏକଜୁଟ ହେବାକୁ ସେ ଆହ୍ୱାନ ଦେଇଥିଲେ । ଜଷ୍ଟିସ୍‍ ବି ପି ଦାସ କହିଲେ, ଆମେ ନକରାତ୍ମକତା ଭଳି ଛୋଟ ଚିନ୍ତାଧାରାକୁ ଗୁରୁତ୍ୱ ଦେବା ଉଚିତ ନୁହେଁ ଏବଂ ସମସ୍ତେ ଏକାଠି ହୋଇ ରାଷ୍ଟ୍ରଗଠନ ଦିଗରେ କାର୍ଯ୍ୟ କରିବା ଉଚିତ । ଜଷ୍ଟିସ୍‍ ହେଗଡ଼େ ଡ. ସାମନ୍ତଙ୍କ ଏହି ପ୍ରୟାସକୁ ପ୍ରଶଂସା କରି କହିଲେ, ଜନଜାତିଙ୍କ ଉତ୍ଥାନ ଦିଗରେ ଶ୍ରୀ ସାମନ୍ତ ଅବିରତ କାର୍ଯ୍ୟ କରିବା ହେଉଛି ସକରାତ୍ମକତାକୁ ପ୍ରୋତ୍ସାହିତ କରିବା । ବର୍ତ୍ତମାନ ସମୟରେ ଇଣ୍ଡିଆ ଏଗେନ୍‍ଷ୍ଟ ନେଗେଟିଭିଟିକୁ ସମଗ୍ର ଦେଶରେ ଏକ ଆନ୍ଦୋଳନ ଭାବେ ଗଢି ତୋଳିବାର ଆବଶ୍ୟକତା ଅଛି ବୋଲି ଜଷ୍ଟିସ୍‍ ପଟ୍ଟନାୟକ ମତ ପ୍ରକାଶ କରିଥିଲେ । ନକରାତ୍ମକତା ଦୂର ପାଇଁ ସମସ୍ତଙ୍କ ମଧ୍ୟରେ ସୁସମ୍ପର୍କ ବଜାୟ ରଖିବାକୁ ସେ କହିଥିଲେ । ନକରାତ୍ମକତା ଯୋଗୁଁ ସମାଜରେ ସମନ୍ୱୟ ବାଧାପ୍ରାପ୍ତ ହେଉଛି । ତେଣୁ ଭାରତ ସାମାଜିକ ଗଣମାଧ୍ୟମ ଏବଂ ବାହାରେ ନକରାତ୍ମକତା ବିରୋଧରେ ଏକ ଅଭିଯାନ ଚଳାଇବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଶ୍ରୀ ଶ୍ରୀବାସ୍ତବ କହିଲେ, ନକରାତ୍ମକତା ବିଶେଷ କରି ପାଇଁ ଗଣମାଧ୍ୟମ ଦ୍ୱାରା ପ୍ରସାର ଲାଭ କରୁଛି । ଏଥିପାଇଁ ଆମେ ସମସ୍ତେ ଦାୟୀ । ସାଧାରଣ ଜନତା ଚାହିଁଲେ ଏହାକୁ ପରିବର୍ତ୍ତନ କରିପାରିବେ ବୋଲି ସେ କହିଥିଲେ । ଶ୍ରୀ ଶେଷାଦ୍ରି ସମସ୍ତଙ୍କୁ ନକରାତ୍ମକ ଚିନ୍ତାଧାରାରୁ ଦୂରେଇ ରହି ସକରାତ୍ମକ ଭାବନା ନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରଫେସର ଚକ୍ରପାଣି ତାଙ୍କ ବକ୍ତବ୍ୟରେ ସାମାଜିକ ଗଣମାଧ୍ୟମ ଓ ପାରମ୍ପରିକ ଗଣମାଧ୍ୟମ ସମାଜରେ ନକରାତ୍ମ ଭୂମିକା ଗ୍ରହଣ କରୁଛି ବୋଲି କହିଥିଲେ । ସେ କହିଲେ, ଆମ ସମସ୍ତଙ୍କୁ ମନେ ରଖିବାକୁ ହେବ ଯେ, ଆମର ସମ୍ବିଧାନ ହେଉଛି ଆମ ରାଷ୍ଟ୍ର ପାଇଁ ଏକ ସକରାତ୍ମକ ଦଲିଲ । ଶ୍ରୀ ଶର୍ମା କହିଲେ, ଆମେ ଭଲ କହିବା, ଭଲ ଚିନ୍ତା କରିବା ଏବଂ ସକରାତ୍ମକ ଲୋକଙ୍କ ସହ ମିଶିବା ଉଚିତ । ଏହା ହେଲେ ସକରାତ୍ମକତା ବୃଦ୍ଧି ପାଇଥାଏ । କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ, ଆଇଏଏନ୍‍ ହେଉଛି ରାଷ୍ଟ୍ର ନିର୍ମାଣ ଦିଗରେ ଉଦ୍ଦେଶ୍ୟମୂଳକ, ପ୍ରଗତିଶୀଳ ଏବଂ ସକ୍ରିୟ କାର୍ଯ୍ୟ ମାଧ୍ୟମରେ ସକାରାତ୍ମକତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପରିବର୍ତ୍ତନକାରୀ ନାଗରିକ-ସମାଜ ଆନ୍ଦୋଳନ । ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରଥମ ଥର ପାଇଁ, କୃତ୍ରିମ ଏଆଇ ସହାୟତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଆଇ ଆଙ୍କର ‘କିରଣ’ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଆଇଏଏନ୍‍ ମୁଖପତ୍ର ଉନ୍ମୋଚିତ ହୋଇଥିବା ବେଳେ ଏକ ଉତ୍ସର୍ଗୀକୃତ ୱେବସାଇଟ୍ ଉନ୍ମୋଚନ କରାଯାଇଥିଲା ।

Previous Post

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ

Next Post

ସାର ଯୋଗାଣରେ ବ୍ୟତିକ୍ରମ ସ୍ପଷ୍ଟ: ବିଜେଡି

FNN WEB

FNN WEB

Next Post
ସାର ଯୋଗାଣରେ ବ୍ୟତିକ୍ରମ ସ୍ପଷ୍ଟ: ବିଜେଡି

ସାର ଯୋଗାଣରେ ବ୍ୟତିକ୍ରମ ସ୍ପଷ୍ଟ: ବିଜେଡି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.