• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବିରୋଧୀ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ ପଟ୍ଟନାୟକ

FNN WEB by FNN WEB
May 6, 2024
in ଓଡ଼ିଶା, ମୁଖ୍ୟ ଖବର, ରାଜନୀତି
0
ବିରୋଧୀ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ ପଟ୍ଟନାୟକ
0
SHARES
0
VIEWS

ନୂଆପଡ଼ା: ବିରୋଧୀ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଏଭଳି କହିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭବାନୀପାଟଣା ପରେ ଖରିଆରରେରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକଥା କହିଛନ୍ତି। ବିରୋଧୀ ଦଳ ସବୁବେଳେ ମିଛ କହୁଛନ୍ତି, ସେମାନେ କୁମ୍ଭୀର କାନ୍ଧଣା କାନ୍ଦୁଛନ୍ତି ବୋଲି କହିଥିଲେ। ବିଏସ୍‌କେ୍‌ଓ୍ବାଇ କାର୍ଡ, ମିଶନ ଶକ୍ତି, ଲକ୍ଷ୍ମୀ ବସ୍‌ ଯୋଜନା, କାଳିଆ ଯୋଜନା, ମଧୁବାବୁ ପେନ୍‌ସନ୍‌ ଯୋଜନା, ଛାତ୍ରୀଛାତ୍ରଙ୍କୁ ସ୍କଲାରଶିପ୍‌ ଆଦି ଭଲ କି ବୋଲି ମୁଖ୍ୟମନ୍ତ୍ରୀ କଳାହାଣ୍ଡିବାସୀଙ୍କୁ ପଚାରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସଭାରେ ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସହ ଦଳୀୟ ଲୋକ ସଭା ପ୍ରାର୍ଥୀ ଲମ୍ବୋଦର ନିଆଲ, ଜୁନାଗଡ଼ ବିଧାୟକ ପ୍ରାର୍ଥୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ ପୁଷ୍ପେନ୍ଦ୍ର ସିଂଦେଓ, ଲାଞ୍ଜିଗଡ଼ ପ୍ରଦୀପ ଦିଶାରୀ, ନର୍ଲା ମନୋରମା ମହାନ୍ତି,ଭବାନୀପାଟଣା ଲଳିତା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ଏଥି ସହିତ ବିଜେପି ବାରମ୍ବାର କହୁଥିବା ଡବଲ ଇଞ୍ଜିନ ସରକାରକୁ ତାତ୍ସଲ୍ୟ କରି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଦେଶର ନମ୍ବର ୧ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ହିଁ କେବଳ ରାଜ୍ୟକୁ ଦେଶର ୧ ନମ୍ବର ରାଜ୍ୟ କରିପାରିବେ । ବିଜେପି ଯେଉଁ ଡବଲ ଇଞ୍ଜିନ୍ କଥା କହୁଛି ତାହା କିଛି କାମ ଦେବନି । କାରଣ ଯେଉଁ ଯେଉଁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ହୋଇଛି ସେସବୁ ରାଜ୍ୟ ୨୦ ବର୍ଷ ତଳକୁ ଖସିଯାଇଛନ୍ତି । ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ହିମାଚଳପ୍ରଦେଶ, କର୍ଣ୍ଣାଟକ ଆଦି ରାଜ୍ୟ ଏହାର ଉଦାହରଣ । ଏସବୁ ରାଜ୍ୟରେ ଲୋକେ ଡବଲ ଇଞ୍ଜିନ ଗାଡି ଉପରେ ଭରସା କରି ତେଲ ପକାଇଥିଲେ । ହେଲେ ଦୁର୍ଭାଗ୍ୟ , ଡବଲ ଇଞ୍ଜିନ ଗାଡିରେ ଅଧାରେ ତେଲ ସରିଗଲା ଆଉ ଗାଡି ଅଟକିଗଲା। କିନ୍ତୁ ଓଡ଼ିଶାରେ ଲୋକଙ୍କ ଆପଣଙ୍କ ଆଶୀର୍ବାଦରେ ବିଜେଡି ଇତିହାସ ରଚିବ। ନବୀନ ବାବୁଙ୍କ ଗ୍ୟାରେଣ୍ଟି କେବେ ଫେଲ ମାରିବନି କି ନବୀନ ଇଞ୍ଜିନରେ କେବେ ତେଲ ସରିବ ନାହିଁ।

ରାଜ୍ୟ ଭାଜପା ପ୍ରକାଶ କରିଥିବା ଇସ୍ତାହାରକୁ ନେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଟାର୍ଗେଟ କରିଛନ୍ତି। ଭାଜପା ଇସ୍ତାହାରରେ ଧାନର ସହାୟକ ମୂଲ୍ୟ ୩୦୦୦ଟଙ୍କାକୁ ବୃଦ୍ଧି ଓ ଭତ୍ତାକୁ ୩୦୦୦ ଟଙ୍କାକୁ ବୃଦ୍ଧି ନିମନ୍ତେ ପ୍ର୍ରତିଶ୍ରୁତିକୁ କଟାକ୍ଷ କରି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ, ଏହା କେବଳ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଓ ଠକିବାର ଗ୍ୟାରେଣ୍ଟି। ନିର୍ବାଚନ ସମୟରେ ଚାଷୀ ଓ ଗରିବଙ୍କ କଥା କେମିତି ମନେ ପଡ଼ିଲା। ଏଥିରେ ଧାନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୦୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ମାତ୍ର ଗତ ୧୦ ବର୍ଷ ଧରି ସେମାନେ କ୍ଷମତାରେ ଥିଲେ, ସେତେବେଳେ କ’ଣ ଶୋଇଥିଲେ। ଯଦି ଏମ୍‌ଏସ୍‌ପି ୩୦୦୦ ଟଙ୍କା କରିବାର ଥିଲା, ତେବେ ଆଗରୁ କାହିଁକି କଲେ ନାହିଁ। ନିର୍ବାଚନ ଆସିବା ବେଳକୁ ଚାଷୀଙ୍କ କଥା ମନେ ପଡ଼ୁଛି, ଅନୁରୂପଭାବେ ନିର୍ବାଚନ ଇସ୍ତାହାରରେ ଭତ୍ତା ୩୦୦୦ ଟଙ୍କା ଦେବାକୁ କହୁଛନ୍ତି। ମାତ୍ର ବିଡ଼ମ୍ବନା ହେଉଛି ‘ଡବଲ ଇଞ୍ଜିନ’ ସରକାର ଭତ୍ତା ଦେଉଛନ୍ତି ମାତ୍ର ୩୦୦ ଟଙ୍କା, ଅନ୍ୟପକ୍ଷରେ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର ୧୦୦୦ ଟଙ୍କା ପ୍ରଦାନ କରୁଛନ୍ତି। ୬ ମାସ ପୂର୍ବରୁ ଭତ୍ତା ୩୦୦୦ ଟଙ୍କାକୁ ବଢ଼଼ାଇଥିଲେ କ’ଣ ଅସୁବିଧା ହୋଇଥାଆନ୍ତା। ବାସ୍ତବରେ ଏହା କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଓ ଠକିବା ପାଇଁ ଭାଷଣବାଜି। ଆମ ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ପାଇଁ ଚିନ୍ତା କରନ୍ତି। ଓଡ଼ିଶାର ଚାଷୀ, ଯୁବକ, ମହିଳାଙ୍କ ବିକାଶ କଥା ମୁଖ୍ୟମନ୍ତ୍ରୀ ସବୁବେଳେ ଚିନ୍ତା କରିଆସିଛନ୍ତି। ଆପଣଙ୍କ ସୁଖଦୁଃଖରେ ଠିଆ ହୋଇଥାଆନ୍ତି। ସେ ଭୋଟ ପାଇଁ କେବେ କାମ କରନ୍ତି ନାହିଁ। ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତାହା ହିଁ କରନ୍ତି। ‘ନବୀନ ଇଞ୍ଜିନ’ ଗ୍ୟାରେଣ୍ଟି ଅସରନ୍ତି ବୋଲି ପାଣ୍ଡିଆନ କହିଛନ୍ତି।

Previous Post

ଜୁନ ୯ରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ : କାର୍ତ୍ତିକ ପାଣ୍ଡିଆନ

Next Post

ଭୁବନେଶ୍ବର ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

FNN WEB

FNN WEB

Next Post
ଭୁବନେଶ୍ବର ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.