ଶିଳ୍ପ ବିଭାଗର ଗ୍ରାଉଣ୍ଡ ବ୍ରେକିଂ କାର୍ଯ୍ୟକ୍ରମ
୫୦ ହଜାର ମେଟ୍ରିକ ଟନ ମକା ଖର୍ଦ୍ଦୀ କରିବୁ: ପରିଚାଳନା ନିର୍ଦ୍ଦେଶକ
କଟକ:ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓୟୁଏଟି ସ୍ଥିତ କନ୍ଭେନସନ ସେଣ୍ଟର ଠାରେ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ୧୨ଟି ଜିଲ୍ଲାରେ ସମୁଦାୟ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ କଟକ ଜିଳ୍ଲାର ମସଲା ଓ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଭାରତ ମସଲା କମ୍ପାନୀର ଏକ ନୂତନ ୟୁନିଟର ଭିତ୍ତପ୍ରସ୍ତର ସ୍ଥାପନା କରିଛନ୍ତି। କୃଷି ଓ କୃଷକ ମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଆସୁଥିବା ଭାରତ ମସଲା କମ୍ପାନୀ ମକା ଚାଷୀ ମାନଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିବାକୁ ଯାଉଛି। ଏହା ଦ୍ବାରା ଓଡ଼ିଶାର ଶିଳ୍ପ ଇତିହାସରେ କମ୍ପାନୀ ଆଉ ଏକ ସ୍ୱର୍ଣ୍ଣିମ ଇତିହାସ ଅଧ୍ୟାୟ ଯୋଡିଛି। ଆମ ରାଜ୍ୟରେ ଗଞ୍ଜାମ, କୋରାପୁଟ, ରାୟଗଡ଼ା ମାଲକାନଗିରି, କଳାହାଣ୍ଡି, ଭଳି ଜିଲ୍ଲା ଗୁଡ଼ିକ ମକା ଉତ୍ପାଦନ ପାଇଁ ଅନୁକୂଳ ହୋଇଥଲା ବେଳେ ଏହାର ଅଭାବୀ ବିକ୍ରୀ ସାଙ୍ଗକୁ ଚାଷୀମାନେ ମଧ୍ୟ ଚାଷ ପାଇଁ ଉପଯୁକ୍ତ ସହଯୋଗ ପାଇ ପାରୁ ନାହାନ୍ତି। ଫଳରେ ଉତ୍ପାଦନ ମଧ୍ୟ କମ ହେଉଛି। ଏହି ଅସୁବିଧାକୁ ଉପଲବ୍ଧ କରି ସରକାରଙ୍କ ସହଯୋଗରେ ଆମ କମ୍ପାନୀ ୫୦ ହଜାର ମେଟ୍ରିକ ଟନ ମକା ଚାଷୀଙ୍କ ଠାରୁ ସିଧାସଳଖ ଖର୍ଦୀ କରିବାକୁ ଯୋଜନା ରଖିଛି ବୋଲି ଭାରତ ମସଲା କମ୍ପାନିର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା କହିଛନ୍ତି। ରାଜ୍ୟରେ ମାତ୍ର ଦୁଇରୁ ତିନି ମେଟ୍ରିକ ଟନ ବର୍ତ୍ତମାନ ମକା ଅମଳ ହେଉଥିବାବେଲେ ଆମର ଆବଶ୍ୟକତା ଚାଷୀଙ୍କୁ ଚାଷ କରିବାକୁ ଯଥେଷ୍ଟ ମନୋବଳ ବୃଦ୍ଧି କରାଇବ। ଏପରିକି ଆମ କମ୍ପାନୀ ଯେତିକି ପରିମାଣରେ କର୍ନଫ୍ଲୋର ଉତ୍ପାଦନ କରିବ ତାହା ଆମ ରଜ୍ୟରେ ଆବଶ୍ୟକତାରୁ ଯଥେଷ୍ଟ ଅଧିକ ହେବ ବୋଲି ଶ୍ରୀ ପଣ୍ଡା ଦୃଢୋକ୍ତି ପ୍ରକାଶ କରିଛନ୍ତି। ପୁର୍ବରୁ କମ୍ପାନୀ ଲଙ୍କା, ହଳଦୀ ,ଅଦା ଓ ଟମାଟୋ ଚାଷ କରୁଥିବା ଚାଷୀ ମାନଙ୍କୁ ସହଯୋଗର ହାତ ବଢେଇ ଅଭାବୀ ବିକ୍ରୀ କୁ ଏଡ଼ାଇବା ସହ ମିଡିଲମ୍ୟାନ୍ ପ୍ରଥାକୁ ଅନେକାଂଶରେ ରୋକି ପାରିଥିବା ସେ କହିଥିଲେ।ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ , ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା,ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ , ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ଦକ୍ଷତା ବିକାଶ ବିଭାଗର କମିଶନର ତଥା ସଚିବ ଶ୍ରୀ ଭୁପେନ୍ଦ୍ର ସିଂ ପୁନିଆ ଉପସ୍ଥିତିରେ ଭାରତ ମସଲା କମ୍ପାନିର କର୍ନଫ୍ଲୋର୍ ୟୁନିଟ୍ ର ଶିଳାନ୍ୟାସ କରାଯାଇଛି। ଶିଳ୍ପ କ୍ଷେତ୍ରରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭାରତ ମସଲା କମ୍ପାନିର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ଏହି ଗ୍ରାଉଣ୍ଡ ବ୍ରେକିଙ୍ଗ ମହୋତ୍ସବରେ ଶିଳ୍ପ ସଂକ୍ରାନ୍ତୀୟ ଅନେକ ପ୍ରସଙ୍ଗରେ ପଚାରି ବୁଝିଥିଲେ।ଏହି ଅବସରରେ ବାରଙ୍ଗସ୍ଥିତ ରାମଦାସ ପୁର ଭାରତ ମସଲା କମ୍ପାନୀ ପରିସରରେ ତହସିଲଦାର ଡ଼କ୍ଟର ତୁଷାର ଜ୍ୟୋତି ରଞ୍ଜନ, ଡିପାର ଏଆଇଇ ସ୍ଵପ୍ନା ଦାସ,ପରିଚାଳନା ନିର୍ଦ୍ଦେଶକ ଶୁଶାନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ ଶ୍ରୀମନ୍ତ ପଣ୍ଡା,ଦିଗନ୍ତ ପଣ୍ଡା, ଏସ ଏନ ମିଲେନିୟମ, ଆଶୁତୋଷ ପଣ୍ଡା ,ଜିଏମ ଅଶ୍ଵିନୀ ଦାସ, ଜିଏମ୍ ଅପରେସନ ଅରୁଣ ନାୟକ,ଜିଏମ୍ ପ୍ରଡକ୍ସନ ନବକୃଷ୍ଣ ପ୍ରଧାନ ପ୍ରମୂଖ ଭର୍ଚୁଆଲ ମୋଡରେ କାର୍ଯ୍ୟକ୍ରମରେ ସାମିଲ ଥିଲେ।














