• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜ୍ୟସ୍ତରୀୟ ବାର୍ଷିକ ରବି ସମ୍ମିଳନୀ ୨୦୨୫-୨୬ ଅନୁଷ୍ଠିତ

FNN WEB by FNN WEB
October 24, 2025
in ଓଡ଼ିଶା, ମୁଖ୍ୟ ଖବର
0
ରାଜ୍ୟସ୍ତରୀୟ ବାର୍ଷିକ ରବି ସମ୍ମିଳନୀ ୨୦୨୫-୨୬ ଅନୁଷ୍ଠିତ
0
SHARES
0
VIEWS

  • ଡାଲି, ତୈଳବୀଜ ଏବଂ ଉଦ୍ୟାନ କୃଷି ଫସଲକୁ ପ୍ରୋତ୍ସାହନ
  • ବୈଷୟିକ ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ଜଳବାୟୁ ଅନୁକୂଳ କୃଷି ପ୍ରଣାଳୀକୁ ଗୁରୁତ୍ୱ

ଭୁବନେଶ୍ୱର : ଆଜି କୃଷି ଭବନ ଅଡିଟୋରୀୟମରେ ରାଜ୍ୟସ୍ତରୀୟ ବାର୍ଷିକ ରବି ସମ୍ମିଳନୀ- ୨୦୨୫-୨୬ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ଯୋଗଦେଇଥିଲେ । ରବି ଅଭିଯାନ ୨୦୨୫-୨୬କୁ ଓଡିଶାର ମୁଖ୍ୟ ଶାସନ ସଚିବ ୨୨ ଅକ୍ଟୋବର ୨୦୨୫ରେ ଅନୁମୋଦନ କରିଛନ୍ତି। ରବି ଅଭିଯାନର ମୁଖ୍ୟ ବୈଶିଷ୍ଟ୍ୟ ମଧ୍ୟରେ ରହିଛି, ଓଡିଶାରେ ରବି ଋତୁ ୨୦୨୫-୨୬ ମଧ୍ୟରେ ପ୍ରାୟ ୨୯ ଲକ୍ଷ ୩୦ ହଜାର ହେକ୍ଟର ଜମିରେ ବିଭିନ୍ନ ଫସଲ ଚାଷ କରାଯିବାର କାର୍ଯ୍ଯକ୍ରମ ରହିଛି ଯେଉଁଥିରେ ୧୫.୧୩ ଲକ୍ଷ ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ଅନ୍ତର୍ଭୁକ୍ତ, ୩.୭୦ଲକ୍ଷ ହେକ୍ଟର ଜମିରେ ତୈଳବୀଜ ଚାଷ କରାଯାଇଛି, ପରିବା ଚାଷ ପାଇଁ ୪.୯୭ ଲକ୍ଷ ହେକ୍ଟର ଜମିରେ ଚାଷ କରାଯାଇଛି, ଖାଦ୍ୟଶସ୍ୟ ପାଇଁ ୨୩.୨୬ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ଯ କରାଯାଇଥିବା ବେଳେ ମସଲା ଅଧୀନରେ ୧.୧୫ ଲକ୍ଷ ହେକ୍ଟର ଏବଂ ଆଖୁଚାଷ ଅଧୀନରେ ୦.୨୧ ଲକ୍ଷ ହେକ୍ଟର ଜମି ରହିଛି , ୮.୨୦ ଲକ୍ଷ ମେଟ୍ରିକ୍ ଟନ୍ ଡାଲି ଜାତୀୟ ଶସ୍ୟ ଓ ୪.୨୧ ଲକ୍ଷ ମେଟ୍ରିକ୍ ଟନ୍ ତୈଳବୀଜ ପାଇଁ ଲକ୍ଷ୍ୟ ରହିଛି ।

ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ରବି ପରିକଳ୍ପନାକୁ ସାକାର କରିବା ପାଇଁ ସମ୍ପୂର୍ଣ୍ଣ ସରକାରୀ ବ୍ୟବସ୍ଥା ସକ୍ରିୟ ରହିବା ଆବଶ୍ୟକ ଏବଂ ସଠିକ୍ ସମୟରେ ଇନପୁଟ୍ ଯୋଗାଣ, ପ୍ରଭାବୀ ଆନ୍ତଃ-ବିଭାଗୀୟ ସମନ୍ୱୟ ଏବଂ ନିରନ୍ତର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ସୁନିଶ୍ଚିତ କରିବା ଆବଶ୍ୟକ। ଏଥିସହିତ, ଅବ୍ୟବହୃତ କୃଷି ଫାର୍ମ ଗୁଡିକୁ ମଧ୍ୟ ଆମେ ଗୋଦାମ ଗୃହ ଭାବେ ବ୍ୟବହାର କରିପାରିବା। ଏହି ପଦକ୍ଷେପଗୁଡ଼ିକର ଲାଭ କୃଷକମାନଙ୍କ ନିକଟରେ ପହଞ୍ଚିବା ସୁନିଶ୍ଚିତ କରିବା ପାଇଁ ଦୃଢ଼ ନେତୃତ୍ୱ, ସମର୍ପିତ ତଦାରଖ ଏବଂ ଫଳାଫଳ ଭିତ୍ତିକ କାର୍ଯ୍ୟାନ୍ୱୟନ ଜରୁରୀ ଅଟେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ବର୍ତ୍ତମାନ ଆମ ରାଜ୍ୟର ସମସ୍ତ ଡ୍ୟାମ ତଥା ବ୍ୟାରେଜରେ ରବି ଫସଲ ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାଣି ମହଜୁଦ ଅଛି । ଆଗାମୀ ଦିନରେ ଆମେ ୯୦% ଚାଷଜମିକୁ ଜଳସେଚନ ବ୍ୟବସ୍ଥାରେ ସଂଯୋଗ ପାଇଁ ଲକ୍ଷ୍ୟ ରଖିଛୁ । ଆପଣ ଏହି ଜଳର ଚାଷରେ ସୁବିନିଯୋଗ କରିବେ ବୋଲି ଆମେ ଆଶା କରୁଛୁ ।

କୃଷି ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ, ରବି କାର୍ଯ୍ଯକ୍ରମ ୨୦୨୫-୨୬ରେ ଡାଲି ଓ ତୈଳବୀଜର କ୍ଷେତ୍ରଫଳ ଓ ଉତ୍ପାଦକତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇ ଏହିସବୁ ଫସଲରେ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ଦୀର୍ଘମିଆଦୀ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଓ ଆଇକାର୍ଡl ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା (ପିଏମଡିଡିକେୱାଇ), ଜାତୀୟ ଡାଲି ମିଶନ, ଏନ୍ଏମ୍ଇଓ- ତୈଳବୀଜ, ଏନଏଫଏସଏମ, ଜାତୀୟ ଉଦ୍ୟାନ କୃଷି ମିଶନ, ପଣସ ମିଶନ୍, ସ୍ଥାୟୀ କୃଷି ଉପରେ ଜାତୀୟ ମିଶନ (ଏନ୍ଏମ୍ଏସ୍ଏ), ଆରକେଭିୱାଇ, ପିଏମକେଏସୱାଇ, ଏବଂ ପିଏମ୍ଏଫବିୱାଇ ଭଳି ପ୍ରମୁଖ କାର୍ଯ୍ଯକ୍ରମଗୁଡ଼ିକର ସଫଳ ରୂପାୟନ ପାଇଁ କେନ୍ଦ୍ରିତ ଏବଂ ସମନ୍ୱିତ ପ୍ରୟାସ ଜରୁରୀ। ଏହା ସହ ଶ୍ରୀଅନ୍ନ ଅଭିଯାନ, ଧାନ ପରବର୍ତ୍ତୀ ପଡ଼ିଆ ଜମି ପରିଚାଳନା, ବଳଭଦ୍ର ଜୈବିକ ଚାଷ ମିଶନ, କୃଷି ଯାନ୍ତ୍ରିକୀକରଣ ଓ ଅନ୍ୟାନ୍ୟ ସହଯୋଗୀ କାର୍ଯ୍ଯକ୍ରମ ଭଳି ସରକାରୀ ପଦକ୍ଷେପମାନ କୃଷି ବିକାଶକୁ ତ୍ୱରାନ୍ୱିତ କରିବା ଓ କୃଷକଙ୍କ ଜୀବିକାରେ ଉନ୍ନତି ଆଣିବା ପାଇଁ ଜୋରଦାର ଭାବେ କାର୍ଯ୍ଯକାରୀ କରାଯିବା ଆବଶ୍ୟକ ।

ଉଦ୍ୟାନ କୃଷି କ୍ଷେତ୍ରର ନିରନ୍ତର ବିସ୍ତାର ହେଉଛି, ଅଧିକ ଚାଷୀ ଆଧୁନିକ ଜ୍ଞାନକୌଶଳକୁ ଗ୍ରହଣ କରୁଛନ୍ତି ଏବଂ ଉନ୍ନତ ଆୟ ପାଇଁ ଉଚ୍ଚ ମୂଲ୍ୟର ଫସଲରେ ବିବିଧତା ଆଣିଛନ୍ତି। ଏମଆଇଡିଏଚ, ପିଏମକେଏସୱାଇ, ଏନଏମଇଓ-ପାମତେଲ ଭଳି ପ୍ରମୁଖ କାର୍ଯ୍ଯକ୍ରମ ଏବଂ ଆଳୁ, ପନିପରିବା ଏବଂ ମସଲାର ବିକାଶ ଉପରେ ରାଜ୍ୟ ଯୋଜନା ସହିତ ସ୍ୱତନ୍ତ୍ର ଫଳ- ନିର୍ଦ୍ଦିଷ୍ଟ ଯୋଜନାର ନିୟମିତ ତଦାରଖ ଏବଂ ସମୟୋଚିତ ହସ୍ତକ୍ଷେପ ଆବଶ୍ୟକ ଯାହା ଫଳରେ ଫଳପ୍ରଦ ଫଳାଫଳ ସୁନିଶ୍ଚିତ ହୋଇପାରିବ। ଏଥିସହିତ ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶ କାର୍ଯ୍ଯକ୍ରମ ଯଥା କଫି ମିଶନ, ଏମଜିଏନଆରଇଜିଏସ, ବର୍ଷା ଆଧାରିତ କ୍ଷେତ୍ରର ବିକାଶ ଏବଂ ଓଏମବିଏଡିସି ଆଦି ଯୋଜନା ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବା ଏବଂ ବର୍ଷା ପ୍ରଭାବିତ ଅଞ୍ଚଳରେ ସ୍ଥିତିସ୍ଥାପକତା ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଜିଲ୍ଲାର କୃଷି ପରିବେଶ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପଯୁକ୍ତ ରଣନୀତି ସହିତ ରବି ଫସଲକୁ ଆଗେଇ ନେବା ପାଇଁ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ସମସ୍ତ ଜିଲ୍ଲାପାଳଙ୍କୁ ରବି ସର୍କୁଲାର ଜାରି କରାଯାଇଛି।
ଓୟୁଏଟି କୁଳପତି, ଡ଼ ପ୍ରଭାତ କୁମାର ରାଉଳ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡା, ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Previous Post

ମାଡି ଆସୁଛି ବାତ୍ୟା! ୭ ଜିଲାକୁ ଓ୍ବାର୍ନିଂ

Next Post

‘କଳାମଣ୍ଡଳ’ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
‘କଳାମଣ୍ଡଳ’ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

‘କଳାମଣ୍ଡଳ’ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.