ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ବୈଠକରେ ୩୩ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ ୧.୪୬ ଲକ୍ଷ କୋଟି ଟଙ୍କାର ନିବେଶ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ୬୬,୦୦୦ ନିଯୁକ୍ତି ସୃଷ୍ଟି ହେବ।
ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୨ତମ ହାଇଲେବଲ କ୍ଲିଅରାନ୍ସ ବୈଠକରେ ୧୨ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏଥିପାଇଁ ୧ ଲକ୍ଷ ୪୨ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ୭ଟି ସେକ୍ଟରରେ ୯ଟି ଜିଲ୍ଲାରେ ଏହି ପ୍ରକଳ୍ପ ହେବ। ଏହାଦ୍ୱାରା ୫୦ହଜାର ନିଯୁକ୍ତି ସୃଷ୍ଟି ହେବ। ୧୨ଟି ପ୍ରକଳ୍ପ ମଧ୍ୟରେ ବଡ଼ ପୁଞ୍ଜିନିବେଶ ଆଦାନୀ ଗ୍ରୁପର ପ୍ରକଳ୍ପ ରହିଛି। କୋଇଲାରୁ କେମିକାଲ ପ୍ରସ୍ତୁତି ଶିଳ୍ପ ପାଇଁ ୮୪ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଆଦାନୀ ଗ୍ରୁପ। ସେହିପରି ସ୍ପେସିଆଲ ଷ୍ଟିଲ ଶିଳ୍ପ, ସେମିକଣ୍ଡକ୍ଟର, ଗ୍ରୀନ ଏନର୍ଜି, ସୋଲାର ଶିଳ୍ପ ପାଇଁ ଅନୁମୋଦନ ମିଳିଛି।
ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି, ବିଜେପି ସରକାରର ୫୦୦ ଦିନ ଭିତରେ ବର୍ତମାନ ସୁଦ୍ଧା ୩୨୯ଟି ପ୍ରକଳ୍ପକୁ ୭ଲକ୍ଷ ୬୬ହଜାର କୋଟି ଅଧିକ ପୁଞ୍ଜିନିବେଶ ଅନୁମୋଦନ ଦେଇଛନ୍ତି। ସେଥିମଧ୍ୟରୁ ୮୪ଟି ପ୍ରକଳ୍ପ ଗ୍ରାଉଣ୍ଡ ବ୍ରେକିଂ କରି କାମ ଆରମ୍ଭ କରିଛୁ। ୪ଲକ୍ଷ ୬୮ହଜାରରୁ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେଇଛି। ୨ଲକ୍ଷ ୪ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଯାହା ଦ୍ୱାରା ୧ଲକ୍ଷ ୬୪ହଜାର ନିଯୁକ୍ତି ସୁନିଶ୍ଚିତ କରିଛୁ। ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶକ୍ତି ମନ୍ତ୍ରୀ ସମ୍ପଦ ସ୍ବାଇଏ ଉନ୍ନୟନ କମିସନର ଅନୁ ଗର୍ଗ, ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।














