• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମହିଳାଙ୍କୁ ସ୍ୱାବଲମ୍ୱୀ କରିବାରେ ‘ସୁଭଦ୍ରା’ ଏକ ୟୁନିକ୍ ମଡେଲ: ମୁଖ୍ୟମନ୍ତ୍ରୀ

FNN WEB by FNN WEB
November 1, 2025
in ଓଡ଼ିଶା, ମୁଖ୍ୟ ଖବର
0
ମହିଳାଙ୍କୁ ସ୍ୱାବଲମ୍ୱୀ କରିବାରେ ‘ସୁଭଦ୍ରା’ ଏକ ୟୁନିକ୍ ମଡେଲ: ମୁଖ୍ୟମନ୍ତ୍ରୀ
0
SHARES
1
VIEWS

ଭୁବନେଶ୍ୱର: ବ୍ୟକ୍ତିଗତସ୍ତରରେ ହେଉ ବା ଗ୍ରୁପ୍ ସ୍ତରରେ ହେଉ, ରାଜ୍ୟର ପ୍ରତ୍ୟେକ ମହିଳା ଯେପରି ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ୱୀ ଓ ସ୍ୱତନ୍ତ୍ରତା ହାସଲ କରି ଦକ୍ଷ ଉଦ୍ୟୋଗୀ ହେବେ, ସେଥିପାଇଁ ଆମେ ପ୍ରତିବଦ୍ଧତାର ସହ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶା ମହିଳା ଉଦ୍ୟୋଗୀ ଓ ସାଂସ୍କୃତିକ ପରମ୍ପରାର ମେଳା ‘ସୁଭଦ୍ରା ଶକ୍ତି ମେଳା’ ଦ୍ୱିତୀୟ ସଂସ୍କରଣର ଉଦ୍‌ଘାଟନ ଅବସରରେ କହିଛନ୍ତି।

ଭୁବନେଶ୍ୱର ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ଏବଂ ୨୦୪୭ ସୁଦ୍ଧା ଓଡ଼ିଶାକୁ ବିକଶିତ ଭାରତର ଗ୍ରୋଥ ଇଞ୍ଜିନ କରିବା ଆମର ଲକ୍ଷ୍ୟ। ଏହି ଲକ୍ଷ୍ୟ ପୁରଣ ହେବ ଯେତେବେଳେ ଆମର ଲକ୍ଷ ଲକ୍ଷ ସୁଭଦ୍ରା ମା’ମାନଙ୍କ ଶକ୍ତିର ଜାଗରଣ ଆସିବ। ସେମାନେ ସଶକ୍ତ ହେବେ ଏବଂ ବିକାଶର ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ମୂଲ୍ୟବାନ ଯୋଗଦାନ ରହିବ। ସେହି ଲକ୍ଷ୍ୟ ହାସଲ ପାଇଁ ଆମ ସୁଭଦ୍ରା ଯୋଜନା ହେଉଛି ଏକ ୟୁନିକ ମଡେଲ ବୋଲି ସେ କହିଥିଲେ। ସୁଭଦ୍ରା ଶକ୍ତି ମେଳାର ଦ୍ୱିତୀୟ ସଂସ୍କରଣରେ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ ଠାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜ ନିଜର ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନ କରିବା ସହିତ ବିକ୍ରୟ ମଧ୍ୟ କରୁଛନ୍ତି। ଏହି ମେଳା ଆଜିଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।
ମୁଖ୍ୟମନ୍ତ୍ରୀ କହିଥିଲେ, ମା ସୁଭଦ୍ରା ହେଉଛନ୍ତି ସ୍ନେହ, ତ୍ୟାଗ, ସାହସ ଓ ଦୃଢ଼ତାର ମୂର୍ତ୍ତୀମନ୍ତ ପ୍ରତୀକ। ଆମର ସୁଭଦ୍ରା ମା ଓ ଭଉଣୀମାନେ ସେହି ଦିବ୍ୟ ଶକ୍ତିର ଚଳନ୍ତି ରୂପ । ନିଜ ଘର ଓ ପରିବାରକୁ ପ୍ରତିପାଳିତ କରିବା ସହ ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ଏବଂ ବିକଶିତ ଓଡ଼ିଶା ଗଠନ ପାଇଁ ନେତୃତ୍ୱ ନେଉଛନ୍ତି। ସେ ପୁଣି କହିଥିଲେ ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ସବୁବେଳେ କୁହନ୍ତି, ଯେଉଁ ସମାଜ ମହିଳାଙ୍କୁ ଶକ୍ତି ଦେଇଛି ସେ ସମାଜ ସ୍ୱୟଂ ଶକ୍ତିଶାଳୀ। ମୋଦୀଜୀଙ୍କ ଏହି ମହତ୍ୱାକାଂକ୍ଷୀ ଚିନ୍ତାଧାରାକୁ ଗୁରୁତ୍ୱ ଦେଇ ଆମ ସରକାର ମହିଳା ସଶକ୍ତିକରଣକୁ ବିକାଶର ମୂଳ ଆଧାର ଭାବେ ଗ୍ରହଣ କରିଛି। ସୁଭଦ୍ରା ଶକ୍ତିମେଳାର ମା’ମାନଙ୍କୁ ପ୍ରଂଶସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ମେଳା କେବଳ ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନୀ ବା ବିକ୍ରୟର ସ୍ଥାନ ନୁହେଁ, ଏହି ମେଳା ହେଉଛି ଆମ ମା’ମାନଙ୍କର ଶ୍ରମ, ସୃଜନଶୀଳତା ଓ ସଫଳତାର ମେଳା। ଏହି ମେଳା ହେଉଛି ସେମାନଙ୍କ ଘର ଅଗଣାରୁ ବାହାରି ରାଜ୍ୟ, ଦେଶ ଓ ବିଶ୍ୱମଞ୍ଚ ପର୍ଯ୍ୟନ୍ତ ଯାତ୍ରାର କାହାଣୀ।

ସେ ଆହୁରି କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ Flagship ଯୋଜନା ଲକ୍ଷପତି ଦିଦି ଯୋଜନାରେ ଖୁବ୍‌ କମ୍ ଦିନ ମଧ୍ୟରେ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ଆମ ରାଜ୍ୟ ଅଭୁତପୂର୍ବ ସଫଳତା ହାସଲ କରିଛି। ସରକାରଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗରେ ଯାଇ ଆଜି ଲକ୍ଷପତି ଦିଦି ହୋଇ ସମାଜରେ ମହିଳାମାନେ ପ୍ରତିଷ୍ଠା ଲାଭ କରିଛନ୍ତି ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ଆମର ଲକ୍ଷ୍ୟ ରହିଛି। ଏହାକୁ ସଫଳ କରିବା ପାଇଁ ଆମେ SHG ର Revolving Fundକୁ ଦୁଇଗୁଣା କରିଛୁ। ଗ୍ରାମପଞ୍ଚାୟତ ସ୍ତରୀୟ ଫେଡେରେସନ ଗୁଡିକ ପାଇଁ କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡକୁ ୩୫ ଲକ୍ଷରୁ ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛୁ। ଏହା ସହିତ ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି। ସେ ପୁଣି କହିଥିଲେ, ମା’ ଓ ଭଉଣୀମାନଙ୍କୁ ସଶକ୍ତ କରିବା ପାଇଁ ସୁଭଦ୍ରା ଗୋଟିଏ ମାତ୍ର ଯୋଜନା ନୁହେଁ, ଅନେକ ଯୋଜନା ମଧ୍ୟରୁ ଅନ୍ୟତମ। ମହିଳାଙ୍କ ପାଇଁ ସବୁ କ୍ଷେତ୍ରରେ ଏକ ଫେଭରେବଲ ଇକୋ ସିଷ୍ଟମ ସୃଷ୍ଟି କରିବା ଆମର ଲକ୍ଷ୍ୟ। ମହିଳା ସଶକ୍ତିକରଣ ଲକ୍ଷ୍ୟରୁ ଆମ ସରକାର କେବେହେଲେ ବିଚ୍ୟୁତ ହେବେ ନାହିଁ ବୋଲି ସେ କହିଥିଲେ।

Previous Post

ସେମିକଣ୍ଡକ୍ଟର କ୍ଷେତ୍ରରେ ଆଉ ପାଦେ ଆଗେଇଲା ଓଡିଶା

Next Post

ବିଜେଡିକୁ ଧକ୍କା: ବିଜେପିରେ ଯୋଗଦେଲେ ଅମର ପଟ୍ଟନାୟକ

FNN WEB

FNN WEB

Next Post
ବିଜେଡିକୁ ଧକ୍କା: ବିଜେପିରେ ଯୋଗଦେଲେ ଅମର ପଟ୍ଟନାୟକ

ବିଜେଡିକୁ ଧକ୍କା: ବିଜେପିରେ ଯୋଗଦେଲେ ଅମର ପଟ୍ଟନାୟକ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
୨୪ରେ ମିଳିବ ସୁଭଦ୍ରା ଟଙ୍କା, ଏକାସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ

ଆଜି ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଚତୁର୍ଥ କିସ୍ତି

March 7, 2026
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.