• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଡିପିଆର ସରିଛି, ନିର୍ବାଚନ ପରେ ଚିଲିକାରେ ଆରମ୍ଭ ହେବ ସେତୁ ନିର୍ମାଣ କାମ: କେନ୍ଦ୍ରମନ୍ତ୍ରୀ

FNN WEB by FNN WEB
May 9, 2024
in ଓଡ଼ିଶା, ମୁଖ୍ୟ ଖବର, ରାଜନୀତି
0
ଡିପିଆର ସରିଛି, ନିର୍ବାଚନ ପରେ ଚିଲିକାରେ ଆରମ୍ଭ ହେବ ସେତୁ ନିର୍ମାଣ କାମ: କେନ୍ଦ୍ରମନ୍ତ୍ରୀ
0
SHARES
7
VIEWS

ଭୁବନେଶ୍ବର/କୃଷ୍ଣପ୍ରସାଦ: ମରାଳ ମାଳିନୀ ଚିଲିକା ଜଳରାଶି ଉପରେ ସେତୁ ନିର୍ମାଣ ହେବ। ଏଥି ପାଇଁ ଡିପିଆର ପ୍ରସ୍ତୁତ ହୋଇଛି। ନିର୍ବାଚନ ପରେ ନିର୍ମାଣ କାମ ଆରମ୍ଭ ହେବ। ଏହି ପ୍ରକଳ୍ପର ନିର୍ମାଣ ହେଲେ ଲୋକଙ୍କୁ ଅସୁରକ୍ଷିତ ଭାବେ ଡଙ୍ଗାରେ ଯିବାକୁ ପଡ଼ିବ ନାହିଁ। କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଗୁରୁବାର ଏହି ଘୋଷଣା କରିଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ବିଜେପିର ଜନସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୁଁ ଆପଣଙ୍କର କଥା ରଖିବି, କିନ୍ତୁ ଆପଣ ମଧ୍ୟ ମୋର ଅନୁରୋଧ ରଖିବେ ବୋଲି ଆଶା କରୁଛି। ବିଜେପିର ପୁରୀ ସାସଂଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ବ୍ରହ୍ମଗିରି ବିଧାନସଭା ଆସନରେ ଉପାସନା ମହାପାତ୍ରଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଉପସ୍ଥିତ ଜନତାଙ୍କୁ ଅପିଲ କରି କେନ୍ଦ୍ରମନ୍ତ୍ରୀ ରାଜ୍ୟରେ ଅନେକଗୁଡ଼ିଏ ପ୍ରକଳ୍ପର ନିର୍ମାଣ ନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି, ଟାଙ୍ଗୀରୁ ଦୀଘା ପର୍ଯ୍ୟନ୍ତ ଆମେ ରାସ୍ତା ନିର୍ମାଣ କରୁଛୁ। ୬୨୦ ମିଟର ଆରଓବି ୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ପୂରା ହୋଇଯିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୧୯୪୭ ପରେ ଆପଣଙ୍କୁ ନ୍ୟାୟ ମିଳିପାରି ନାହିଁ। କୌଣସି ସରକାର ଆପଣଙ୍କର ସମସ୍ୟାର ସମାଧାନ କରିପାରି ନାହାନ୍ତି। ଏହା ଦୁର୍ଭାଗ୍ୟର ବିଷୟ। ଗରିବଙ୍କୁ ନାରାୟଣ ମାନନ୍ତୁ। ଗରିବଙ୍କୁ ଯେଉଁଦିନ ଖାଦ୍ୟ, ବସ୍ତ୍ର ଓ ବାସଗୃହ ମିଳିବ, ସେଦିନ ଆମର ସଂକଳ୍ପ ପୂରା ହେବ। ସେହିପରି ପାରାଦୀ‌ପରେ ବିମାନବନ୍ଦର, ଭୁବନେଶ୍ବରରେ ରିଂରୋଡ ଭଳି ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ସଡ଼କ ଭିତ୍ତିଭୂମି ପାଇଁ କେନ୍ଦ୍ର ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଓଡ଼ିଶାର ମତ୍ସ୍ୟଜୀବୀଙ୍କ କଲ୍ୟାଣ ପାଇଁ ଅତ୍ୟାଧୁନିକ ଯୋଜନା ଲାଗୁ କରାଯିବ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ କହିଥିଲେ, ମୋର ପରମ‌ ସୌଭାଗ୍ୟ ଯେ, ଆଜି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର ସୁଯୋଗ ପାଇଲି। ଆମ ଦେଶକୁ ସୁଖୀ, ସମୃଦ୍ଧ କରିବାକୁ ପ୍ରାର୍ଥନା କଲି। ଆମ ଦେଶକୁ ବିଶ୍ବଗୁରୁ ଓ ବିଶ୍ବର ତୃତୀୟ ଆର୍ଥିକ ଦେଶ ଭାବେ ଗଢ଼ିବାକୁ ଆଶୀର୍ବାଦ ମାଗିଲି। ମୋତେ ସଡ଼କ ଓ ପରିବହନ ବିଭାଗରେ କାର୍ଯ୍ୟ କରିବାକୁ ସୁଯୋଗ ମିଳିଥିଲା। ପାରାଦୀପରେ ବିକାଶମୂଳକ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଦେଇଛି।

ବିଜେପି ସରକାର ଆସିଲା ପରେ ଦେଶରେ ଇ-ରିକ୍ସା, ଇ-କାର, ଇ-ଟ୍ରକ୍‌, ଇ-ବସ୍‌ ଗଡ଼ିଛି। ଗାଁର ଲୋକଙ୍କୁ ରାସ୍ତା, ପିଲାଙ୍କୁ ଶିକ୍ଷା, ଲୋକଙ୍କୁ ପାନୀୟ ଜଳ, ସ୍ବାସ୍ଥ୍ୟ, ଚାଷୀଙ୍କୁ ଉତ୍ପାଦନର ମୂଲ୍ୟ, ଯୁବକଙ୍କୁ ରୋଜଗାର ଦରକାର। ଦେଶର ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ମିଳିଛି। ଦେଶରେ ଏଭଳି ନୀତି ପ୍ରସ୍ତୁତ କରାଯାଉଛି, ଯେଉଁଥିରେ ସ୍ମାର୍ଟ ଗ୍ରାମ୍ୟ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଦେଶର ଚାଷୀ କେବଳ ଅନ୍ନଦାତା ନୁହେଁ, ଶକ୍ତିଦାତା ମଧ୍ୟ। ନଡ଼ାରୁ ଇଥାନୋଲ ଉତ୍ପାଦନ କରାଯିବ। ଏଥି ପାଇଁ ଭାରତ ସରକାର ଚିନ୍ତା କରୁଛନ୍ତି। ନଡାରୁ ବାୟୋ ସିଏନ୍‌ଜି ପ୍ରସ୍ତୁତ ହେଉଛି। ଗ୍ରାମାଞ୍ଚଳର ଲୋକେ କେମିତି ରୋଜଗାରକ୍ଷମ ହେବେ, ସେଥିପାଇଁ ସରକାର କାମ କରୁଛନ୍ତି। ଆମର ଭବିଷ୍ୟତ ହାଇଡ୍ରୋଜେନ୍‌। ଆଗାମୀ ଦିନରେ ଗାଡ଼ିଗୁଡ଼ିକ ହାଇଡ୍ରୋଜେନରେ ଚାଲିବ। ଦେଶରୁ ଶକ୍ତି ରପ୍ତାନୀ କରାଯିବାର ଲକ୍ଷ୍ୟ ରଖାଯାଇଛି।

ମୁଁ ସ୍ବପ୍ନ ଦେଖାଇବାର ନେତା ନୁହେଁ, ଯାହା କହେ ତାହା କରେ ନାହିଁ। ଯାହା କହିବୁ, ତାହା କରିବୁ। ଯାହା କରିବୁ, ତାହା କହିବୁ। ଏହା ଭାରତୀୟ ଜନତା ପାର୍ଟିର ସିଦ୍ଧାନ୍ତ। ରତନପୁର-ଦୀଘା ପାଇଁ ୮୫୦୦ କୋଟି ଟଙ୍କା ଅନୁମ‌ୋଦନ ହୋଇଛି। ରାମେଶ୍ବରରୁ କୋଣାର୍କ, ଧାମରା ଦେଇ ଦୀଘାକୁ ଜାତୀୟ ରାଜପଥ ସଂଯୋଗ କରାଯିବାର ଲକ୍ଷ୍ୟ ରଖାଯାଇଛି। ଅକ୍ଟୋବର ମାସରେ ଏହାର କାମ ଆରମ୍ଭ ହେବ। କଟକରୁ ପାରାଦୀପ ୨୩୭୦ କୋଟି ୪ଥାକିଆ ରାସ୍ତା ନିର୍ବାଚନ ପରେ କାମ ଆରମ୍ଭ ହେବ। ପାରାଦୀପରେ ବହୁତ ବିକାଶ ହୋଇଛି। ଓଡ଼ିଶାର ଯୁବପିଢ଼ିଙ୍କୁ ରୋଜଗାର ମିଳିଛି। ରାୟପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ୬ଥାକିଆ ରାସ୍ତା ନିର୍ମାଣ ଜାରି ରହିଛି। ଏହି ରାସ୍ତାର ୨୪୦ କିମି ଓଡ଼ିଶାରେ ରହିଛି। ଡିସେମ୍ବରରେ ଏହି ରାଜପଥର କାମ ସରିବ। ମୁମ୍ବାଇ-କୋଲକାତା ୪ଥାକିଆ ୨୫,୦୦୦ କୋଟିର ପ୍ରକଳ୍ପ ପୂରା ହୋଇଛି। ମାତ୍ର ୫୦କିମି ଅଟକି ରହିଛି। ରାଞ୍ଚିରୁ ସମ୍ବଲପୁର ୬୩୦୦ କୋଟି ୨୮୦ କିମି ଡିପିଆର ପ୍ରସ୍ତୁତ ହୋଇଛି। ଭୁବନେଶ୍ବର ଓଡ଼ିଶାର ରାଜଧାନୀରେ ୧୧୧ କିମି ରିଂରୋଡ ୬ଥାକିଆ ହେବ। ୬୫୦୦ କୋଟି ଟଙ୍କାର ବିନିଯୋଗରେ ଅକ୍ଟୋବର ମାସରୁ ଏହାର ନିର୍ମାଣ କାମ ଆରମ୍ଭ ହେବ। ଏହା ଦ୍ବାରା କଟକ, ଭୁବନେଶ୍ବର ଓ ଖୋର୍ଦ୍ଧାବାସୀ ଅଧିକ ଉପକୃତ ହେବେ। ସେହିପରି ସମ୍ବଲପୁରରେ ମଧ୍ୟ ରିଂରୋଡ ହେବ।

ଜନସଭାରେ ସମ୍ବିତ ପାତ୍ର କହିଥିଲେ, ଯେତେବେଳେ ଗତ ନିର୍ବାଚନରେ ପ୍ରଥମ ଥର ପାଇଁ କୃଷ୍ଣପ୍ରସାଦ ଆସିଥିଲି, ଡଙ୍ଗାରେ ଯାତ୍ରୀ ହେବାକୁ ପଡ଼ିଥିଲା। ଆପଣ ୧୫ ଦିନରେ ନିର୍ବାଚନ ଲଢୁଛନ୍ତି ବୋଲି ଲୋକେ କହିଥିଲେ। ଏହି ଅଞ୍ଚଳର ମୁଖ୍ୟ ପ୍ରସଙ୍ଗ ଚିଲିକା ଉପରେ ସେତୁ ନିର୍ମାଣ ପାଇଁ ଲୋକେ ଦାବି କରିଥିଲେ। ସେଥି ପାଇଁ ଚିନ୍ତା କରନ୍ତୁ ବୋଲି କହିଥିଲେ। ବରିଷ୍ଠ ନାଗରିକମାନଙ୍କୁ ଦେଖା କରିଥିଲି। ଏହି ଅଞ୍ଚଳର ସମସ୍ୟା ପୂରଣ କରିପାରିବି ବୋଲି ଆଶା କରୁଛି। ଦେଶରେ ମୋଦୀ ସରକାର ଅଛି। କିନ୍ତୁ ଆମେ ରାଜ୍ୟରେ ଶାସନ କରୁ ନାହୁଁ। ଏହି ବିଷୟରେ ଆମେ ନିତିନ ଗଡ଼କରୀଙ୍କୁ କହିଥିଲୁ। ବ୍ରହ୍ମଗିରିରୁ ଜହ୍ନିକୁଦା ପାଇଁ ସେତୁ ନିର୍ମାଣ ପାଇଁ ନିତିନ ଗଡ଼କରୀ ପ୍ରତିଶ୍ରୁତି ଦେବାକୁ ଜାନୁଆରିରେ ଆସିପାରି ନଥିଲେ। କିନ୍ତୁ ସେ ଘୋଷଣା କରିଥିଲେ ଯେ, ସେତୁ ନିର୍ମାଣକୁ ଅନୁମୋଦନ ଦେଉଛି। ଡିପିଆର କାମ ଶୀଘ୍ର ହେବ। ଏହା ରାଜନୀତି ନୁହେଁ। ଏହା ହେଉଛି ଅସଂଖ୍ୟ ଲୋକଙ୍କର କାହାଣୀ।

Previous Post

ଏମଭି ଓ ଏମପିଭି ନମ୍ବର ହଟିବ, ଗାଁର ନାମ ବସିବ: ଆସାମ ମୁଖ୍ୟମନ୍ତ୍ରୀ

Next Post

ବ୍ରହ୍ମପୁର, ଆସିକା ଓ କନ୍ଧମାଳ ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍‍ ପ୍ରଚାର

FNN WEB

FNN WEB

Next Post
ବ୍ରହ୍ମପୁର, ଆସିକା ଓ କନ୍ଧମାଳ ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍‍ ପ୍ରଚାର

ବ୍ରହ୍ମପୁର, ଆସିକା ଓ କନ୍ଧମାଳ ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍‍ ପ୍ରଚାର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.