• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପ୍ରତ୍ୟେକ ଶିଶୁର ପୁଷ୍ଟିସାଧନ ନିମନ୍ତେ ନିଆଯିବ ସମୁଚିତ ପଦକ୍ଷେପ-ଉପମୁଖ୍ୟମନ୍ତ୍ରୀ

FNN WEB by FNN WEB
November 18, 2025
in ଓଡ଼ିଶା, ମୁଖ୍ୟ ଖବର
0
ପ୍ରତ୍ୟେକ ଶିଶୁର ପୁଷ୍ଟିସାଧନ ନିମନ୍ତେ ନିଆଯିବ ସମୁଚିତ ପଦକ୍ଷେପ-ଉପମୁଖ୍ୟମନ୍ତ୍ରୀ
0
SHARES
2
VIEWS

ସୁପୋଷିତ ଓଡ଼ିଶା ମିଶନ ଶୁଭାରମ୍ଭ

ଭୁବନେଶ୍ୱର : ରାଜ୍ୟରେ ସମସ୍ତ ଶିଶୁଙ୍କର ପୁଷ୍ଟି ସାଧନ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଶିଶୁମାନଙ୍କୁ ପୋଷଣଯୁକ୍ତ କରାଇବା ପାଇଁ ସୁପୋଷିତ ଓଡ଼ିଶା ମିଶନ ଲୋକାର୍ପିତ ହୋଇଛି । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଲୋକସେବା ଭବନସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଏହି ମିଶନର ଶୁଭାରମ୍ଭ କରିଛନ୍ତି । ଓଡ଼ିଶା ପୁଷ୍ଟି ମିଶନ ଅଧୀନରେ ସୁପୋଷିତ ଓଡ଼ିଶା ମିଶନ ରାଜ୍ୟରେ ଶିଶୁମାନଙ୍କୁ କୁପୋଷଣରୁ ରୋକିବା ସହିତ ପ୍ରତ୍ୟେକ ଶିଶୁର ସ୍ୱାସ୍ଥ୍ୟ ଏବଂ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରହିଛି । ଏହି ମିଶନ ଦ୍ୱାରା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସୁପୋଷିତ କେନ୍ଦ୍ରରେ ପରିଣତ କରାଯିବାର ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ରଖାଯାଇଛି । କମ୍‌ ଓଜନ ଓ ଦୁର୍ବଳ ଶିଶୁଙ୍କ ପାଇଁ ଉପଯୁକ୍ତ ଯତ୍ନ ନିଆଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଏତଦ୍‌ବ୍ୟତୀତ ବିଭାଗ ଦ୍ୱାରା ସମୀକ୍ଷା ଓ ତଦାରଖ ଡ୍ୟାସ୍‌ବୋର୍ଡ ପ୍ରଚଳନ କରାଯାଇଛି । ଏହା ଦ୍ୱାରା ପୋଷଣ ଟ୍ରାକର ତଥ୍ୟକୁ ତୁରନ୍ତ ସମୀକ୍ଷା କରାଯିବ । ଏହା ଦ୍ୱାରା ବାସ୍ତବିକ ବ୍ୟବଧାନକୁ ଚିହ୍ନଟ କରି ସମୁଚିତ ପଦକ୍ଷେପ ଗ୍ରହଣ କରାଯିବ । ଏଥି ସହିତ ଉନ୍ନତ ପୁଷ୍ଟି ଫଳାଫଳ ନିମନ୍ତେ ଆନ୍ତଃବିଭାଗୀୟ ସହଭାଗିତାକୁ ସୁଦୃଢ଼ କରିବା ପାଇଁ ଏକ ମିଳିତ ପରାମର୍ଶ ଜାରି କରାଯିବ । ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମିଶନ ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳ, ଅନୁସୂଚିତ ଜନଜାତି ଓ ଅନୁସୂଚି ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ, କ୍ରୀଡ଼ା ଓ ଯୁବସେବା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମିଳିତ ଭାବରେ ଏକ ଏକକୀକୃତ ସେବା ପ୍ରଦାନ ମଡେଲ ପ୍ରସ୍ତୁତ କରି ହିତାଧିକାରୀଙ୍କ ରକ୍ତହୀନତା, ଗେଡ଼ାପଣ, କ୍ଷୀଣକାୟ ଅବସ୍ଥା ହ୍ରାସ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ । ଏହା ଦ୍ୱାରା ରାଜ୍ୟରେ ଶିଶୁମାନଙ୍କର ପୁଷ୍ଟିସାଧନରେ ସମୁଚିତ ପଦକ୍ଷେପ ଗ୍ରହଣ କରାଯାଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ।

ସେହିଭଳି ଓଡ଼ିଶାର ବିଭିନ୍ନ ସ୍ଥାନର ଖାଦ୍ୟକୁ ନେଇ ଏକ ରୋଷେଇ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଛି । ଏଥିରେ ଶହେ ପ୍ରକାରର ବ୍ୟଞ୍ଜନ ସ୍ଥାନ ପାଇଛି । ରାଜ୍ୟର ପ୍ରତ୍ୟେକ ଖାଦ୍ୟରେ ଭରି ରହିଛି ସ୍ୱତନ୍ତ୍ର ପରମ୍ପରା । ଗୋଟିଏ ସ୍ଥାନର ଖାଦ୍ୟକୁ ଅନ୍ୟ ସ୍ଥାନରେ ବାସ କରୁଥିବା ଜନସାଧାରଣଙ୍କ ନିକଟରେ ଏହା ପହଞ୍ଚାଇ ପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏତଦ୍‌ବ୍ୟତୀତ ଓଡ଼ିଶାରେ ପୋଷଣର ପରିଦୃଶ୍ୟ ଉପରେ ଏକ କଫିଟେବୁଲ୍‌ ବୁକ୍‌କୁ ମଧ୍ୟ ସେ ଉନ୍ମୋଚିତ କରିଛନ୍ତି । ଏହା ସମସ୍ତଙ୍କ ନିକଟରେ ଉପଲବ୍ଧ ହେବା ଦ୍ୱାରା ସମସ୍ତ ଅଙ୍ଗନବାଡ଼ି କର୍ମୀ, ପାଚିକା, ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହିଳା ସଦସ୍ୟା, ମା’ ଏବଂ କିଶୋରୀମାନେ ମଧ୍ୟ ଖାଦ୍ୟ ଗୁଣବତ୍ତାସଂପନ୍ନ ପ୍ରସ୍ତୁତ ପ୍ରଣାଳୀକୁ ଅନୁସରଣ କରିପାରିବେ । ଏତଦ୍‌ବ୍ୟତୀତ ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ ଓ ଶିଶୁମାନଙ୍କ ଜୀବନକୁ ପ୍ରାଧାନ୍ୟ ଦେଇ ସ୍ୱତନ୍ତ୍ର ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯିବ । ଅଗ୍ନିଜନିତ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ବାଲିବସ୍ତା ଓ ଅଗ୍ନିନିର୍ବାପକ କମଳ ଭଳି ସରଞ୍ଜାମ ରଖାଯିବ । ସେହିଭଳି ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଏକ ସିଲାଇ ୟୁନିଟ୍‌ର ମଧ୍ୟ ଲୋକାର୍ପଣ ହୋଇଛି । ଏହା ଦ୍ୱାରା ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜରମାନଙ୍କୁ ବ୍ୟବହାରିକ ଜ୍ଞାନ, ଆୟବୃଦ୍ଧି ନିମନ୍ତେ ଦକ୍ଷତା ବିକାଶ ପ୍ରଦାନ କରିବ ।

ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ସମ୍ୱନ୍ୱିତ ଶିଶୁ ବିକାଶ ସେବା ନିର୍ଦ୍ଦେଶିକା ଶ୍ରୀମତୀ ମନୀଷା ବାନାର୍ଜୀ, ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସ୍ୱୟଂପ୍ରଭା ମହାନ୍ତି, ଶ୍ରୀ ନିଲୁ ମହାପାତ୍ର, ଶ୍ରୀ ଅନନ୍ତ ନାରାୟଣ ସିଂ ଲାଗୁରି ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

ଜଗତସିଂହପୁରରେ ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲଡୋଜର୍

Next Post

ଭୁବନେଶ୍ୱରରେ ଏକତା ପଦଯାତ୍ରା: ସାମିଲ ହେଲେ ଜନସାଧାରଣ ଓ ଛାତ୍ରଛାତ୍ରୀ

FNN WEB

FNN WEB

Next Post
ଭୁବନେଶ୍ୱରରେ ଏକତା ପଦଯାତ୍ରା: ସାମିଲ ହେଲେ ଜନସାଧାରଣ ଓ ଛାତ୍ରଛାତ୍ରୀ

ଭୁବନେଶ୍ୱରରେ ଏକତା ପଦଯାତ୍ରା: ସାମିଲ ହେଲେ ଜନସାଧାରଣ ଓ ଛାତ୍ରଛାତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.