• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଜଣେ ଦୃଢ଼ମନା ଓ ଦୂରଦର୍ଶୀ ନେତ୍ରୀ ଥିଲେ

FNN WEB by FNN WEB
November 19, 2025
in ଓଡ଼ିଶା, ମୁଖ୍ୟ ଖବର
0
ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଜଣେ ଦୃଢ଼ମନା ଓ ଦୂରଦର୍ଶୀ ନେତ୍ରୀ ଥିଲେ
0
SHARES
11
VIEWS

ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଜାତୀୟ ସଂହତି ଦିବସ ପାଳିତ

ଭୁବନେଶ୍ୱର : ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତିର ମିଳିତ ଆନୁକୂଲ୍ୟରେ ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ଜାତୀୟ ସଂହତି ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମହାଭାରତୀୟତାର ମହାନ୍‌ ଭାବନା ଉଦ୍ରେକ ହେଲେ ଭାଷା, ସ୍ୱାର୍ଥ, ପ୍ରାନ୍ତ ଓ ସଂପ୍ରଦାୟର ଭାବନା ଲୁଚିଯାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଆଜି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଶ୍ରୀ ପଞ୍ଚାୟନନ କାନୁନଗୋ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ବହୁମୁଖୀ ଅବଦାନ ସଂପର୍କରେ ଆଲୋକପାତ କରି କହିଲେ ଯେ ଜାତୀୟ ସଂହତିର ପ୍ରତିଷ୍ଠାତା ଓ ଦୃଢ଼ ନେତୃତ୍ୱର କଥା ଯେତେବେଳେ ମନେପଡ଼େ ସେତେବେଳେ ଇନ୍ଦିରା ଗାନ୍ଧୀ ଆମ ମାନସପଟରେ ଉଦ୍‌ଭାସିତ ହୁଅନ୍ତି । ଭାରତ-ପାକିସ୍ତାନ ଯୁଦ୍ଧ ହେଉ ଅବା ସିକିମ୍‌ ମିଶ୍ରଣ, ରାଜରାଜୁଡ଼ା ଶାସନର ଉଚ୍ଛେଦ ହେଉ ଅବା ବ୍ୟାଙ୍କ ଜାତୀୟକରଣ, ଏସବୁ ଥିଲା ତାଙ୍କର ଦୃଢ଼ମନା ଓ ଦୃଢ଼ଦର୍ଶୀ ନେତୃତ୍ୱର ପରିଭାଷା। ଭାରତବର୍ଷର ଏକତା, ଅଖଣ୍ଡତା, ସମୃଦ୍ଧି ପାଇଁ ସେ ଆଜୀବନ ସଂଗ୍ରାମ କରିଥିଲେ କରିଥିଲେ । ଆମେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଭାରତ ପୃଥିବୀର ଶ୍ରେଷ୍ଠ ରାଷ୍ଟ୍ରରେ ପରିଣତ ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ ।

ବିଶିଷ୍ଟ ସାହିତି୍ୟକ ତଥା ସ୍ତମ୍ଭକାର ଶ୍ରୀ ଦାଶ୍‌ ବେନ୍‌ହୁର ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ସେ କହିଲେ ଯେ ଇନ୍ଦିରା ଗାନ୍ଧୀଙ୍କ ଜୀବନ ଥିଲା ବହୁ ବିପ୍ଳବର କାହାଣୀ । ସେ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ନେଇଥିଲେ ମଧ୍ୟ ତାଙ୍କର ବାଲ୍ୟ ଜୀବନ ଅବହେଳିତ ଥିଲା । ତାଙ୍କର ଶୈଶବ, ରାଜନୈତିକ ଓ ସାଂଗଠନିକ ଜୀବନ ଉପରେ ବିସ୍ତୃତ ଆଲୋଚନା କରି ଶ୍ରୀ ବେନହୁର୍‌ କହିଲେ ଯେ ୧୯୭୧ ମସିହା ଭାରତ ପାଇଁ ସବୁଠାରୁ ଅଧିକ ସଫଳତାର ବର୍ଷ ଥିଲା । ଭାରତ-ପାକିସ୍ତାନ ଯୁଦ୍ଧରେ ଜିତିବା, ବଙ୍ଗଳାଦେଶ ଗଠନ, ବ୍ୟାଙ୍କ ଜାତୀୟକରଣ, ସମ୍ବିଧାନ ସଂଶୋଧନପୂର୍ବକ ମୌଳିକ କର୍ତ୍ତବ୍ୟକୁ ସମ୍ବିଧାନରେ ସଂଯୁକ୍ତ କରିବା ସହ ସଂହତି ଶବ୍ଦକୁ ଏଥିରେ ଯୋଡ଼ିଥିଲେ । ତାଙ୍କ ଶାସନକାଳରେ ଭାରତବର୍ଷର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ବହୁ ଉନ୍ନତି ପରିଲକ୍ଷିତ ହୋଇଥିଲା । ଦେଶର ସୁରକ୍ଷା ଓ ଅଖଣ୍ଡତା ରକ୍ଷା ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ ବୋଲି ଶ୍ରୀ ବେନ୍‌ହୁର କହିଥିଲେ ।

ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତିର ସାଧାରଣ ସମ୍ପାଦକ ଶ୍ରୀ ଅମିୟ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଜଣେ ଉଚ୍ଚକୋଟୀର ରାଷ୍ଟ୍ରନୀତିଜ୍ଞ, ଦକ୍ଷ ପ୍ରଶାସକ, ପ୍ରଭାବୀ ନେତ୍ରୀ, ଦୂରଦୃଷ୍ଟିସଂପନ୍ନ ମହିଳା ଭାବେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଖୁବ୍‌ ପରିଚିତ ଥିଲେ । ରାଷ୍ଟ୍ର ନିର୍ମାଣରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ଅତୁଳନୀୟ । ନାରୀ ସଶକ୍ତିକରଣଠାରୁ ଆରମ୍ଭ କରି ସମାଜର ନିମ୍ନବର୍ଗର ଜନସାଧାରଣଙ୍କୁ ମୁଖ୍ୟସ୍ରୋତରେ ସାମିଲ ନିମନ୍ତେ ତାଙ୍କର ପ୍ରଚେଷ୍ଟା ସର୍ବଦା ସ୍ମରଣୀୟ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଲେ ଯେ ଇନ୍ଦିରା ଗାନ୍ଧୀ ଥିଲେ ବିଶ୍ୱର ଦ୍ୱିତୀୟ ମହିଳା ନେତ୍ରୀ ଯିଏ ପ୍ରଧାନମନ୍ତ୍ରୀ ପଦବୀ ଅଳଙ୍କୃତ କରିପାରିଥିଲେ । ତାଙ୍କ ଶାସନକାଳରେ ଭାରତ ସବୁ କ୍ଷେତ୍ରରେ ପ୍ରଗତି ହାସଲ କରିଥିଲା ।
ସଭା ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗୀୟା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ଅନୁଶାସନ ସଚିବ ଶ୍ରୀମତୀ ମୌସୁମୀ ଦାଶ ସ୍ୱାଗତ ଭାଷଣ ରଖିଥିବାବେଳେ ବିଭାଗୀୟ ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତିର କାର୍ଯ୍ୟକର୍ତ୍ତା, ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Previous Post

୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ରାଜ୍ୟସ୍ତରୀୟ ଉତ୍ସବ

Next Post

ବିପର୍ଯ୍ୟୟ ପ୍ରତିରୋଧ କ୍ଷେତ୍ରରେ ଲିଙ୍ଗଗତ ସମାନତା ବୃଦ୍ଧି ଶୀର୍ଷକ ଜାତୀୟ କର୍ମଶାଳା

FNN WEB

FNN WEB

Next Post
ବିପର୍ଯ୍ୟୟ ପ୍ରତିରୋଧ କ୍ଷେତ୍ରରେ ଲିଙ୍ଗଗତ ସମାନତା ବୃଦ୍ଧି ଶୀର୍ଷକ ଜାତୀୟ କର୍ମଶାଳା

ବିପର୍ଯ୍ୟୟ ପ୍ରତିରୋଧ କ୍ଷେତ୍ରରେ ଲିଙ୍ଗଗତ ସମାନତା ବୃଦ୍ଧି ଶୀର୍ଷକ ଜାତୀୟ କର୍ମଶାଳା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.