ଭୁବନେଶ୍ଵର : ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟରେ ଜୟଯୁକ୍ତ ହୋଇଛନ୍ତି । ନୂଆପଡା ଉପନିର୍ବାଚନରେ ୮୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ଜୟ । ଆଜି ବିଧାନସଭାରେ ସେ ଶପଥ ନେଇଛନ୍ତି। ବିଧାୟକ ଭାବେ ଶପଥ ପାଠ କରାଇଛନ୍ତି ବାଚସ୍ପତି ସୁରମା ପାଢୀ। ବାପାଙ୍କ ଜନ୍ମଦିନରେ ଶପଥ ନେଇଛନ୍ତି ଜୟ ଢୋଲକିଆ। ମା’ ଓ ସ୍ତ୍ରୀଙ୍କ ସହ ଆସି ନୂଆ ବିଧାୟକ ଭାବେ ଶପଥ ନେଇଛନ୍ତି।
ବିଧାୟକ ରାଜେନ୍ଦ୍ର ଢୋକଲିଆଙ୍କ ଅକାଳ ବିୟୋଗ ପରେ ନୂଆପଡ଼ାରେ ଉପନିର୍ବାଚନ ହୋଇଥିଲା । ୧୧ ତାରିଖରେ ମତଦାନ ହୋଇଥିଲା । ୧୪ ତାରିଖରେ ଭୋଟ୍ ଗଣତି ହୋଇଥିଲେ । ଉପନିର୍ବାଚନ ରେକର୍ଡ ସଂଖ୍ୟକ ଭୋଟ୍ ପାଇଁ ଏକତରଫା ବିଜୟ ହାସଲ କରିଥିଲେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ବିରୋଧୀ ପ୍ରାର୍ଥୀଙ୍କୁ ୮୩, ୮୪୮ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ତେବେ ଆଜି ଅର୍ଥାତ୍ ନଭେମ୍ବର ୨୦ ତାରିଖରେ ବିଧାନସଭାରେ ନୂଆପଡ଼ା ବିଧାୟକ ଭାବେ ଶପଥ ନେଇଛନ୍ତି ଜୟ ଢୋଲକିଆ । ବାଚସ୍ପତି ସୁରମା ପାଢ଼ୀ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଅବସରରେ ଅନ୍ୟ ବିଜେପି ନେତାବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ ।














