• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବିହାରରେ ପୁଣି ଆରମ୍ଭ ନୀତୀଶ ଶାସନ

FNN WEB by FNN WEB
November 20, 2025
in ଓଡ଼ିଶା, ଜାତୀୟ, ମୁଖ୍ୟ ଖବର
0
ବିହାରରେ ପୁଣି ଆରମ୍ଭ ନୀତୀଶ ଶାସନ
0
SHARES
8
VIEWS

ବିଜେପିର ୧୪ ବିଧାୟକ ହେଲେ ମନ୍ତ୍ରୀ
ପାଟନା: ଜେଡିୟୁ ମୁଖ୍ୟ ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ ୧୦ମ ଥର ପାଇଁ ଆଜି ଶପଥ ନେଇଛି। ବିହାର ବିଧାନସଭା ନିର୍ବାଚନରେ ଏନଡିଏର ଐତିହାସିକ ବିଜୟ ପରେ ଆଜି ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଆର୍ଫି ମହମ୍ମଦ ଖାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗାନ୍ଧି ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ୭୪ ବର୍ଷୀୟ ନୀତୀଶଙ୍କ ଡେପୁଟି ଭାବେ ବିଜେପି ବିଧାୟକ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନାଙ୍କୁ ଶପଥ ଗ୍ରହଣ କରିଛନ୍ତି। ଏହି ୩ ଜଣଙ୍କ ବ୍ୟତୀତ ଏନଡିଏର ଆଉ ୨୪ ଜଣ ବିଧାୟକ ମନ୍ତ୍ରୀ ଭାବେ ମଧ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ତେବେ କାହାକୁ କେଉଁ ବିଭାଗ ମିଳିଛି, ସେକଥା ଏଯାଏ ସ୍ପଷ୍ଟ ହୋଇନାହିଁ।

ଆଜିର ଶପଥ ପାଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଶପଥ ପାଠ ଉତ୍ସବରେ ବହୁ ହେଭିୱେଟ ଏନଡିଏ ନେତାଙ୍କୁ ଦେଖିବାକୁ ମିଳିଛି। ଏନଡିଏ ନେତାମାନେ ଶପଥ ଉତ୍ସବରେ ଉପସ୍ଥିତ ରହି ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବିହାରୀ ଷ୍ଟାଇଲରେ ଗାମୁଛା ହଲାଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମିଶାଇ ବିହାରର ନୂଆ କ୍ୟାବିନେଟରେ ମୋଟ ୨୭ ଜଣ ସ୍ଥାନ ପାଇଛନ୍ତି। ବେଶ ଚତୁରତାର ସହ ନୀତୀଶ କୁମାରଙ୍କ କ୍ୟାବିନେଟରେ ସବୁ ଜାତି ଓ ବର୍ଗର ବିଧାୟକଙ୍କୁ ସାମିଲ କରାଯାଇଛି। ଏମାନଙ୍କ ମଧ୍ୟରେ ନୀତୀଶ କୁମାରଙ୍କୁ ମିଶାଇ ଜେଡିୟୁର ୯ ଜଣ, ବିଜେପିର ସର୍ବାଧିକ ୧୪ ଜଣ, ଚିରାଗ ପାଶୱାନଙ୍କ ଦଳର ମାତ୍ର ୨ ଜଣ, ଜିତେନ ରାମ ମାଞ୍ଝୀଙ୍କ ଦଳରୁ ଜଣେ ଓ ଆରଏଲମର ଜଣେ ବିଧାୟକ ମନ୍ତ୍ରୀ ହୋଇଛନ୍ତି। କ୍ୟାବିନେଟରେ ୮ ଜଣ ଉଚ୍ଚ ଜାତିର ସଦସ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଭୂମିହାର୍ସ(ବିଜୟ କୁମାର ସିହ୍ନା ଓ ବିଜୟ କୁମାର ଚୌଧୁରୀ), ୪ ଜଣ ରାଜପୁତ(ସଞ୍ଜୟ ସିଂହ ଟାଇଗର, ଶ୍ରେୟାସି ସିଂହ, ସଞ୍ଜୟ କୁମାର ସିଂହ ଓ ଲେସି ସିଂହ), ଜଣେ ବ୍ରାହ୍ମଣ(ମଙ୍ଗଳ ପାଣ୍ଡେ) ଓ ଜଣେ କାୟାସ୍ଥା(ନୀତୀନ ନବୀନ)।

ପଛୁଆ ବର୍ଗରୁ ମଧ୍ୟ ୮ ଜଣଙ୍କୁ ବିହାର କ୍ୟାବିନେଟରେ ସ୍ଥାନ ଦିଆଯାଇଛି। ଏମାନଙ୍କ ମଧ୍ୟରେ ୨ ଜଣ କୁଶୱା(ସମ୍ରାଟ ଚୌଧୁରୀ ଓ ଦୀପକ ପ୍ରକାଶ), ଜଣେ କୁର୍ମି(ଶ୍ରବଣ କୁମାର, ୨ ଜଣ ଯାଦବ(ବିଜେନ୍ଦ୍ର ପ୍ରସାଦ ଯାଦବ ଓ ରାମକ୍ରିପାଲ ଯାଦବ) ଓ ୩ ଜଣ ବୈଶ୍ୟ(ଦିଲୀପ ଜୈସୱାଲ, ଅରୁଣ ଶଙ୍କର ପ୍ରସାଦ ଓ ନାରାୟଣ ପ୍ରସାଦ)। ଅତ୍ୟନ୍ତ ପଛୁଆ ବର୍ଗରୁ ବି ୪ ଜଣଙ୍କୁ ନୀତୀଶ କୁମାର ନିଜ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ସାହାଣୀ/ନିଶାଦ ନେତା ମଦନ ସାହାଣୀ ଓ ରାମ ନିଶା, ଚନ୍ଦ୍ରବଂଶୀର ପ୍ରତିନିଧି ଭାବେ ଡ ପ୍ରମୋଦ କୁମାର ଓ ଧାନୁକା ନେତା ସୁରେନ୍ଦ୍ର ମେହତା ଅଛନ୍ତି। ମନ୍ତ୍ରୀ ହୋଇଥିବା ୫ ଦଳିତ ବିଧାୟକ ହେଲେ ଅଶୋକ ଚୌଧୁରୀ(ପାସି), ସନ୍ତୋଷ କୁମାର ସୁମନ(ମୁଶାର), ସୁନୀଲ କୁମାର, ସଞ୍ଜୟ କୁମାର(ପାସୱାନ) ଓ ଲଖେନ୍ଦ୍ର କୁମାର ରୋଶନ(ପାସୱାନ)। ୨୭ ଜଣିଆ କ୍ୟାବିନେଟରେ ଏକମାତ୍ର ମୁସଲିମ ପ୍ରତିନିଧି ହେଉଛନ୍ତି ମହମ୍ମଦ ଜାମା ଖାନ।

ପ୍ରଥମ ଥର ପାଇଁ ବିଧାୟକ ରାମକ୍ରିପାଲ ଯାଦବ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର ସରକାରରେ କାର୍ଯ୍ୟ କରିଥିଲେ, କିନ୍ତୁ ନୀତୀଶ କୁମାରଙ୍କ ସହିତ ପ୍ରଥମ ଥର ପାଇଁ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ। ପ୍ରଥମ ଥର ପାଇଁ ମନ୍ତ୍ରୀ ପଦ ପାଇଥିବା ଲୋକଙ୍କ ମଧ୍ୟରେ ଶ୍ରେୟସୀ ସିଂହ, ଡକ୍ଟର ପ୍ରମୋଦ କୁମାର, ସଞ୍ଜୟ ସିଂହ ଟାଇଗର, ଅରୁଣ ଶଙ୍କର ପ୍ରସାଦ ଏବଂ ଲଖେନ୍ଦ୍ର କୁମାର ରୋଶନ ଅଛନ୍ତି। ଜାତିଭିତ୍ତିକ ସନ୍ତୁଳନ ଏହି ଉପାୟରେ ହାସଲ କରାଯାଇଥିଲା। ନୂଆ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାର ମଧ୍ୟ ଜାତିଭିତ୍ତିକ ସନ୍ତୁଳନ ବଜାୟ ରଖିଛି। ସର୍ବାଧିକ ପାଞ୍ଚ ଜଣ ମନ୍ତ୍ରୀ ଦଳିତ ସମ୍ପ୍ରଦାୟର। ଏହା ପରେ ଚାରି ଜଣ ରାଜପୁତ, ତିନି ଜଣ ବୈଶ୍ୟ, ଦୁଇ ଜଣ ନିଷାଦ, ଦୁଇ ଜଣ କୁର୍ମି, ତିନି ଜଣ କୁଶୱାହା, ଦୁଇ ଜଣ ଯାଦବ, ଦୁଇ ଜଣ ସାହାଣୀ, ଦୁଇ ଜଣ ଭୂମିହାର ଏବଂ ବ୍ରାହ୍ମଣ, କାୟସ୍ଥ ଏବଂ ଚନ୍ଦ୍ରବଂଶୀ ସମ୍ପ୍ରଦାୟର ପ୍ରତ୍ୟେକ ଜଣେ ଅଛନ୍ତି। ମୁସଲିମ ଜମା ଖାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି।

Previous Post

ଭାରତର ଇସ୍ପାତ ଶିଳ୍ପ ବିକାଶ ମାର୍ଗରେ ଅଗ୍ରସର ହେଉଛି : କେନ୍ଦ୍ରମନ୍ତ୍ରୀ

Next Post

ରାଜ୍ୟପାଳ, ରାଷ୍ଟ୍ରପତିଙ୍କ ବିଲ୍ ମଞ୍ଜୁରୀ ପ୍ରସଙ୍ଗରେ ସୀମାରେଖା ଟାଣିଲେ ସୁପ୍ରିମକୋର୍ଟ

FNN WEB

FNN WEB

Next Post
ରାଜ୍ୟପାଳ, ରାଷ୍ଟ୍ରପତିଙ୍କ ବିଲ୍ ମଞ୍ଜୁରୀ ପ୍ରସଙ୍ଗରେ ସୀମାରେଖା ଟାଣିଲେ ସୁପ୍ରିମକୋର୍ଟ

ରାଜ୍ୟପାଳ, ରାଷ୍ଟ୍ରପତିଙ୍କ ବିଲ୍ ମଞ୍ଜୁରୀ ପ୍ରସଙ୍ଗରେ ସୀମାରେଖା ଟାଣିଲେ ସୁପ୍ରିମକୋର୍ଟ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.