• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମୋଦିଙ୍କ ବିଶାଳ ରୋଡ୍‌ ସୋ’, ଜନପଥରେ ଜନ ସମୁଦ୍ର

FNN WEB by FNN WEB
May 10, 2024
in ଓଡ଼ିଶା, ମୁଖ୍ୟ ଖବର
0
ମୋଦିଙ୍କ ବିଶାଳ ରୋଡ୍‌ ସୋ’, ଜନପଥରେ ଜନ ସମୁଦ୍ର
0
SHARES
9
VIEWS

ଭୁବନେଶ୍ବର: ଅପେକ୍ଷାର ଅନ୍ତ ଘଟିଲା। ଭୁବନେଶ୍ୱରରେ ପହଞ୍ଚି ରୋଡ୍‌ ସୋ’ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱର ଦେଖିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ସୋ। ରାଜ୍ୟ ବିଜେପି ଅଫିସରୁ ବାଣୀବିହାର ଛକ ଯାଏଁ ବିଶାଳ ରୋଡ୍ ସୋ କରିଛନ୍ତି ମୋଦି। ଫୁଲରେ ସୁସଜ୍ଜିତ କାରରେ ମୋଦି ଛିଡ଼ା ହୋଇ କରିଛନ୍ତି ରୋଡ୍‌ ସୋ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତା’ପରେ କଡ଼ା ସୁରକ୍ଷା ମଧ୍ୟରେ ବିମାନବନ୍ଦରରୁ ବାହାରିଥିଲେ ମୋଦି।

ମିଶନ ଭୁବନେଶ୍ୱର ସାଙ୍ଗକୁ ମିଶନ ଓଡ଼ିଶା ଲକ୍ଷ୍ୟରେ ଏହି ବିଶାଳ ରୋଡ୍ ସୋ କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ରେ ସାମିଲ ହୋଇଛନ୍ତି ବିଜେପିର ପ୍ରାୟ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା। ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ସେଠାରୁ କଡ଼ା ସୁରକ୍ଷା ବଳୟରେ ଆସି ରାଜ୍ୟ ବିଜେପି ଅଫିସରୁ ବାଣୀବିହାର ଛକ ଅଢ଼େଇ କିଲୋମିଟର ଯାଏଁ କରାଯାଇଛି ରୋଡ୍ ସୋ । ରାସ୍ତାରେ ଦୁଇ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ହଜାର ହଜାର ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ ମୋଦି। ଏହି ରୋଡ୍‌ ସୋ’ରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପିର ୨ ବରିଷ୍ଠ ନେତା ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରୋଡ୍‌ ସୋ’ ରେ ସାମିଲ୍‌ ହୋଇଛନ୍ତି।

ମୋଦିଙ୍କ ରୋଡ୍‌ ସୋ’ ପାଇଁ ରାସ୍ତାର ଦୁଇ ପାର୍ଶ୍ୱ ଝଲସୁଛି ଓଡ଼ିଶାର କଳା ଓ ସଂସ୍କୃତିରେ। ବାଣୀବିହାର ମଧ୍ୟରେ ୧୦ଟି ସ୍ଥାନରେ ୧୦ଟି ଆଇକନ୍ ସ୍ଥାପନ କରାଯାଇଛି। ବିଜେପି ଅଫିସ୍‌ ପରିସରରେ ହୁଳହୁଳି ଓ ଝାଞ୍ଜ ମୃଦଙ୍ଗ ସହ ସାହିଯାତ ପରମ୍ପରା ଦେଖିବାକୁ ମିଳିଛି। ତା’ ସହ କୋଣାର୍କ ସୂର୍ଯ୍ୟମନ୍ଦିରର ଚକ ଓ ଶ୍ରୀଜୀଉଙ୍କ ରଥର ଉପରପାର୍ଶ୍ୱକୁ ନେଇ ତିଆରି ହୋଇଛି ବିରାଟ୍ ଷ୍ଟେଜ୍ ବ୍ୟାକଡ୍ରପ୍। ରାମମନ୍ଦିର ପରିସରରେ ୨୦ ଜଣ ପୂଜକଙ୍କ ଦ୍ୱାରା ଦୀପ ପ୍ରଜ୍ଜଳନ ସହ ଆଳତୀ ଦୃଶ୍ୟ ବେଶ୍ ମନ୍ତ୍ରମୁଗ୍ଧ କରୁଥିବା ବେଳେ ରାମମନ୍ଦିରର ଡାହାଣ କଡ଼ରେ ରାମଲାଲାଙ୍କ ବିରାଟ୍ କଟଆଉଟ୍ ଦେଖିବାକୁ ମିଳିଛି।

ସେହିପରି ବାନରସେନାଙ୍କ ଦ୍ୱାରା ଜୟଶ୍ରୀ ରାମ ଧ୍ୱନୀରେ ପ୍ରକମ୍ପିତ ହେଉଛି ସାରା ଅଞ୍ଚଳ। ମହର୍ଷି କଲେଜ ଛକରେ ବିଭିନ୍ନ ଦେଶର ଜାତୀୟ ପତାକା ସହ ମୋଦିଙ୍କୁ ବିଶ୍ୱଗୁରୁ ଦର୍ଶାଇ ନିର୍ମାଣ କରାଯାଇଛି ଏକ ବଡ଼ ପ୍ରତିକୃତୀ। ହୋଟେଲ୍ ଲାଇଫ୍ ପାଖରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଥିମରେ ଏକ ମଞ୍ଚ ତିଆରି କରାଯାଇଛି। ଯେଉଁଠି କାଶ୍ମିରୀ ଗ୍ରୁପ୍ ପରିବେଷଣ କରିଛି ଆକର୍ଷଣୀୟ ନୃତ୍ୟ ସଂଗୀତ। ମୋଦୀଙ୍କ ରୋଡ ସୋ’ରେ ପ୍ରମୁଖ ଆକର୍ଷଣ ସାଜିଛନ୍ତି ୨୦୦ ମହିଳା, ଯେଉଁମାନେ ସମ୍ବଲପୁରୀ ଶାଢ଼ି ପିନ୍ଧି ଏହି ଶୋଭାଯାତ୍ରାରେ ମୋଦୀଙ୍କ ଆଗେ ଆଗେ ଚାଲୁଛନ୍ତି। ଓଡିଶାର ବରଗଡ଼ ଜିୁଲ୍ଲାରେ ବୁଣାଯାଉଥିବା ଏହି ତନ୍ତ ଏହି ତନ୍ତବୁଣା ଶାଢିରେ ପଶାଖେଳର ପାଳି ରହିଛି, ଯାହା ଏହି ଶୋଭାଯାତ୍ରାକୁ ଏକ ପାରମ୍ପରିକ ପରିଚୟ ଦେଇଛି।

ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ପାଇଁ ବିଜେପି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ଓଡ଼ିଶା ପୁଲିସ ଓ ଏସପିଜି। ଭୁବନେଶ୍ୱର ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପହଁଚିବା ଠାରୁ ରାଜଭବନରେ ରାତ୍ରିଯାପନ ପର୍ଯ୍ୟନ୍ତ କଡ଼ାକଡ଼ି ରହିବ ସୁରକ୍ଷା ବ୍ୟବସ୍ଥା। ୫୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତନୟ କରାଯାଇଛି। ଏଥି ସହିତ ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ଜଣ ଏସିପି ଓ ୪୧ଜଣ ଇନ୍ସପେକ୍ଟର ରହିଛନ୍ତି। ୩ଟି ଆଂଟି ଟେରର୍ ଗ୍ରୁପ୍ଳ ସପିଂ ମଲ୍ ଓ ବଡ଼ବଡ଼ କୋଠାରେ ବନ୍ଧୁକଧାରୀ ପୁଲିସ ଜଗିବେ। ଡଗ୍ ସ୍କ୍ୱାଡ୍ ଓ ବମ୍ ସ୍କ୍ୱାଡ୍ ପଇଁତରା ମାରିବେ। ବ୍ଲୁ-ବୁକ୍ ଅନୁସାରେ ସୁରକ୍ଷା ଦାୟିତ୍ୱରେ ଏସ୍ପିଜି ସହ କମିସନରେଟ୍ ପୁଲିସ।

ଓଡ଼ିଶାକୁ ମୋଦୀଙ୍କ ବାରମ୍ବାର ଗସ୍ତ କେବଳ ଭୁବନେଶ୍ୱର ନୁହେଁ। ବରଂ ପୂରା ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ ବୋଲି ଆଶା ରଖିଛି ବିଜେପି। ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ପୂର୍ବାହ୍ଣରେ କନ୍ଧମାଳ ଓ ବଲାଙ୍ଗୀର ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ସେହିପରି ଅପରାହ୍‌ଣରେ ବରଗଡ଼ ଜନସଭାକୁ ସମ୍ବୋଧିତ କରିବେ।

Previous Post

ଅନ୍ତରୀଣ ଜାମିନ ମିଳିବା ପରେ ତିହାର ଜେଲରୁ ବାହାରିଲେ କେଜ୍ରିୱାଲ

Next Post

ଓଡ଼ିଶାରେ ପ୍ରଥମ ଥର ହେବ ଡବଲ୍ ଇଞ୍ଜିନ ସରକାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

FNN WEB

FNN WEB

Next Post
ଓଡ଼ିଶାରେ ପ୍ରଥମ ଥର ହେବ ଡବଲ୍ ଇଞ୍ଜିନ ସରକାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାରେ ପ୍ରଥମ ଥର ହେବ ଡବଲ୍ ଇଞ୍ଜିନ ସରକାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.