ପାରଳାଖେମୁଣ୍ଡି : ଆଜି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଭାରପ୍ରାପ୍ତ ଜିଲ୍ଲାପାଳ ମୁନିଦ୍ର ହନେନାଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ, ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଶୁଭ୍ରାସଂ ଭୋଇ, ଏଆରସିଏସ ହରିହର ସେଟ, ନିୟନ୍ତ୍ରରଣ ବଜାର କମିଟି ସମ୍ପାଦକ ରେବତୀ ମୋହନ ରାଉତ , ଚାଷୀନେତା ସୂର୍ଯ୍ୟନାରାୟଣ ପଟ୍ଟନାୟକ, ମିଲ୍ ମାଲିକବୃନ୍ଦ ପ୍ରମୁଖ ଉପସ୍ଥିତଥିଲେ । ବୈଠକରେ ମୁଖ୍ୟ କରି ଧାନମଣ୍ଡି ଖୋଲିବା,ତା ପୁର୍ବରୁ ମଣ୍ଡି ଗୁଡିକର ଭୀତିଭୂମି ସଜାଡିବା , ଚାଷୀଙ୍କ ଧାନ କିଣା କଟନି ଛଟଣି ଏବଂ ଅନ୍ୟ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରଯାଇଥିଲା ।














