• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଦେଶ ଶିକ୍ଷାବୃତ୍ତି ଯୋଜନାର ଶୁଭାରମ୍ଭ

FNN WEB by FNN WEB
November 26, 2025
in ଓଡ଼ିଶା, ମୁଖ୍ୟ ଖବର
0
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଦେଶ ଶିକ୍ଷାବୃତ୍ତି ଯୋଜନାର ଶୁଭାରମ୍ଭ
0
SHARES
0
VIEWS

୩୪ଜଣଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଏବଂ ଆକାଡ଼େମିକ ଅଡ଼ିଟ ପାଇଁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦକୁ କପି ରାଇଟ୍ ପ୍ରଦାନ

ବିଦେଶରେ ଶିକ୍ଷା ଲାଭ କରିବା ପାଇଁ ଅର୍ଥ ବାଧକ ସାଜିବ ନାହିଁ, ଗୁଣାତ୍ମକ ଶିକ୍ଷା ପ୍ରଦାନ ଆମର ଲକ୍ଷ୍ୟ: ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର : ଆଜି ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ବିଦେଶ ଶିକ୍ଷାବୃତ୍ତି ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ବିଦେଶ ଶିକ୍ଷାବୃତ୍ତି ଚଳିତ ଶିକ୍ଷାବର୍ଷ ୨୦୨୫-୨୬ରୁ ଲାଗୁ କରାଯିବ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନେ (SC &ST Students) ବିଦେଶରେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ଏହି ଛାତ୍ରବୃତ୍ତି ନିମନ୍ତେ ଆବେଦନ କରିପାରିବେ। ଯେଉଁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପରିବାରର ବାର୍ଷିକ ଆୟ ୧୨ଲକ୍ଷ କିମ୍ବା ୧୨ଲକ୍ଷ ଟଙ୍କାରୁ କମ୍ ହୋଇଥିବା ସେହିମାନେ ଏହି ଛାତ୍ରବୃତ୍ତି ନିମନ୍ତେ ଆବେଦନ କରିପାରିବେ। ଛାତ୍ରବୃତ୍ତି ପାଇବା ନିମନ୍ତେ ଛାତ୍ର ବା ଛାତ୍ରୀଜଣକ ବିଶ୍ଵର ଶ୍ରେଷ୍ଠ ୨୦୦ କ୍ୟୁଏସ ରାଙ୍କିଙ୍ଗ ଶିକ୍ଷାନୁଷ୍ଠାନରେ (Top 200 QS Ranking Foreign Institution/ University) ପିଜି ଓ ପିଏଚଡ଼ି ପାଠ୍ୟକ୍ରମ ପାଇଁ ନାମଲେଖା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବା ଆବଶ୍ୟକ। ଛାତ୍ରଛାତ୍ରୀମାନେ ଏହି ବୃତ୍ତି ନିମନ୍ତେ ପ୍ରତିବର୍ଷ ୨ ଥର (ଜୁଲାଇ- ଅଗଷ୍ଟ ମାସ ଅବଧି ଏବଂ ଡିସେମ୍ବର-ଜାନୁଆରୀ ମାସ ଅବଧି) ଆବେଦନ କରିପାରିବେ। ପ୍ରତିବର୍ଷ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୫୦ଜଣ ଛାତ୍ରଛାତ୍ରୀମାନଙ୍କୁ ଏହି ଶିକ୍ଷାବୃତ୍ତି ପ୍ରଦାନ କରାଯିବ। ୫୦ଜଣଙ୍କ ମଧ୍ୟରୁ ଇନଞ୍ଜିନିୟରିଙ୍ଗ ଓ ବୈଷୟିକ ଶିକ୍ଷା ନିମନ୍ତେ ୧୦ ଜଣ (ଇନଞ୍ଜିନିୟରିଙ୍ଗ ଓ ବୈଷୟିକ ଶିକ୍ଷାରେ ପିଜି ପାଠ୍ୟକ୍ରମ ପାଇଁ ୪ଜଣ ଏବଂ ପିଏଚଡ଼ି ପାଠ୍ୟକ୍ରମ ପାଇଁ ୬ଜଣ) ମେଡ଼ିକାଲ, କୃଷି, ଆରକିଟେକଚର ଓ ଅନ୍ୟାନ୍ୟ ଟେକନିକାଲ କୋର୍ସ ନିମନ୍ତେ ୧୦ଜଣ (ପିଜି ପାଠ୍ୟକ୍ରମ ପାଇଁ ୪ଜଣ ଏବଂ ପିଏଚଡ଼ି ପାଠ୍ୟକ୍ରମ ପାଇଁ ୬ଜଣ), ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ପାଠ୍ୟକ୍ରମ ପାଇଁ ୩୦ଜଣ (ପିଜି ପାଇଁ ୧୦ଜଣ ଓ ପିଏଚଡ଼ି ପାଇଁ ୨୦ଜଣ) ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବ। ପ୍ରତ୍ୟେକ ଛାତ୍ର ବା ଛାତ୍ରୀଙ୍କୁ ସର୍ବାଧିକ ବାର୍ଷିକ ୨୫ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯିବ।

ବିଦେଶ ଶିକ୍ଷା ବୃତ୍ତି ଯୋଜନାର ଶୁଭାରମ୍ଭ ସହିତ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ୩୪ଜଣଙ୍କୁ ଗ୍ରୁପ ସି ଓ ଗ୍ରୁପ ଡ଼ି ବର୍ଗରେ ଅନୁକମ୍ପାମୂଳକ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ସମସ୍ତ ନବ ନିଯୁକ୍ତମାନେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଠାରୁ ନିଜର ନିଯୁକ୍ତି ପତ୍ର ଗ୍ରହଣ କରିବା ସହ ଅନୁକମ୍ପାମୂଳକ ନିଯୁକ୍ତିପାଇଁ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଏଥିସହ ରାଜ୍ୟରେ ରହିଥିବା ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କର ଆକାଡ଼େମିକ ପରଫରମାନ୍ସ ଅଡ଼ିଟ (Academic Performance Audit) ନିମନ୍ତେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦକୁ କପି ରାଇଟ୍ (Copy right) ମଧ୍ୟ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଦ୍ଵାରା ରାଜ୍ୟରେ ରହିଥିବା ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନର ଶୈକ୍ଷିକ ମାନଦଣ୍ଡକୁ ସଠିକ ରୂପେ ଯାଞ୍ଚ କରାଯାଇପାରିବ। ସର୍ବଭାରତୀୟ ସ୍ତରରେ ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ପ୍ରଥମ ଯେକି ଏହିପରି ବ୍ୟବସ୍ଥାକୁ ଲାଗୁ କରିଛି।

ଆଜିର କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଆମେ ପ୍ରତିଶ୍ରୁତିବଦ୍ଧ। ବିଦେଶ ଶିକ୍ଷା ବୃତ୍ତି ଯୋଜନା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କର ବିଦେଶରେ ଉଚ୍ଚଶିକ୍ଷା ଲାଭ କରିବାର ସ୍ୱପ୍ନକୁ ସାକାର କରିବ। ବିଦେଶରେ ଉଚ୍ଚଶିକ୍ଷା ପାଇଁ ଅର୍ଥ ଆଉ ବାଧକ ସାଜିବ ନାହିଁ। ଏଥିସହ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ତରଫରୁ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କର ଆକାଡ଼େମିକ ପରଫରମାନ୍ସ ଅଡ଼ିଟ କରାଯିବ। ଏହା ନିଶ୍ଚିତ ରୂପେ ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ସୁନିଶ୍ଚିତ କରିବ। ଏଥିସହ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁକମ୍ପାମୂଳକ ନିଯୁକ୍ତି ପାଇଥିବା ସମସ୍ତ ନବନିଯୁକ୍ତମାନଙ୍କୁ ମନ୍ତ୍ରୀ ଶ୍ରୀ ସୂରଜ ଅଭିନନ୍ଦନ ଜଣାଇଥିଲେ।

ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ସମସ୍ତ ନବନିଯୁକ୍ତମାନଙ୍କୁ ନିଷ୍ଠାପରତାର ସହ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିଥିଲେ। ଏଥିସହ ରାଜ୍ୟରେ ଉଚ୍ଚଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମନ୍ତେ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦେକ୍ଷପ ସମ୍ବନ୍ଧରେ ଶ୍ରୀ ଅଗ୍ରୱାଲ ଆଲୋକପାତ କରିଥିଲେ। ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Previous Post

ସର୍ବଦଳୀୟ ବୈଠକ ଶେଷ: ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ

Next Post

୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ରେ ଶ୍ରେଷ୍ଠତ୍ଵ ପାଇଁ ଯୋଗ୍ୟ ବିବେଚିତ ହେଲା ଓଡ଼ିଶା ପାଭିଲିୟନ୍

FNN WEB

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.