ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ପାରଳାଖେମୁଣ୍ଡି ଠାରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଗଜପତି ଶାଖା ତଥା ବିଭିନ୍ନ ଚାଷୀ ଓ ଶ୍ରମିକ ସଂଗଠନ ଦ୍ଵାରା ଏକ କେନ୍ଦ୍ର ସରକାର ବିରୋଧୀ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହେଇଚି। ଏଥିରେ ଅଖିଳ ଭାରତ କିଶନ ମଜଦୂର ସଭା ଜିଲ୍ଲା ସମ୍ପାଦକ କେଦାର ଶବର, ସଦସ୍ୟ କଦୁକା ଶବର, ଓଡ଼ିଶା କୃଷକ ସଭା ଜିଲ୍ଲା ସଭାପତି ଦଣ୍ଡପାଣି ରଇତ, ଶ୍ରମିକ ନେତା ଏମ ବଂଗରି , ପି ମୁରଲୀ, କେ ବାଲକ୍ରିଷ୍ଣା ପ୍ରମୁଖଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସ୍ଥାନୀୟ ବାସ ଷ୍ଟାଣ୍ଡ ନିକଟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ଦିଲ୍ଲୀର ସେହି ଅଭୂଳ କୃଷକ ଆନ୍ଦୋଳନକୁ ୫ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଶ୍ରମିକ ଓ କୃଷକ ସଂଗଠନ ଗୁଡ଼ିକ ଏପରି ପ୍ରତିବାଦ କରିଛନ୍ତି। ଗଜପତିରେ ମଧ୍ୟ ଏପରି କରାଯାଇ କେନ୍ଦ୍ରର କୃଷକ ଓ ଶ୍ରମିକ ମରଣ ନୀତିକୁ ବିରୋଧ କରାଯାଇଥିଲା। ପ୍ରତିବାଦ ସଭାରେ ବିଭିନ୍ନ ନେତା ସରକାରଙ୍କ ବିହନ ନୀତି ପରିବର୍ତ୍ତନ ପାଇଁ ଦାବି ରଖିଥିଲେ। ବିଦ୍ୟୁତ୍ ଘରୋଇ କମ୍ପାନୀ ହାତରେ ଟେକିଦେଇ ସରକାର ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି ବୋଲି କହିଥିଲେ। କେନ୍ଦ୍ର ସରକାରଂକ ବିଭିନ୍ନ କୃଷି ଓ ଶ୍ରମ ମରଣ ନୀତି ବିରୋଧ କରାଯାଇଥିଲେ। ଶ୍ରମିକ ଓ କୃଷକ ମାନକ ସମସ୍ୟା ସମାଧାନ ଦାବିରେ ଏକ ସ୍ମାରକପତ୍ର ଗଜପତି ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ଜିଲ୍ଲାସ୍ତରୀୟ ନେତା ଓ କର୍ମୀ ଯୋଗ ଦେଇ କେନ୍ଦ୍ରର କୃଷି ଓ ଶ୍ରମ ନୀତି ବିରୋଧରେ ସ୍ଲୋଗାନ ଦେଇଥିଲେ।














