• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡ଼ିଶାକୁ ୧ ନମ୍ୱର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଯଥେଷ୍ଟ : କାର୍ତ୍ତିକ ପାଣ୍ଡିଆନ

FNN WEB by FNN WEB
May 11, 2024
in ଓଡ଼ିଶା, ମୁଖ୍ୟ ଖବର, ରାଜନୀତି
0
ଓଡ଼ିଶାକୁ ୧ ନମ୍ୱର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଯଥେଷ୍ଟ : କାର୍ତ୍ତିକ ପାଣ୍ଡିଆନ
0
SHARES
9
VIEWS

ଭୁବନେଶ୍ୱର : ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଘୁନାଥପାଲ୍ଲୀ, ବୀରମିତ୍ରପୁର ଓ ବଣାଇରେ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀ ଏବଂ ରଘୁନାଥପାଲ୍ଲୀ ବିଧାୟକ ପ୍ରାର୍ଥୀ ଅର୍ଚ୍ଚନା ରେଖା ବେହେରା, ବୀରମିତ୍ରପୁର ବିଧାୟକ ପ୍ରାର୍ଥୀ ରୋହିତ ଜୋସେଫ୍‍ ତିର୍କିୀ ଓ ବଣାଇ ବିଧାନସଭା ପ୍ରାର୍ଥୀ ଭିମସେନ ଚୌଧୁରୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ।

ବୀରମିତ୍ରପୁରରେ ଶ୍ରୀ ପାଣ୍ଡିଆନ ବିରାଟ ଜନସଭାକୁ ଉଦବୋଧନ ଦେଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ କହୁଛନ୍ତି ଆଜି ତାଙ୍କ ଦଳ ନିର୍ବାଚନ ଜିତିଲେ ଓଡ଼ିଶାକୁ ଏକ ନମ୍ୱର କରିବେ ପୂର୍ବରୁ ମାନ୍ୟବର ପ୍ରଧାନମନ୍ତ୍ରୀ ବହୁବର୍ଷ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ଗୁଜରାଟକୁ ଏକ ନମ୍ୱର କରିପାରିଲେ କି ? ଗୁଜରାଟରେ ଆଜି ଅପପୁଷ୍ଟି ହାର ୪୦ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୨୯ ପ୍ରତିଶତ ରହିଛି, ମହିଳା ସଶକ୍ତିକରଣରେ ଗୁଜରାଟ ବହୁ ପଛୁଆ ଅଛି, ମୁଣ୍ଡପିଛା ଋଣହାର ମଧ୍ୟ ଗୁଜରାଟରେ ଅଧିକା, ରକ୍ତହୀନତା ହ୍ରାସରେ ଓଡ଼ିଶା ୬୪ ସ୍ଥାନରେ ଥିବାବେଳେ ଗୁଜରାଟ ୮୦ରେ ଅଛି, ଓଡ଼ିଶାରେ ସବୁ ହାଇସ୍କୁଲରେ ଡିଜିଟାଲ ବୋର୍ଡରେ ପିଲା ପାଠ ପଢ଼ୁଥିବାବେଳେ ଗୁଜରାଟରେ ଆଜି ମଧ୍ୟ ବ୍ଲାକବୋର୍ଡରେ ପିଲା ପାଠ ପଢ଼ୁଛନ୍ତି ବୋଲି କହି ସେ ପୁଣି କହିଥିଲେ ଯେ ଆପଣ ଯଦି ପାରିବେ ଭାରତକୁ ଏକ ନମ୍ୱର କରନ୍ତୁ ଓଡ଼ିଶାକୁ ଏକ ନମ୍ୱର କରିବା ପାଇଁ ନବୀନ ବାବୁ ଯଥେଷ୍ଟ । ଦଶବର୍ଷ ମଧ୍ୟରେ କଟକ-ସମ୍ୱଲପୁର ରାସ୍ତା ହୋଇପାରିଲା ନାହିଁ କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ୩ ବର୍ଷରେ ବିଜୁ ଏକ୍‍ସପ୍ରେସ ୱେ କରି ଦେଖେଇଦେଲେ, ମାନ୍ୟବର ପ୍ରଧାନ ମନ୍ତ୍ରୀ ଓଡ଼ିଶାରେ ଇତିମଧ୍ୟରେ ବହୁତ ଶିଳାନ୍ୟାସ କରିଛନ୍ତି, ଶିଳାନ୍ୟାସ ମଧ୍ୟରୁ କେତୋଟିର ଉଦ୍‍ଘାଟନ ହୋଇଛି ବୋଲି ସେ ପ୍ରଶ୍ନ କରିଥିଲେ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦିଅନ୍ତୁ, ଓଡ଼ିଶାରେ ଇଣ୍ଡିଆନ ଅଏଲ, ଏନ୍‍.ଟି.ପି.ସି ଭଳି ବହୁ ରାଷ୍ଟ୍ରୀୟ କମ୍ପାନୀ ରହିଛି, ଏଥିରେ ଓଡ଼ିଆ ପିଲା ନିଯୁକ୍ତି ପାଉନାହାନ୍ତି, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ, ପେଟ୍ରୋଲ, ଡିଜେଲ, ଏଲ୍‍.ପି.ଜି. ଦରଦାମ ବଢ଼ିବ ନାହିଁ ବୋଲି ଗ୍ୟାରେଣ୍ଟି ଦିଅନ୍ତୁ, କୋଷ୍ଟାଲ ହାଇୱେ ୧୦ ବର୍ଷ ହେଲା ହୋଇପାରୁନାହିଁ, କୋଲ ରୟାଲଟି ବୃଦ୍ଧି ପାଇଁ ବାରମ୍ବାର ଅନୁରୋଧ ସତ୍ୱେ ହୋଇପାରୁନାହିଁ, ଓଡ଼ିଶାରେ ବିପୁଳ କୋଇଲା ସମ୍ପଦ ରହିଛି କିନ୍ତୁ ରୟାଲଟି ବାବଦରେ କେନ୍ଦ୍ର ନେଉଛି କୋଟି କୋଟି ଟଙ୍କା ଓଡ଼ିଶା ପାଉଛି କେବଳ ପ୍ରଦୂଷଣ, ଗ୍ରୀନସେସ୍‍ ବାବଦକୁ ଯେତିକି ନେଉଛନ୍ତି ସେଥିରେ ଓଡ଼ିଶାର ସବୁ ସ୍କୁଲ ରୁପାନ୍ତର ହୋଇଯାଇଥାନ୍ତା । ଏଥିପ୍ରତି ଦୃଷ୍ଟିଦେବାକୁ ସେ ପ୍ରଧାନ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ସେ ପୁଣି କହିଥିଲେ ଯେ କନ୍ଧମାଳରେ ବିଜେପି ଦଙ୍ଗା କରିଥିଲା, ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ କନ୍ଧମାଳରେ ଶାନ୍ତି ଅଛି, ସମସ୍ତେ ଭାଇଚାରାରେ ରହିଛନ୍ତି, ପ୍ରଧାନ ମନ୍ତ୍ରୀଙ୍କୁ ବିନମ୍ରତାର ସହ ଜଣାଇଥିଲେ ଯେ ଆପଣ କହୁଛନ୍ତି ଜୁନ ୪ ତାରିଖରେ ନବୀନ ପଟ୍ଟନାୟକ ସରକାରଙ୍କର ଅବସାନ ଘଟିବ, ଆପଣ ଆଗ ଆପଣଙ୍କ ଦଳର ମୁଖ୍ୟମନ୍ତ୍ରୀ ଚେହେରାକୁ ଆଗକୁ ଆଣନ୍ତୁ, ଓଡ଼ିଶାବାସୀ ଉଚିତ ଜବାବ ଦେବେ, ଆମ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଯେଉଁ କଥା ଦିଅନ୍ତି ତାକୁ ମନେ ରଖନ୍ତି ଓ ଆନ୍ତରିକତାର ସହ ହୃଦୟରୁ ପାଳନ କରନ୍ତି, ସେଥିପାଇଁ ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ଲୋକଙ୍କ ହୃଦୟରେ ଅଛନ୍ତି, ଲୋକଙ୍କ ହୃଦୟରୁ ତାଙ୍କୁ କେହି ବି ଦୂର କରିପାରିବେ ନାହିଁ, ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିବା ପର୍ୟ୍ୟନ୍ତ ଓଡ଼ିଶାବାସୀଙ୍କୁ କେବେ ବି ସେ ହଇରାଣ ହେବାକୁ ଦେବେ ନାହିଁ, ସେଥିପାଇଁ ପ୍ରତି ମାସରେ ବି.ଏସ୍‍.କେ.ୱାରେ ସେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଅଥଚ ଭାରତ ସରକାର ସମଗ୍ର ଭାରତ ବର୍ଷ ପାଇଁ ବର୍ଷକୁ ୬ ହଜାର କୋଟି ଟଙ୍କା ରଖିଛନ୍ତି, ଗ୍ରାମାଞ୍ଚଳବାସୀଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଆମ ବ୍ୟାଙ୍କ ଖୋଲାଯାଇଛି, ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ ଯାହା କରିଥାନ୍ତି ତାକୁ ଅନ୍ୟ ରାଜ୍ୟମାନେ ଅନୁସରଣ କରନ୍ତି । ଏବେ ନିର୍ବାଚନ ଆସିଲା ବିଜେପି ଦଳର ଏମ୍‍.ଏସ୍‍.ପି. କଥା ମନେ ପଡ଼ିଲା, ୧୦ ବର୍ଷ ହେଲା ମନେ ପଡ଼ୁନଥିଲା, ଯଦି ଭାରତ ସରକାର ଚାହିଁଥାନ୍ତେ ତାହେଲେ ଗୋଟେ ମିନିଟରେ କରିପାରିଥାନ୍ତେ, ନିର୍ବାଚନରେ ହାରିବା ଦେଖି ଚାଷୀଙ୍କ କଥା ମନେ ପଡ଼ୁଛି, ଚାଷୀ ଆନ୍ଦୋଳନ କରି ଭାରତରେ ବହୁ ଚାଷୀ ବଳିଦାନ ଦେଇଛନ୍ତି, ଏମ୍‍.ଏସ୍‍.ପି. ଯଦି ଆଗରୁ ବଢ଼େଇଥାନ୍ତେ ତେବେ ଏହା ଘଟି ନଥାନ୍ତା ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ହୃଦୟରେ ଅଛନ୍ତି, ଓଡ଼ିଶାବାସୀଙ୍କ ସୁଖଦୁଃଖରେ ଅଛନ୍ତି, ମୁଖ୍ୟମନ୍ତ୍ରୀ ସବୁବେଳେ ଲୋକଙ୍କ ପ୍ରତି ଉତ୍ତରଦାୟୀ ହୋଇ ରହିଥାନ୍ତି, ସେଥିପାଇଁ ସବୁ କାମର ସେ ହିସାବ ଦେଇଥାନ୍ତି, ଆଦିବାସୀ ଭାଇ ଭଉଣୀମାନଙ୍କୁ ବହୁତ ଭଲ ପାଆନ୍ତି, ସେମାନଙ୍କ କଳା, ସଂସ୍କୃତି ଓ ପରିଚୟର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି ଯାହା ଦେଶରେ ବିରଳ ଅଟେ ।

ଜୁଲାଇ ମାସରୁ ଓଡ଼ିଶାର ଜନସାଧାରଣଙ୍କୁ ଆଉ ବିଜୁଳୀ ବିଲ ଦେବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ନବୀନ ବାବୁ ଲୋକଙ୍କୁ ବିଜୁଳୀ ମାଗଣାରେ ଦେଉଛନ୍ତି ଜାଣି ବିରୋଧୀଙ୍କୁ କରେଣ୍ଟ ଲାଗିଗଲାଣି, ବିରୋଧୀ ନିର୍ବାଚନ ସମୟରେ ଟୁରିଷ୍ଟ ଭଳି ଆସୁଛନ୍ତି, ବଡ଼ ବଡ଼ କଥା କହୁଛନ୍ତି କିନ୍ତୁ ସେମାନଙ୍କ କଥାକୁ କେହି ବିଶ୍ୱାସ କରୁନାହାନ୍ତି, ଓଡ଼ିଶାର ଚାଷୀ, ମା’ ଛାତ୍ରଛାତ୍ରୀ ଓ ସବୁବର୍ଗର ଲୋକଙ୍କ ଭଲପାଇବା ନବୀନ ବାବୁଙ୍କୁ ଶକ୍ତି ଦେଉଛି ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ବୋଲି ସେ କହିଥିଲେ ।

କେନ୍ଦ୍ରମନ୍ତ୍ରୀଙ୍କୁ ଶାଣିତ ଆକ୍ରମଣ କରି କହିଥିଲେ ଯେ ସବୁଜାଗାରେ ପରିବର୍ତ୍ତନର ହାୱା ବହୁଛି ବୋଲି ଆପଣ କହୁଛନ୍ତି, କିନ୍ତୁ ଓଡ଼ିଶାରେ ସବୁଆଡ଼େ ନବୀନ ହାୱା ବହୁଛି, ମୁଁ ଗୋଟେ ଛୋଟ କର୍ମଚାରୀ ହୋଇ ଆପଣଙ୍କୁ ଆହ୍ୱାନ କରୁଛି ଯେ ତିନି ଚତୁର୍ଥାଂଶ ବହୁମତରେ ଆସି ନବୀନ ବାବୁ ଯଦି ମୁଖ୍ୟମନ୍ତ୍ରୀ ନ ହେବେ ମୁଁ ରାଜନୀତି ଛାଡ଼ିଦେବି, ଆପଣ କେନ୍ଦ୍ରମନ୍ତ୍ରୀ ହୋଇ କହିପାରିବେ କି ଯଦି ଆପଣଙ୍କ ଦଳ ଯଦି ନ ଆସିବ ଆପଣ ରାଜନୀତି ଛାଡ଼ିଦେବେ କି ? ସରକାର ଗଠନ କରିବେ ବୋଲି ଆପଣଙ୍କର ବିଶ୍ୱାସ ନାହିଁ କି ଆପଣଙ୍କ କର୍ମୀମାନଙ୍କର ମଧ୍ୟ ବିଶ୍ୱାସ ନାହିଁ, ଜୁନ ୯ରେ ଦିନ ୧୧.୩୦ ରୁ ୧.୩୦ ମଧ୍ୟରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏବଂ ସନ୍ଧ୍ୟାବେଳେ ନିର୍ବାଚନ ଇସ୍ତାହାରକୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ପାସ୍‍ କରିବେ, ନବୀନ ବାବୁ ଓଡ଼ିଶାବାସୀଙ୍କ ପାଇଁ ମିଶନ ଶକ୍ତି, ମମତା, କାଳିଆ, ଲକ୍ଷ୍ମୀ ବସ୍‍, ମଧୁବାବୁ ପେନସନ୍‍ ଆଦି ବହୁ ଜନକଲ୍ୟାଣକାରୀ ଯୋଜନା ଦେଇଛନ୍ତି, ସେଥିପାଇଁ ସେ ଓଡ଼ିଶାବାସୀଙ୍କ ହୃଦୟକୁ ଜିତିଛନ୍ତି । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ନବୀନ ଇଞ୍ଜନ ଜୋରରେ ଚାଲିଛି ।

ରଘୁନାଥପାଲ୍ଲୀ ଓ ବୀରମିତ୍ରପୁରରେ ଚାଲିଥିବା ବିକାଶମୂଳକ କାର୍ୟ୍ୟର ହିସାବ ଲୋକଙ୍କୁ ସେ ଦେଇଥିଲେ, ଏବଂ ବିଜୁ ଜନତା ଦଳର କର୍ମୀର ଉଦ୍ୟମ ଓ ନିଷ୍ଠା ଆଗରେ ଦୁନିଆର ସବୁ ଶକ୍ତି ହାର ମାନିବ ବୋଲି ସେ କର୍ମୀମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀ ବିଧାୟକ ପ୍ରାର୍ଥୀ ଅର୍ଚ୍ଚନା ରେଖା ବେହେରା, ରୋହିତ ଜୋସେଫ୍‍ ତିର୍କୀ ଓ ଭୀମସେନ୍‍ ଚୌଧୁରୀ ଉଦବୋଧନ ମାଧ୍ୟମରେ ସେମାନଙ୍କୁ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବା ପାଇଁ ନିବେଦନ କରିଥିଲେ

Previous Post

କିମ୍‍ସରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ

Next Post

ସରିଲା ପ୍ରଚାର : ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ , ମତଦାନ କରିବେ ୬୨ ଲକ୍ଷରୁ ଅଧିକ ଭୋଟର

FNN WEB

FNN WEB

Next Post
ସରିଲା ପ୍ରଚାର : ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ , ମତଦାନ କରିବେ ୬୨ ଲକ୍ଷରୁ ଅଧିକ ଭୋଟର

ସରିଲା ପ୍ରଚାର : ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ , ମତଦାନ କରିବେ ୬୨ ଲକ୍ଷରୁ ଅଧିକ ଭୋଟର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.